କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତା ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ହତ୍ୟା(Trinamool Congress Leader, Two Aides Murdered) । ଆଜି(ଗୁରୁବାର) ସକାଳେ କୋଲକାତା ସହର ଠାରୁ ୫୦ କିଲୋମିଟର ଦୂର କ୍ୟାନିଂ(Canning) ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ତିନି ଜଣଙ୍କୁ ହତ୍ୟା କରାଯାଇଛି । ମୃତ ଟିଏମସି ନେତା ହେଉଛନ୍ତି ଗୋପାଳପୁର ଗ୍ରାମ ପଞ୍ଚାୟତର ସଭ୍ୟ ସ୍ବପନ ମାଝୀ ।
ସ୍ବପନ ଆଜି ସକାଳ ପ୍ରାୟ ୯ଟାବେଳେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିଲେ । ବାଟରେ କିଛି ଦୁର୍ବୃତ୍ତ ପ୍ରଥମେ ତାଙ୍କୁ ଗୁଳିମାଡ କରିଥିଲେ ଓ ପରେ ଛୁରୀ ଭୁସି ହତ୍ୟା କରିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ସ୍ବପନଙ୍କ ସହ ଥିବା ତାଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ଗୁଳି କରିଥିଲେ । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।