ETV Bharat / bharat

Tripura assembly polls: ସଂକଳ୍ପପତ୍ର ଉନ୍ମୋଚନ କଲା ବିଜେପି

16ରେ ତ୍ରିପୁରାରେ ବିଧାନସଭା ପାଇଁ ମତଦାନ । ନଡ୍ଡା ଓ ମାଣିକ ଶାହାଙ୍କ ଉପସ୍ଥିତିରେ ଆଜି ସଂକଳ୍ପପତ୍ର ଘୋଷଣା କଲା ବିଜେପି । ଅଧିକ ପଢ଼ନ୍ତୁ

author img

By

Published : Feb 9, 2023, 5:33 PM IST

ନଡ୍ଡା ଓ ମାଣିକ ଶାହଙ୍କ ଉପସ୍ଥିତିରେ ସଂକଳ୍ପପତ୍ର ଉନ୍ମୋଚନ କଲା ବିଜେପି

ଅଗରତାଲା: ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ତାଲିକାରେ ରହିଛି ଉତ୍ତର-ପୂର୍ବ ବିଜେପି ଶାସିତ ରାଜ୍ୟ ତ୍ରିପୁରା । 16 ତାରିଖରେ ଭୋଟିଂ ହେବାକୁ ଥିବା ବେଳେ ଆଜି (ଗୁରୁବାର) ଶାସନରେ ଥିବା ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ସଂଙ୍କଳ୍ପପତ୍ର ବା ଇସ୍ତାହାର ଘୋଷଣା କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ତ୍ରିପୁରା ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ତାଙ୍କ ସହ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଜେପି ମୁଖ୍ଯ ନଡ୍ଡାଙ୍କ ଉପସ୍ଥିତିରେ ଆଜି ଦଳ ଏହି ନିର୍ବାଚନୀ ସଂକଳ୍ପପତ୍ର ଉନ୍ମୋଚନ କରିଛି ।

ସଂଙ୍କଳ୍ପପତ୍ର ଉନ୍ମୋଚନ ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦଳ ମୁଖ୍ୟ ନଡ୍ଡା କହିଛନ୍ତି, ଯେତେବେଳେ ବିଜେପି ସଂଙ୍କଳ୍ପପତ୍ର ଘୋଷଣା କରେ, ଏହା କେବଳ ଏକ କାଗଜର ଖଣ୍ଡ ନୁହେଁ ବରଂ ଏହା ଏକ ଭିଜନ ଡକ୍ୟୁମେଣ୍ଟ । ଏହା ଲୋକଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ପ୍ରତିବଦ୍ଧତାକୁ ଦର୍ଶାଏ । ତ୍ରିପୁରା ରାଜ୍ୟ ଶାନ୍ତି, ସମୃଦ୍ଧି ଓ ସଦଭବନାର ପରିଚୟ ବହନ କରେ । ତେବେ ବିଜେପି ଶାସନରେ ତ୍ରିପୁରାରେ ବିକାଶ ହୋଇଛି ବୋଲି ନଡ୍ଡା କହିଥିଲେ ।

ରାଜ୍ୟରେ 13 ଲକ୍ଷ ଆୟୁଷ୍ମାନ ଭାରତ କାର୍ଡ ହିତାଧିକାରୀଙ୍କୁ ମିଳିସାରିଛି । ସେହିପରି ସେଟେଲମେଣ୍ଟ ଆକାରରେ 107 କୋଟି ଟଙ୍କା ରାଜ୍ୟବାସୀଙ୍କୁ ମିଳିସାରିଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମୋଟ 3.5 ଲକ୍ଷ ଘର ନିର୍ମାଣ ହୋଇଛି । ସେହିପରି ଜଳ ଜୀବନ ମିଶନରେ ରାଜ୍ୟର ମୋଟ ଜନସଂଖ୍ୟାର 55 ପ୍ରତିଶତ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣରେ ସଫଳତା ମିଳିଛି । ଏହି ସଂଖ୍ୟା 2018ରେ ମାତ୍ର 3 ପ୍ରତିଶତ ରହିଥିଲା ବୋଲି ନଡ୍ଡା କହିଥିଲେ ।

ସେହିପରି ଚଳିତ ସରକାର ଗଠନ ହେବା ପରେ ରାଜ୍ୟରେ ମାତ୍ର 5 ଟଙ୍କାରେ ଭୋଜନ ଯୋଗାଇ ଦିଆଯିବ । ଆଧ୍ୟାତ୍ମିକ ଗୁରୁ ଅନୁକୂଳ ଚନ୍ଦ୍ରଙ୍କ ନାମରେ ଏହି ଯୋଜନାକୁ ନାମିତ କରାଯିବ । ସେହିପରି ରାଜ୍ୟରେ ଏକ ଆଞ୍ଚଳିକ ଚିକିତ୍ସା ବିଜ୍ଞାନ ଗବେଷଣା ସଂସ୍ଥାନ ମଧ୍ୟ ସ୍ଥାପନ କରିବାକୁ ଦଳ ଇସ୍ତାହାରରେ ଉଲ୍ଲେଖ କରିଛି ।

ଉତ୍ତର-ପୂର୍ବ ଭାରତ ଏବେ ବିଜେପି ବେଲ୍ଟରେ ପରିଣତ ହେବାରେ ଲାଗିଛି । ଉତ୍ତର-ପୂର୍ବର ବୃହତ୍ତମ ରାଜ୍ୟ ଆସାମ 2016 ପରଠାରୁ ବିଜେପି ଶାସନରେ ରହିଛି । 2021ରେ ମଧ୍ୟ ଭାରତୀୟ ଜନତା ପାର୍ଟି ଆସାମରେ ସରକାର ଗଠନ କରିଛି । ଅନ୍ୟତମ ରାଜ୍ୟ ମଣିପୁରରେ ମଧ୍ୟ 2017 ଓ 2022 ରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିଛି । ସେହିପରି ବିଜେପି ତ୍ରିପୁରାରେ ମଧ୍ୟ ପୁଣି ଥରେ ଶାସନ ବଜାୟ ରଖିବା ନେଇ ଆଶା ରଖିଛି । ଚଳିତ ମାସ 16 ତାରିଖରେ ତ୍ରିପୁରାରେ ନିର୍ବାଚନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.