ETV Bharat / bharat

କିନ୍ନରଙ୍କ ଝଗଡା କାରଣରୁ ଟ୍ରେନରୁ ଡେଇଁ ଦୁଇ ଭାଇ ମୃତ ! ମାଡିଗଲା ଅନ୍ୟ ଏକ ଟ୍ରାକରେ ଆସୁଥିବା ଟ୍ରେନ - ରାଜସ୍ଥାନରେ ଦୁର୍ଘଟଣା

କିନ୍ନରଙ୍କ ସହ ଝଗଡା କାରଣରୁ ଟ୍ରେନକୁ ଡେଇଁ ଦୁଇ ଭାଉ ମୃତ (brothers jumped from train)। ଅଳ୍ପକେ ବର୍ତ୍ତିଗଲେ ଅନ୍ୟ ଜଣେ ଯୁବକ । ପୋଲିସ ଦର୍ଶାଇଲା ଅନ୍ୟ କାରଣ । ଆରମ୍ଭ ହେଲା ତଦନ୍ତ । ଅଧିକ ପଢନ୍ତୁ

କିନ୍ନରଙ୍କ ନିର୍ଯାତନାରେ ଟ୍ରେନରୁ ଡେଇଁ ଦୁଇ ଭାଇ ମୃତ, ମାଡିଗଲା ଅନ୍ୟ ଏକ ଟ୍ରାକରେ ଆସୁଥିବା ଟ୍ରେନ

author img

By

Published : Sep 10, 2022, 10:44 PM IST

ଜୟପୁର: ସାଧାରଣତଃ ଟ୍ରେନ ଯାତ୍ରା ସମୟରେ ସାଧରଣ ବଗିରେ କିନ୍ନରଙ୍କ ଉପଦ୍ରବ ପ୍ରାୟତଃ ଦେଖାଯାଏ । କିଛି ଟଙ୍କା ଦାବି କରି ଏମାନେ ସାଧାରଣ ଯାତ୍ରୀଙ୍କୁ ନାନା ହଇରାଣ ହରକତ କରୁଥିବାର ଏକାଧିକ ଘଟଣା ସାମ୍ନାକୁ ଆସିଛି । ତେବେ ଏହିପରି ଅନ୍ୟ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । କିନ୍ନରଙ୍କ ସହ ଝଗଡାରୁ ବର୍ତ୍ତିବା ପାଇଁ ଟ୍ରେନରୁ ଡେଇଁ ଦୁଇ ଭାଇ ପ୍ରାଣ ହାରଇଥିବା (brothers jumped from train) ଅଭିଯୋଗ ହୋଇଛି । ଦୁଇ ଭାଇଙ୍କ ସମେତ ମୋଟ ୩ ଜଣ ଯୁବକ ରାତିରେ ଟ୍ରେନରୁ ଓହ୍ଲାଉବାକୁ ବାଧ୍ୟ ହୋଇଥିବା ବେଳେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ଆସୁଥିବା ଅନ୍ୟ ଏକ ଟ୍ରେନ ସେମାନଙ୍କ ଉପରେ ମାଡି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି, ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସାୱାଇ ମାଧୋପୁରରେ ।

ସୂଚନା ଅନୁସାରେ ଏହି ତିନି ଯୁବକ ଅନିଲ, ଓମ୍ ପ୍ରକାଶ ସାଇନି ଏବଂ ଫୁଲଚାନ୍ଦ ସାଇନି ଗତକାଲି ରାତିରେ କୋଟା-ହିସାର ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିବା ବେଳେ କୌଣସି କାରଣରୁ କିନ୍ନରଙ୍କ ସହ ସେମାନଙ୍କ ଝଗଡା ହୋଇଥିଲା । ତେବେ ଏହି କାରଣରୁ ୩ ଜଣ ଟ୍ରେନରୁ ଓହ୍ଲାଇଯାଇଥିବା ବେଳେ ନିକଟରେ ଥିବା ଟ୍ରାକରେ ଆସୁଥିବା ଦୁରୋନ୍ତ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ୩ ଯୁବକଙ୍କ ମଧ୍ୟରୁ ଘଟଣାସ୍ଥଲରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରାଣ ହାରଇଥିବା ଦୁଇ ଯୁବକ ଦୁଇ ଭାଇ ବୋଲି ଜଣାପଡିଛି । ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କିନ୍ନରଙ୍କ ସହ ସେମାନଙ୍କ ଝଗଡା ଯୋଗୁ ସେମାନେ ଟ୍ରେନରୁ ରାତିରେ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ରେଳବାଇ ପୋଲିସର ପ୍ରତିକ୍ରିୟା ସାମ୍ନାକୁ ଆସିଛି । କିନ୍ନରଙ୍କ ଝଗଡା ପାଇଁ ନୁହେଁ ବରଂ ସେମାନେ ଭୁଲ ଟ୍ରେନରେ ଚଢି ଯାଇଥିବା କାରଣରୁ ରାତିରେ ଟ୍ରେନରୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବାରୁ ଏପରି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ କରିବା ତଦନ୍ତ ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.