ETV Bharat / bharat

ତୃଣମୂଳ କଂଗ୍ରେସର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ

author img

By

Published : Feb 28, 2023, 1:11 PM IST

ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ । ଟ୍ବିଟ କରି ସୂଚନା ଦେଲେ ଦଳର କର୍ମୀ । ଅଧିକ ପଢନ୍ତୁ

Trinamool Congress Twitter account hacked

ହାଇଦ୍ରବାଦା: ଟିଏମସିର ଟ୍ବିଟର ଆକାଉଣ୍ଟ ହ୍ୟାକ । ପଶ୍ଚିମବଙ୍ଗର ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ସୂଚନା ମିଳିଛି । ପ୍ରୋଫାଇଲ ଫଟୋରେ ଦଳର ଚିହ୍ନକୁ ପରିବର୍ତ୍ତନ କରାଯାଇଥିବା ବେଳେ ଏହାର ନାମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଦଳର ଅଫିସିଆଲ ଆକାଉଣ୍ଟର ନାମ ୟୁଗା ଲାବ୍ସ ଲେଖା ହୋଇଥିବା ଜାଣିବା ପରେ ଟ୍ବିଟର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ପ୍ରୋଫାଇଲରେ ରହିଥିବା ଫଟୋରେ କଳା ରଙ୍ଗରେ Y ଲେଖା ହୋଇଥିବା ଲଗୋ ରହିଛି । ଏନେଇ ଟିଏମସିର ଜଣେ ନେତା ଟ୍ବିଟ କରି ସୂଚନା ଦେଇଛନ୍ତି ।

ଅଭିପ୍ସୁ ଭଞ୍ଜ ଚୌଧୁରୀ ନାମକ ଜଣେ ଟିଏମସି କର୍ମୀ ଗତକାଲି ବିଳମ୍ବିତ ରାତିରେ ଟ୍ବିଟ କରି ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ ଲେଖି ଏକ ପ୍ରଶ୍ନବାଚୀ ଚିହ୍ନ ଦେଇଥିଲେ । ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଶେଖ ବାନାର୍ଜୀଙ୍କୁ ମଧ୍ୟ ଟ୍ୟାଗ କରିଥିଲେ । ଟିଏମସିର ଟ୍ବିଟର ଆକାଉଣ୍ଟରେ 6 ଲକ୍ଷରୁ ଉର୍ଦ୍ଧ୍ବ ଫଲୋର୍ସ ରହିଛନ୍ତି । ତେବେ ଆକାଉଣ୍ଟକୁ ହ୍ୟାକ କରିଥିବା ହ୍ୟାକର ଏ ପର୍ଯ୍ୟନ୍ତ ପାର୍ଟିର ଅଫିସିଆଲ ପେଜରେ କୌଣସି ଟ୍ବିଟ କରିନାହିଁ ।

ତେବେ ଦେଶର ଅନେକ ବଡ ବଡ ରାଜନେତାଙ୍କ ଟ୍ବିଟର ଆକାଉଣ୍ଟ ମଧ୍ୟ ବହୁବାର ହ୍ୟାକ ହୋଇଥିବା ଖବର ପୂର୍ବରୁ ସାମ୍ନାକୁ ଆସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ କରିଥିଲେ ହ୍ୟାକର । 2022 ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ କରିଥିଲେ ହ୍ୟାକର୍ସ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ 4 ମିଲିୟନ ଫଲୋର୍ସ ରହିଥିଲେ । ସେହିପରି ଗତ 2021 ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ ହୋଇଥିଲା । ଆକାଉଣ୍ଟକୁ ହ୍ୟାକ କରିବା ପରେ ହ୍ୟାକର ଟ୍ବିଟ କରି ଲେଖିଥିଲା ଯେ, ଭାରତ ସରକାର ବିଦ୍ଧିବଦ୍ଧ ଭାବେ ବିଟକଏନକୁ ମାନ୍ୟତା ଦେଇଛନ୍ତି ଏବଂ 500 ବିଟକଏନ କିଣି ଲୋକଙ୍କୁ ବାଣ୍ଟୁଛନ୍ତି । ଟ୍ବିଟ କରିବାର କିଛି ସମୟ ପରେ ଏହାକୁ ନିଜେ ମଧ୍ୟ ଡିଲିଟ କରିଥିଲା ହ୍ୟାକର ।

2022 ଫେବୃଆରା 27 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ନଡ୍ଡାଙ୍କ ବ୍ୟକ୍ତିଗତ ଟ୍ବିଟର ହ୍ୟାଣ୍ଡେଲକୁ ହ୍ୟାକ କରି ଋଷିଆ ସମର୍ଥନରେ ଟ୍ବିଟ୍ କରିଥିଲା ହ୍ୟାକର । ହ୍ୟାକର ନଡ୍ଡାଙ୍କ ଟ୍ବିଟରରୁ ଋଷିଆ ପାଇଁ କ୍ରିପ୍ଟୋକରେନ୍ସିଂ ଦାନ କରିବାକୁ କହିବା ସହ ଋଷିଆବାସୀଙ୍କ ସହ ରହିଛୁ ବୋଲି ଲେଖିଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.