ETV Bharat / bharat

Tripura Election Results : କ୍ଷମତା ବଜାୟ ରଖିଲା ବିଜେପି, ହାରିଲେ ପ୍ରଦେଶ ଅଧ୍ୟକ୍ଷ

ମାଣିକ ସାହାଙ୍କ ବ୍ୟତୀତ ବିଜେପି ପ୍ରମୁଖ ପ୍ରାର୍ଥୀ ଭାବେ ଶିକ୍ଷାମନ୍ତ୍ରୀ ଥିବା ରତନ ଲାଲ ନାଥ (ମୋହନପୁର ଆସନରୁ), ପ୍ରଣଜିତ ସିଂ ରାୟ( ରାଧାକିଶୋରପୁର ଆସନରୁ), ମନ୍ତ୍ରୀ ମନୋଜ କାନ୍ତି ଦେବ(କମଲପୁର ଆସନରୁ) ତ୍ରିପୁରା ବିଧାନସଭା ଉପବାଚସ୍ପତି ବିଶ୍ବବନ୍ଧୁ ସେନ (ଧର୍ମନଗର ଆସନରୁ) ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 2, 2023, 7:32 PM IST

Etv Bharat
Etv Bharat

ଅଗରତାଲା : ପାହାଡୀ ରାଜ୍ୟ ତ୍ରିପୁରାରେ ଚହଟିଲା ପୁଣି ଥରେ ପଦ୍ମ । କ୍ଷମତା ବଜାୟ ରଖିଲା ଗୈରିକ ଦଳ । 2018 ରେ ତ୍ରିପୁରା ଦଖଲ କରିଥିବା ବିଜେପି 5 ବର୍ଷ ପରେ ମଧ୍ୟ କ୍ଷମତା ବଜାୟ ରଖିଛି । ଆଜି ଆସିଥିବା ଚଳିତ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ବମ୍ପର ବିଜୟ ପାଇଛି । ମୋଟ 60 ଆସନରୁ ଦଳ 32 ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ପାଇଛି । ଟିପରା ମୋଥା ପାର୍ଟି ପ୍ରଥମ ଥର ନିର୍ବାଚନ ଲଢି ପ୍ରଭାବୀ ପ୍ରଦର୍ଶନ କରିବା ସହ 13 ଟି ଆସନରେ ବିଜୟୀ ହୋଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କସବାଦୀ) 11 ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ 3 ଟି, ଇଣ୍ଡିଜିନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରାକୁ ଗୋଟିଏ ଆସନ ମିଳିଛି । ଏଠି କଂଗ୍ରେସ ଓ ଲେଫ୍ଟ ମିଳିତ ଭାବେ ନିର୍ବାଚନ ଲଢୁଥିଲେ ।

ଏହାବି ପଢନ୍ତୁ- By Poll 2023: ବେଙ୍ଗଲରେ ଖାତା ଖୋଲିଲା କଂଗ୍ରେସ, ମହାରାଷ୍ଟ୍ରରେ ବିଜେପିକୁ ଦେଲା ଝଟକା

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଟାଉନ ବୋରଡୋୱାଲୀ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ କଂଗ୍ରେସର ଆଶିଷ କୁମାର ସାହାଙ୍କୁ 1 ହଜାର 257 ଭୋଟରେ ପରାସ୍ତ କରିଛନ୍ତି । ମାଣିକ ସାହା ପ୍ରଥମ ଥର ପାଇଁ ଗତବର୍ଷ ଜୁନ ମାସରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଆଶିଷ ସାହାଙ୍କୁ 6 ହଜାର 104 ଭୋଟରେ ପରାସ୍ତ କରିଥିଲେ ।

ବିଜେପି କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶକ୍ରମେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଥିବା ବିପ୍ଲବ ଦେବ ନିଜ ପଦରୁ ଇସ୍ତଫା ଦେଇଥିଲେ । ବିପ୍ଲବଙ୍କ ଇସ୍ତଫାର ଗୋଟିଏ ଦିନ ପରେ ଗତ 15 ମେ’2022 ରେ ମାଣିକ ସାହା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ । ଚଳିତ ନିର୍ବାଚନରେ ପୁଣି ଥରେ ବିଜେପି କ୍ଷମତା ବଜାୟ ରଖିବା ପରେ ମାଣିକ ପୁଣି ମୁଖ୍ୟମନ୍ତ୍ରୀ ହେବା ନା ବିଜେପି କୌଣସି ବଡ ବାଜି ଖେଳିବ ତାହା ସ୍ପଷ୍ଟ ହୋଇନାହିଁ । କାରଣ କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକ ବିଜୟୀ ହେବା ପରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀକୁ ନେଇ ବି ଚିନ୍ତା କରିପାରେ ।

ଏହାବି ପଢନ୍ତୁ- History scripted! ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହେଲେ ମହିଳା ବିଧାୟିକା

ମାଣିକ ସାହାଙ୍କ ବ୍ୟତୀତ ବିଜେପି ପ୍ରମୁଖ ପ୍ରାର୍ଥୀ ଭାବେ ଶିକ୍ଷାମନ୍ତ୍ରୀ ଥିବା ରତନ ଲାଲ ନାଥ (ମୋହନପୁର ଆସନରୁ), ପ୍ରଣଜିତ ସିଂ ରାୟ( ରାଧାକିଶୋରପୁର ଆସନରୁ), ମନ୍ତ୍ରୀ ମନୋଜ କାନ୍ତି ଦେବ(କମଲପୁର ଆସନରୁ) ତ୍ରିପୁରା ବିଧାନସଭା ଉପବାଚସ୍ପତି ବିଶ୍ବବନ୍ଧୁ ସେନ (ଧର୍ମନଗର ଆସନରୁ) ନିର୍ବାଚିତ ହୋଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧାନପୁର ଆସନରୁ ବିଜୟୀ ହେବା ସହ ଦଳକୁ ବଡ ସଫଳତା ଦେଇଛନ୍ତି । ଦୀର୍ଘ ଦିନ ଧରି ବାମଦଳ ଦଖଲରେ ଥିବା ଧାନପୁର ଆସନକୁ ପ୍ରତୀମା ଛଡାଇ ଆଣିଛନ୍ତି । 3500 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ହେଲେ ତ୍ରିପୁରାରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଦଳୀୟ ପ୍ରଦେଶ ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ବନମାଳୀପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଯାହା ବିଜେପିକୁ ଏକ ବଡ ଝଟକା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.