ETV Bharat / bharat

ରାଜସ୍ଥାନର ୩୫୦ବର୍ଷ ପୁରୁଣା 'ଅନ୍ନକୁଟ ମହୋତ୍ସବ', ରାତିରେ ଭୋଗ ଲୁଟନ୍ତି ଆଦିବାସୀ

author img

By ETV Bharat Odisha Team

Published : Nov 14, 2023, 9:35 PM IST

ରାଜସ୍ଥାନରେ ନିଆରା ଢଙ୍ଗରେ ପାଳିତ ହୁଏ ଅନ୍ନକୁଟ ମହୋତ୍ସବ । ଯେଉଁଠି ଭଗବାନଙ୍କ ସମ୍ମୁଖରେ ଭୋଗ ଲୁଟି ନିଅନ୍ତି ଆଦିବାସୀ ଲୋକେ । ଅଧିକ ପଢନ୍ତୁ

Annakoot 2023
Annakoot 2023
ରାଜସ୍ଥାନର ୩୫୦ବର୍ଷ ପୁରୁଣା 'ଅନ୍ନକୁଟ ମହୋତ୍ସବ', ରାତିରେ ଭୋଗ ଲୁଟନ୍ତି ଆଦିବାସୀ

ଜୟପୁର: ଆଲୋକର ପର୍ବ ଦୀପାବଳି ପରଦିନ ଦେଶରେ ପାଳିତ ହୋଇଥାଏ ଅନ୍ନକୁଟ ମହୋତ୍ସବ । ଏହି ପର୍ବକୁ ବିଭିନ୍ନ ସ୍ଥାନରେ ପାରମ୍ପରିକ ଢଙ୍ଗରେ ପାଳନ କରାଯାଏ । ଏହି ଦିନ ଗିରି ଗୋବର୍ଦ୍ଧନ ପୂଜା ସାଙ୍ଗକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଭୋଗ ଲଗାଯାଏ । ତେବେ ରାଜସ୍ଥାନରେ ଏହି ପର୍ବ ଦୀର୍ଘ ୩୫୦ବର୍ଷ ଧରି ପାଳିତ ହୋଇଆସୁଛି । ଏଠାରେ ଏହି ପର୍ବର ସ୍ବତନ୍ତ୍ରତା ହେଉଛି ଭୋଗ ଲାଗି ହେବା ପରେ ରାତିରେ ସୁସ୍ବାଦୁ ପ୍ରସାଦକୁ ଲୁଟି ନିଅନ୍ତି ଆଦିବାସୀ ଲୋକେ । ଆଦିବାସୀ ସମ୍ପ୍ରଦାୟ ଭୋଗ ଲୁଟିବା ଏଠାରେ ପରମ୍ପରା ରହିଛି ।

ରାଜସ୍ଥାନର ରାଜସମନ୍ ସ୍ଥିତ ପୃଷ୍ଟିମାର୍ଗୀୟ ବଲ୍ଲଭ ସମ୍ପ୍ରଦାୟର ପ୍ରଧାନ ପୀଠ ଶ୍ରୀନାଥଜି ମନ୍ଦିରରେ ଧୁମଧାମର ସହିତ ଅନ୍ନକୁଟ ମହୋତ୍ସବ ପାଳିତ ହୋଇଛି । ରାତିରେ ପ୍ରଭୁ ଶ୍ରୀନାଥଜି, ବିଠଲନାଥଜି ଓ ଲାଲନଙ୍କଠାରେ ଲାଗି ହୋଇଥିଲା ୫୬ ଭୋଗ । ଏହାପରେ ପରମ୍ପରା ଅନୁଯାୟୀ ଏହି ବିଭିନ୍ନ ପ୍ରକାର ସୁସ୍ବାଦୁ ଭୋଗକୁ ଲୁଟି ନେଇଥିଲେ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ । ରାତି ପ୍ରାୟ ୧୧ଟା ସମୟରେ ଏହି ଲୁଟପାଟ କାର୍ଯ୍ୟ ହୋଇଥିଲା । ନାଥଦ୍ବାରା ମନ୍ଦିର ନିକଟରେ ରହୁଥିବା ଆଖପାଖ ଗ୍ରାମର ଆଦିବାସୀ ମନ୍ଦିରକୁ ଆସିଥିଲେ । ମନ୍ଦିର ସମ୍ମୁଖରେ ଲାଗି ହୋଇଥିବା ପ୍ରସାଦକୁ ଲୁଟି ନେଇଥିଲେ ।

ଏହା ବି ପଢନ୍ତୁ- ଅନ୍ନକୁଟ ମହୋତ୍ସବ ୨୦୨୩: ଅହମ୍ମଦାବାଦ ସ୍ବାମୀ ନାରାୟଣ ମନ୍ଦିରରେ ଲାଗି ହେଲା ୧୧୦୦ ପ୍ରକାର ଭୋଗ

ଆଦିବାସୀଙ୍କ କହିବାନୁସାରେ ସେମାନେ ମନ୍ଦିରରୁ ଲୁଟୁଥିବା ଚାଉଳକୁ ନିଜ ସମ୍ପର୍କୀୟଙ୍କ ମଧ୍ୟରେ ବାଣ୍ଟି ନେଉଥିବା ବେଳେ ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି । ବିଶ୍ବାସ ରହିଛି ଏହାଦ୍ବାରା ଘରୁ ଅଭାବ ଅନଟନ ଦୂର ହୋଇଥାଏ । ଏହି ପ୍ରସାଦ ସେବନ କଲେ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ କରାଯାଏ । ଏହି ମନ୍ଦିରର ଯୁବରାଜ ଚିରଞ୍ଜୀବ ବାବାଙ୍କ କହିଛନ୍ତି, "ଶ୍ରୀଜୀଙ୍କ ଅନ୍ନକୁଟ ମହୋତ୍ସବ ଏହି ଲୁଟ ବିନା ପୂରଣ ହୋଇନଥାଏ । ଆଦିବାସୀ ସମ୍ପ୍ରଦାୟ ପ୍ରସାଦ ନେବା ପରେ ଏହି ଉତ୍ସବ ପୂରଣ ହୁଏ ।"

ଅନ୍ନକୁଟ ମହୋତ୍ସବ ଲାଗି ଦୀପାବଳି ଦିନ ରାତି ପ୍ରାୟ ୯ଟା ବେଳେ ଶ୍ରୀଜୀଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ମାତ୍ର ୨ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ଚାଲିଥିଲା । ଏହାପରେ ଏହି ଉତ୍ସବ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମନ୍ଦିରର ଏହି ଉତ୍ସବ ଦେଖିବା ଲାଗି ବିଦେଶୀ ଶ୍ରଦ୍ଧାଳୁମାନେ ଆସିଥାଆନ୍ତି । ଏହି ଦିନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥାଏ । ଦେଶରେ ଅନେକ ସ୍ଥାନରେ ଦୀପାବଳି ପରଦିନ ଏହି ପର୍ବକୁ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.