ETV Bharat / bharat

By Poll Result: ବେଙ୍ଗଲରେ ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ ବିଜୟୀ

ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ଓ ବିଧାନସଭା ଆସନରେ ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ ବିଜୟୀ । ଅଧିକ ପଢନ୍ତୁ

author img

By

Published : Apr 16, 2022, 4:18 PM IST

Updated : Apr 16, 2022, 5:24 PM IST

By poll result: ବେଙ୍ଗଲରେ ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ ବିଜୟୀ

କୋଲକାତା: 4ଟି ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ଆସିଛି । ପଶ୍ଚିମବଙ୍ଗର ଗୋଟିଏ ଲୋକସଭା ଏବଂ ଗୋଟିଏ ବିଧାନସଭା ଆସନରେ ପଡିଥିଲା ଭୋଟ । ତେବେ ପଶ୍ଚିମବଙ୍ଗ ଆସନସୋଲ ଲୋକସଭା ଆସନ ଏବଂ ବାଲିଗଞ୍ଜ ବିଧାନସଭା ଆସନରେ ବାଜିମାତ କରିଛି ଟିଏମସି । ଆଜି (ଶନିବାର) ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।

ତେବେ ବିହାରର ବୋଚହାନ, ଛତିଶଗଡର ଖଇରଗଡ ଓ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ଆସନରେ ଉପ ନିର୍ବାଚନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କିଛି ଆସନରେ ଫଳାଫଳ ସ୍ପଷ୍ଟ ହୋଇସାରିଥିବା ବେଳେ କିଛି ସ୍ଥାନରେ ଫଳାଫଳ ଟ୍ରେଣ୍ଡିଂରେ ରହିଛି । ପଶ୍ଚିମବଙ୍ଗର ଉଭୟ ଲୋକସଭା ଓ ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ଓ ବାବୁୁଲ ସୁପ୍ରିୟୋ ବିଜୟୀ ହୋଇଛନ୍ତି ।

ପଶ୍ଚିମବଙ୍ଗ:-

ଆସନସୋଲ ସଂସଦୀୟ କ୍ଷେତ୍ରରୁ ବାବୁୁଲ ସୁପ୍ରିୟୋଙ୍କ ଇସ୍ତଫା ପରେ ସେଠାରୁ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା ଦଳ । ସିହ୍ନା ପୂର୍ବାହ୍ନରେ ପ୍ରାୟ 2,68,058 ଭୋଟରେ ଆଗରେ ଥିବା ବେଳେ ନିକଟତନ ପ୍ରତିଦ୍ବନ୍ଦୀ ବଜେପିର ଅଗ୍ନିମିତ୍ର ପଲଙ୍କ ଠାରୁ ବିଜୟୀ ହୋଇଛନ୍ତି ।

ସେହିପରି ସଂସଦ ପଦରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସ ଟିକଟରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବାବୁଲ ସୁପ୍ରିୟୋ ବାଲିଗଞ୍ଜ ବିଧାନସଭା ଆସନରୁ ମଧ୍ୟ ବିଜୟୀ ହୋଇଛନ୍ତି । ବିଜୟୀ ହେବା ପରେ ବେଙ୍ଗଲବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବାବୁଲ । ଏହାସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ବିଟ କରି ଦଳର ବିଜୟ ପାଇଁ ବେଙ୍ଗଲବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • I sincerely thank the electors of the Asansol Parliamentary Constituency and the Ballygunge Assembly Constituency for giving decisive mandate to AITC party candidates. (1/2)

    — Mamata Banerjee (@MamataOfficial) April 16, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 5:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.