ETV Bharat / bharat

Tripura poll: ଆଚରଣ ବିଧି ଉଲଙ୍ଘନ ନେଇ ବିଜେପି ଓ କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ

author img

By

Published : Feb 16, 2023, 5:03 PM IST

ଭୋଟ ଦେଉଛି ତ୍ରିପୁରା । ଆଚରଣ ବିଧି ଉଲଙ୍ଘନ ନେଇ ବିଜେପି ଓ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ଆଚରଣ ବିଧି ଉଲଙ୍ଘନ ନେଇ ବିଜେପି ଓ କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ

ଅଗରତାଲା: ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଆଜି ଜାରି ରହିଛି ମତଦାନ । ତେବେ ମତଦାନ ଚାଲିଥିବା ବେଳେ ଏକାଧିକ ରାଜନୈତିକ ଦଳ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ଆସିଛି । ଭୋଟିଂ ଦିନ ଟ୍ବିଟ କରି ଲୋକଙ୍କୁ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ନିବେଦନ କରିଥିବା ଅଭିଯୋଗରେ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ ।

ତ୍ରିପୁରା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଭୟ ଦଳକୁ ଏହି ନୋଟିସ ଜାରି କରାଯାଇଛି । 1951 ଲୋକ ପ୍ରତିନିଧି ଅଧିନିୟମ (Representation of the People Act) ଧାରା-126 (1)(B) ଉଲଙ୍ଘନ ହୋଇଥିବା ଦର୍ଶାଯାଇ ନୋଟିସରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ଆକ୍ଟ ଅନୁସାରେ ନିର୍ବାଚନ ହେଉଥିବା ସ୍ଥାନରେ ମତାଦନର 48 ଘଣ୍ଟା ପୂର୍ବରୁ ସମସ୍ତ ପ୍ରଚାର ସମ୍ପର୍କିତ କାର୍ଯ୍ୟକଳାପ ବନ୍ଦ ରଖାଯିବାର ନିୟମ ରହିଛି । ତେବେ ଏପରି ସମୟରେ ମତଦାନ ଦିନ ଟ୍ବିଟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ଏହି ନିୟମର ଖୋଲା ଉଲଙ୍ଘନ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କହିଛି ।

ଆଜି ତ୍ରିପୁରାରେ ସମସ୍ତ 60 ବିଧାନସଭା ଆସନରେ ଭୋଟିଂ ଜାରି ରହିଛି । ମୋଟ 3,328 ମତଦାନ କେନ୍ଦ୍ରରେ ମୋଟ 28.13 ଲକ୍ଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । 60 ଆସନରେ ବିଭିନ୍ନ ଦଳରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ 259 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହେବ । ଫେବୃଆରୀ 27ରେ ଅନ୍ୟ ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହେବ । ମାର୍ଚ୍ଚ 2 ତାରିଖରେ ତିନିଟି ରାଜ୍ୟରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ନିର୍ବାଚନ ହେବାକୁ ଥିବା ଏହି ତିନି ରାଜ୍ୟରେ 60 ଲେଖାଏଁ ବିଧାନସଭା ଆସନ ରହିଛି । ନାଗାଲାଣ୍ତରେ ମାର୍ଚ୍ଚ 12, ମେଘାଳୟରେ 15 ଓ ତ୍ରିପୁରାରେ 22 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:- Tripura Assembly Election: ଭୋଟ ଦେଉଛି ତ୍ରିପୁରା, ମଇଦାନରେ ତ୍ରିମୁଖୀ ଲଢେଇ

2018 ମସିହାରେ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି ପ୍ରଥମ କରି ବିଜୟର ସ୍ବାଦ ଚାଖିଥିଲା । ତ୍ରିପୁରାରେ ଦୀର୍ଘ 25 ବର୍ଷ ଧରି କ୍ଷମତାରେ ଥିବା ବାମଦଳ CPIMକୁ କ୍ଷମତାରୁ ହଟାଇ ବିଜେପି ବିପ୍ଳବ ଦେବଙ୍କ ନେତୃତ୍ବରେ ରାଜ୍ୟରେ ସରକାର ଗଠନ କରିଥିଲା । ଚଳିତଥର ମଧ୍ୟ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶା ରଖିଥିବା ବେଳେ କଂଗ୍ରେସ ଓ CPIM ମେଣ୍ଟରେ ନିର୍ବାଚନ ଲଢୁଛନ୍ତି ।

ଦୁଇ ଦଳ ମଧ୍ୟରେ ହୋଇଥିବା ମେଣ୍ଟରେ ସିପିଆଇଏମ ସର୍ବାଧିକ 47 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ମାତ୍ର 13 ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ତ୍ରିପୁରା ରାଜନୀତିରେ ମଧ୍ୟ ଆଶିଂକ ପ୍ରଭାବ ରଖୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ 28 ଆସନରେ ପ୍ରାର୍ଥୀ ଦେଇଛି । ନୂଆ କରି ଗଠନ ହୋଇଥିବା ଆଞ୍ଚଳିକ ଦଳ ତିପ୍ରା ମୋଠା (The Tipra Motha) ମଧ୍ୟ 60 ରୁ 42 ଆସନରେ ପ୍ରାର୍ଥୀ ଲଢାଉଛି । 58 ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.