ETV Bharat / bharat

ବଜ୍ର-ତ୍ରିଶୂଳ-ଭଦ୍ର-ଦଣ୍ଡ ମାଡରେ ସାବାଡ ହେବ ଚୀନ ! - Sapper Punch

ସୀମା ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇସାରିଛି ବଜ୍ର, ତ୍ରିଶୂଳ, ଭଦ୍ର ଓ ଦଣ୍ଡ । ଏଣିକି ଡ୍ରାଗନକୁ ଏହି ସବୁ ଅସ୍ତ୍ରଶସ୍ତ୍ରରେ ଦୃଢ ଜବାବ ଦେବ ଭାରତୀୟ ସେନା । ଅଧିକ ପଢନ୍ତୁ...

ବଜ୍ର-ତ୍ରିଶୂଳ-ଭଦ୍ର-ଦଣ୍ଡ ମାଡରେ ସାବାଡ ହେବ ଚୀନ !

author img

By

Published : Oct 18, 2021, 3:53 PM IST

ନୂଆଦିଲ୍ଲୀ: ଚୀନକୁ ମିଳିବ ଯେସାକୁ ତେସା ଜବାବ । ସୀମା ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇସାରିଛି ବଜ୍ର, ତ୍ରିଶୂଳ, ଭଦ୍ର ଓ ଦଣ୍ଡ । ଏଣିକି ଡ୍ରାଗନକୁ ଏହି ସବୁ ଅସ୍ତ୍ରଶସ୍ତ୍ରରେ ଦୃଢ ଜବାବ ଦେବ ଭାରତୀୟ ସେନା । 2020, ଲଦାଖର ଗଲୱାନ ଘାଟିରେ ରକ୍ତ ସଂଘର୍ଷ ସମୟରେ ଭାରତୀୟ ଯବାନଙ୍କ ବିରୁଦ୍ଧରେ କଣ୍ଟା ତାର ଲାଗିଥିବା ଦଣ୍ଡା ଓ ପଥର ବ୍ୟବହାର କରିଥିଲା ଚୀନ ସେନା । ପୋଙ୍ଗୟାଙ୍ଗ ହ୍ରଦ ନିକଟକୁ ହାତରେ ଲାଠି, ଦଣ୍ଡା ଓ କଣ୍ଟା ତାର ଏବଂ ପଥର ଧରି ପହଁଞ୍ଚିଥିଲେ ଚୀନର ପିଏଲଏ ସୈନିକ ।

  • #WATCH 'Trishul' and 'Sapper Punch'- non-lethal weapons-developed by UP-based Apasteron Pvt Ltd to make the enemy temporarily ineffective in case of violent face offs pic.twitter.com/DmniC0TOET

    — ANI (@ANI) October 18, 2021 " class="align-text-top noRightClick twitterSection" data=" ">

ବିନା ଗୁଳିଗୋଳା ବ୍ୟବହାରରେ ହୋଇଥିବା ଏହି ସଂଘର୍ଷରେ ପରାକ୍ରମ ସହ ଛିଡା ହୋଇ ଚୀନର ସାମ୍ନା କରିଥିଲେ ଭାରତୀୟ ବୀର ଯବାନ । ଗତ ବର୍ଷ ଜୁନରେ ହୋଇଥିବା ଏହି ସଂଘର୍ଷରେ ଭାରତର 20 ଯବାନ ହୋଇଥିଲେ ଶହୀଦ । ଆଉ ଏବେ ଭାରତୀୟ ସୁରକ୍ଷାକର୍ମୀ ଚୀନକୁ ଯେସାକୁ ତେସା ଜବାବ ଦେବାକୁ ନୂଆ କୌଶଳ ଆପଣାଇଛି ।

ଚୀନ ସହ ମୁକାବିଲା ପାଇଁ ଭାରତୀୟ ସୁରକ୍ଷାବଳକୁ ମିଳିବ ନୂଆ ଅସ୍ତ୍ର । ମେକ୍‌ ଇନ ଇଣ୍ଡିଆ ଜରିଆରେ ନୋଏଡା ସ୍ଥିତ କମ୍ପାନୀକୁ ଅସ୍ତ୍ରଶସ୍ତ୍ର ତିଆରି ପାଇଁ ମିଳିଛି କଣ୍ଟ୍ରାକ୍ଟ । ଏହି ଅଣପାରମ୍ପରିକ ଅସ୍ତ୍ର ଅଧିକ ଘାତକ ହୋଇନଥିଲେ ସୁଦ୍ଧା କିଛି କ୍ଷଣ ପାଇଁ ଶତୃକୁ ଚେତାଶୂନ୍ୟ କରିବାରେ ସକ୍ଷମ ହେବ ।

ବଜ୍ର: ଏହା ଏକ ଧାତବ ଅସ୍ତ୍ର । ଏଥିରେ ଶତୃକୁ ଜୋର୍‌ରେ ଝଟକା ଦେବା ପାଇଁ କରେଣ୍ଟର ବ୍ୟବହାର କରାଯାଇଛି । ସାମ୍ନାକୁ ଆସୁଥିବା କୌଣସି ବି ଶତୃକୁ କିଛି ସମୟ ପାଇଁ ଏହା ଚେତାଶୂନ୍ୟ କରିଦେବ ।

ତ୍ରିଶୂଳ: ତ୍ରିଶୂଳ ହେଉଛି ଭଗବାନ ଶିବଙ୍କ ଅସ୍ତ୍ର । ବେଶ୍‌ ଘାତକ ଅସ୍ତ୍ର ମଧ୍ୟରୁ ଏହା ଗୋଟିଏ । ତେବେ ଏଥିରେ କରେଣ୍ଟର ସ୍ରୋତ ବାହାରିଲେ ଏହା ଆହୁରି ଘାତକ ହୋଇଯିବ ।

ଦଣ୍ଡ: ଦଣ୍ଡ ତଥା ବିଦ୍ୟୁତ କରେଣ୍ଟରେ ଚାଲୁଥିବା ଲାଠି । ଏଥିରେ 8 ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିପାରିବ । ଏହା ୱାଟରପ୍ରୁଫ ।

ଭଦ୍ର: ଭଦ୍ର ହେଉଛି ଏକ ଖାସ ପ୍ରକାରର ଢାଲ, ଯାହା ଯବାନଙ୍କୁ ପଥର ଆକ୍ରମଣରୁ ସୁରକ୍ଷା ଦେବ । ଏଥିରୁ ବାହାରୁଥିବା କରେଣ୍ଟ ଶତୃକୁ ସାମାନ୍ୟ ଝଟକା ଦେବାରେ ସକ୍ଷମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.