ETV Bharat / bharat

Tribal woman stripped Naked: ପୀଡିତାଙ୍କୁ ଭେଟିଲେ ଗେହେଲଟ, 10ଲକ୍ଷ ଟଙ୍କା ସହ ସରକାରୀ ଚାକିରି ଘୋଷଣା

author img

By ETV Bharat Odisha Team

Published : Sep 2, 2023, 7:58 PM IST

ରାଜସ୍ଥାନରେ ଆଦିବାସୀ ମହିଳାଙ୍କୁ ନିବସ୍ତ୍ର କରି ମାଡ ମାରିବା ଘଟଣା । ପୀଡିତାଙ୍କୁ ଭେଟି 10 ଲକ୍ଷ ଟଙ୍କା ସହ ସରକାରୀ ଚାକିରି ଘୋଷଣା କଲେ ମୁଖ୍ଯମନ୍ତ୍ରୀ ଗେହେଲଟ । ରାହୁଲ ଗାନ୍ଧୀ ଗେହେଲଟଙ୍କ ସହ କଥା ହୋଇଥିବା ସୂଚନା । ଅଧିକ ପଢନ୍ତୁ

Tribal woman stripped naked: ପୀଡିତାଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ, 10 ଲକ୍ଷ ଟଙ୍କା ସହ ସରକାରୀ ଚାକିରି ଘୋଷଣା

ଜୟପୁର: ପ୍ରତାପଗଡ ଜିଲ୍ଲାରେ ଘରୋଇ ହିଂସାରୁ ସ୍ବାମୀ ଓ ପରିବାର ସଦସ୍ୟଙ୍କ ଦ୍ବାରା ବର୍ବରତାର ଶିକାର ହୋଇଥିବା ଆଦିବାସୀ ପୀଡିତାଙ୍କୁ ଭେଟିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ମୁଖ୍ୟମନ୍ତ୍ରୀ ଗେହେଲଟ ପୀଡିତାଙ୍କୁ 10 ଲକ୍ଷ ଟଙ୍କାର ସହୟତା ରାଶି ସହ ସରକାରୀ ଚାକିରି ଯୋଗାଇ ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଗୁରୁବାର ଏହି ପୀଡିତାଜଣଙ୍କୁ ତାଙ୍କର ସ୍ବାମୀ ଓ ଶାଶୂ ଘର ଲୋକେ ନିସ୍ତୁକ ମାଡ ମାରିବା ସହ ନିବସ୍ତ୍ର କରି ରାସ୍ତାରେ ବୁଲାଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।

ଆଜି ଅପରାହ୍ନରେ ମୁଖ୍ଯମନ୍ତ୍ରୀ ଅଶୋକ ଗେହେଲଟ, ପ୍ରତାପଗଡ ଜିଲ୍ଲାର ଧରିୟାଓ୍ବାଦରେ ପୀଡିତା ଆଦିବାସୀ ମହିଳା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଘଟଣା ଲୋକଲୋଚନକୁ ଆସିବା ପରେ ବିରୋଧୀ ଗେହେଲଟ ନେତୃତ୍ବାଧୀନ ସରକାର ଉପରେ ବର୍ଷିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ସେମାନେ ଅଭିଯୋଗ ମଧ୍ୟ କରିଛନ୍ତି । ଏହାରି ମଧ୍ୟରେ ପୀଡିତାଙ୍କୁ ଆର୍ଥିକ ସହାୟତା ଓ ସରକାରୀ ଚାକିରି ଘୋଷଣା ସହ ମୁଖ୍ଯମନ୍ତ୍ରୀ ଗେହେଲଟ କହିଛନ୍ତି, ଦୋଷୀକୁ ଛଡାଯିବ ନାହିଁ । ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ ହେବ । ଶିଘ୍ର ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଯିବା ନେଇ ଗେହେଲଟ କହିଛନ୍ତି ।

ଘଟଣାଟି ଗୁରୁବାର ପ୍ରତାପଗଡ ଜିଲ୍ଲା ଧରିୟାବାଦ ଥାନା ଅନ୍ତର୍ଗତ ପହାଡା ଅଞ୍ଚଳରେ ଘଟିଛି । ପୀଡିତା ଜଣେ ଆଦିବାସୀ । ଗତବର୍ଷ ତାଙ୍କର ବିବାହ ହୋଇଥିଲା । କୌଣସି କାରଣରୁ ମହିଳାଙ୍କୁ ସ୍ବାମୀ ଓ ଶାଶୁଘର ଲୋକେ ନିସ୍ତୁକ ମାଡ ମାରିବା ସହ ନିବସ୍ତ୍ର କରି ବୁଲାଇଥିଲେ । ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ମୋଟ 10 ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ କହିଛି । ଏବେ ସୁଦ୍ଧା 7ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ 3 ଜଣଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- Woman Paraded Naked Case: ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ, 3 ଗିରଫ

ଅନ୍ୟ ଏକ ସୂଚନା ଅନୁସାରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ସହ ଫୋନରେ କଥା ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିବା ସୂଚନା ମିଳିଛି । ରାହୁଲଙ୍କ ହସ୍ତକ୍ଷେପ ପରେ ଆଜି ମୁଖ୍ୟମନ୍ତ୍ରୀ ଗେହେଲଟ ସିଧା ପ୍ରତାପଗଡ ଗସ୍ତ କରି ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆର୍ଥିକ ସହାୟତା ଓ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଏବେ ସମସ୍ତ ଅଭିଯୁକ୍ତ ପୋଲିସ ହେପାଜତରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.