ETV Bharat / bharat

କାମ କରୁନି ଭେଟେରାନଙ୍କ ଦାବିଦାରି ! ଛତିଶଗଡରେ ଆଦିବାସୀ, ମଧ୍ୟ ପ୍ରଦେଶରେ ଓବିସି ପରେ ରାଜସ୍ଥାନରେ କିଏ

author img

By ETV Bharat Odisha Team

Published : Dec 11, 2023, 6:11 PM IST

CM Announcement: କାମ କରୁନି ଭେଟେରାନଙ୍କ ଦାବିଦାରି । ବାଦ ପଡିଲେ ରମଣ ଓ ଶିବରାଜଙ୍କ ସମେତ ବହୁ ଚିହ୍ନା ମୁହଁ । ବସୁନ୍ଧରା ମଧ୍ୟ ହୋଇପାରନ୍ତି ନିରାଶ । ରାଜସ୍ଥାନରେ ମଧ୍ୟ ଅପ୍ରତ୍ୟାଶିତ ଚେହେରାକୁ ଅପେକ୍ଷା । ଅଧିକ ପଢନ୍ତୁ

କାମ କରୁନି ଭେଟେରାନଙ୍କ ଦାବିଦାରି !  ଛତିଶଗଡରେ ଅଦିବାସୀ, ମଧ୍ୟ ପ୍ରଦେଶରେ ଓବିସି ପରେ ରାଜସ୍ଥାନରେ କିଏ

ହାଇଦ୍ରାବାଦ: କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ଆଗରେ କାମ କରୁନି ବରିଷ୍ଠ ନେତାଙ୍କ ଦାବିଦାରି । ବିଜେପିର ରଣନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରୁଛି । 2024 ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ବିଜେପି 3 ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ ହେବାରେ ଲାଗିଛି । ଦଳର ନିଷ୍ପତ୍ତି ସମସ୍ତ ପୂର୍ବ ଆକଳନକୁ ଭୁଲ ପ୍ରମାଣିତ କରିବା ସହ ଓ ତମାମ ବରିଷ୍ଠ ନେତାଙ୍କ ଦାବିଦାରି ମଧ୍ୟ ଫେଲ ମାରୁଛି ।

ଗତକାଲି ଛତିଶଗଡ ଓ ଆଜି ମଧ୍ୟ ପ୍ରଦେଶରେ ଦଳର ମୁଖ୍ୟମନ୍ତ୍ରୀ ଚୟନ କରିବା ପରେ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଏକାଧିକ ଚିହ୍ନା ଓ ରେସରେ ଥିବା ମୁହଁ ବାଦ ପଡିଛନ୍ତି । ଚର୍ଚ୍ଚାରେ ନଥିବା ଅପ୍ରତ୍ୟାଶିତ ଚେହେରା ଦାୟିତ୍ବ ପାଇଛନ୍ତି । ଛତିଶଗଡରେ ଆଦିବାସୀ ଚେହେରା ବିଷ୍ଣୁଦେବ ସାଏଙ୍କୁ ଦଳ ରାଜ୍ଯର କମାଣ ଦେଇଥିବା ବେଳେ ଆଜି ମଧ୍ୟ ପ୍ରଦେଶ ନିଷ୍ପତ୍ତି ତାହାଠାରୁ ମଧ୍ଯ ରୋଚକ ହୋଇଛି । କାରଣ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଏକାଧିକ ବରିଷ୍ଠ କେନ୍ଦ୍ରୀୟ ନେତା ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ବେଳେ ଦଳ ଓବିସି ଚେହେରା ତଥା ଚର୍ଚ୍ଚାରେ ନଥିବା ମୋହନ ଯାଦବଙ୍କୁ ଆଜି ମୁଖ୍ଯମନ୍ତ୍ରୀ ଘୋଷଣା କରିଛି ।

ଜନାଦେଶକୁ ସପ୍ତାହେ ବିତିଥିବା ବେଳେ ତମାମ ବିଚାର ବିମର୍ଶ ପରେ ଗତକାଲି ବିଜେପି ଛତିଶଗଡ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ରାଜ୍ୟରେ ଦଳର ପୂର୍ବ ଅଧ୍ୟକ୍ଷ ତଥା ଆଦିବାସୀ ଚେହେରା ବିଷ୍ଣୁବେଦ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲା । ବିଷ୍ଣୁବେଦ ମୁଖ୍ୟମନ୍ତ୍ରୀ ଦାବିଦାରି ରେସରେ ନଥିଲେ । ରମଣ ସିଂଙ୍କ ବ୍ୟତୀତ ଦଳ ରେଣୁକା ସିଂ ଅନ୍ୟ ଚେହେରାଙ୍କୁ ବାଛିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସମସ୍ତ ରାଜନୈତିକ ଆକଳନକୁ ମିଥ୍ୟା ପ୍ରମାଣିତ କରି ବିଷ୍ଣୁଦେବଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା । ଏହା ଆଦିବାସୀ କାର୍ଡ ବୋଲି ଚର୍ଚ୍ଚା ହେଉଛି ।

ଆଜି ମଧ୍ୟ ପ୍ରଦେଶରେ ଶିବରାଜ ସରକାରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଥିବା 3 ଥରର ବିଧାୟକ ତଥା ଓବିସି ଚେହେରା ମୋହନ ଯାଦବଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଛି । ଶିବରାଜଙ୍କ ‘ଲାଡଲୀ ବେହେନା’ ଯୋଜନା ଚଳିତ ନିର୍ବାଚନରେ ‘ଭୋଟପୁଲର’ ସାବ୍ୟସ୍ତ ହୋଇଥିବା କୁହାଯାଉଥିଲା । ମାତ୍ର ଚଳିତଥର ଶିବରାଜଙ୍କ ବ୍ୟତୀତ ମଧ୍ୟ ପ୍ରଦେଶରେ ସର୍ବାଧିକ ବରିଷ୍ଠ ନେତାଙ୍କ ଦାବିଦାରି ଥିଲା । ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ସିଂ ପଟେଲଙ୍କ ସମେତ, ମୁଖ୍ୟମନ୍ତ୍ରୀ ଆସନ ପାଇଁ କଂଗ୍ରେସ ଛାଡି ବିଜେପିରେ ମିଶିଥିବା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦଳର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟ ବର୍ଗୀୟଙ୍କ ନାମ ମଧ୍ୟ ରେସରେ ସାମିଲ ଥିଲା । ଶିବରାଜଙ୍କୁ ଦଳ ନଦୋହରାଇଲେ ମଧ୍ୟ ବରିଷ୍ଠତା ଭିତ୍ତିରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ନେଇ ଆକଳନ କରାଯାଉଥିଲା । ହେଲେ ସାମାନ୍ୟତମ ଚର୍ଚ୍ଚାରେ ନଥିବା ମୋହନ ଯାଦବଙ୍କୁ ଆଜି ଦଳ ଅପ୍ରତ୍ୟାଶିତ ଭାବେ ମୁଖ୍ୟମନ୍ତ୍ରୀ କରିଛି ।

ଏହା ମଧ୍ୟ ପଢନ୍ତୁ:- ବାଦ ପଡିଲେ ଶିବରାଜ, ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଦୁଇ ରାଜ୍ୟ ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଦଳର ଅପ୍ରତ୍ୟାଶିତ ନିଷ୍ପତ୍ତି ପରେ ରାଜସ୍ଥାନ କ୍ଷେତ୍ରରେ ବସୁନ୍ଧରାଙ୍କ ଦାବିଦାରି ଓ ଅନ୍ୟ ବରିଷ୍ଠ ଆଶାୟୀଙ୍କ କଥାକୁ ନେଇ ଆକଳନ କରିବା ମଧ୍ୟ ପ୍ରଶ୍ନ ସୃଷ୍ଟି ହେଲାଣି । ଦୁଇ ରାଜ୍ୟରେ ଯେମିତ ଦଳ ତମାମ ଆକଳନ ଓ ସମୀକରଣକୁ ବାଦ ଦେଇ ନୂଆ ଚେହେରାଙ୍କୁ ଦାୟିତ୍ବ ଦେବା ସହ ଆଶାୟୀଙ୍କୁ ନିଷ୍ପତ୍ତି ସହ ସନ୍ତୁଷ୍ଟ ହେବାକୁ ବାଧ୍ୟ କଲା ରାଜସ୍ଥାନ କ୍ଷେତ୍ରରେ ମଧ୍ୟ ସେପରି ଦେଖିବାକୁ ମିଳିପାରେ । ତେଣୁ ବସୁନ୍ଧରା କିମ୍ବା ଚର୍ଚ୍ଚାରେ ଥିବା ଚେହେରାଙ୍କ ବ୍ୟତୀତ କେହି ଜଣେ ଅପ୍ରତ୍ୟାଶିତ ବ୍ୟକ୍ତିଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ନେଇ ଆକଳନ କରାଯାଉଛି । ଯାହା କାଲି ସୁଦ୍ଧା ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.