ETV Bharat / bharat

CDS Chopper Crash: 2 ସପ୍ତାହ ମଧ୍ୟରେ ଶେଷ ହେବ ତଦନ୍ତ !

author img

By

Published : Dec 16, 2021, 9:30 PM IST

CDS chopper crash ଘଟଣାରେ ଜାରି ରହିଥିବା ତଦନ୍ତ ଦୁଇ ସପ୍ତାହରେ ଶେଷ ହେବା ନେଇ ସୂଚନା । ୩ ସେନାକୁ ନେଇ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ କରୁଛି ଘଟଣାର ତଦନ୍ତ । ଅଧିକ ପଢନ୍ତୁ

CDS chopper crash: 2 ସପ୍ତାହ ମଧ୍ୟରେ ଶେଷ ହେବ ତଦନ୍ତ !

ନୂଆଦିଲ୍ଲୀ: ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ଦମ୍ପତିଙ୍କ ସମେତ ମୋଟ ୧୪ ଜଣ ପ୍ରତିରକ୍ଷା ଅଧିକାରୀ ପ୍ରାଣ ହରାଇବା ଘଟଣାରେ ଜାରି ରହିଥିବା ତଦନ୍ତ ଆସନ୍ତା ୨ ସପ୍ତାହ ମଧ୍ୟରେ ଶେଷ ହେବା ନେଇ ଆଶା କରାଯାଉଛି । ଏହି ହାଇପ୍ରୋଫାଇଲ ଦୁର୍ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଏହାର ତଦନ୍ତ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ତ୍ରି-ସେବା ପକ୍ଷରୁ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ ଗଠନ କରାଯାଇଛି । ଏହି ତଦନ୍ତ ୨ସପ୍ତାହ ମଧ୍ୟରେ ଶେଷ ହେବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି ।

ତଦନ୍ତକାରୀ ଟିମ ଘଟଣାସ୍ଥଳକୁ ଯାଇ ହେଲିକପ୍ଟରର ବ୍ଲାକବକ୍ସ ସମେତ ଅନ୍ୟାନ୍ୟ ଯନ୍ତ୍ରାଂଶ ଉଦ୍ଧାର କରି ଯାଞ୍ଚ ଜାରି ରଖିଥିବା ବେଳେ ଏହି ତଦନ୍ତ ଉପରେ ଦେଶବାସୀଙ୍କ ନଜର ରହିଛି । ଭାରତୀୟ ବାୟୁସେନା (IAF) ଅଧିକାରୀ ତଥା ଦେଶର ସର୍ବୋତ୍ତମ ଚପର ପାଇଲଟ୍ ମଧ୍ୟରୁ ଜଣେ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ ଏହି ତଦନ୍ତର ନେତୃତ୍ବ ନେଉଥିବା ବେଳେ ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମରେ ଉଭୟ ସ୍ଥଳସେନା ଓ ନୌସେନାର କିଛି ଅଭିଜ୍ଞ ତଥା ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି ।

ଦୁର୍ଘଟଣା ଘଟିଥିବା ତାମିଲନାଡୁର ନୀଳଗିରି ଜିଲ୍ଲାର ସ୍ଥାନୀୟ ଲୋକ ତଥା ଦୁର୍ଘଟଣାର ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ ମଧ୍ୟ କରିଛି ଏହି ଟିମ । ଜବତ ବ୍ଲାକବକ୍ସ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସମେତ ଅନ୍ୟ ଦିଗକୁ ନେଇ ଜାରି ରହିଥିବା ଏହି ହାଇପ୍ରୋଫାଇଲ ଦୁର୍ଘଟଣାର କାରଣ ଖୁବ ଶୀଘ୍ର ସ୍ପଷ୍ଟ ହେବା ନେଇ ସାରା ଦେଶର ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ:-IAF Helicopter Crash: ଜୀବନ ଯୁଦ୍ଧରେ ହାରିଗଲେ କ୍ୟାପଟନ ବରୁଣ ସିଂହ

ଚଳିତମାସ ୮ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ 12 ଜଣ ପ୍ରତିରକ୍ଷା କର୍ମଚାରୀ ପ୍ରାଣ ହରାଇଥିଲେ । ସିଡିଏସଙ୍କୁ ନେଇ ଉଡାଣ ଭରିଥିବା ଏମ.ଆଇ-17 ଭି-5 ହେଲିକପ୍ଟର ୱେଲିଙ୍ଗଟନ୍‌ର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଜଙ୍ଗଲ ମଧ୍ୟକୁ ଖସି ପଡିଥିଲା । ଏଥିରେ ଘଟଣା ଦିନ ୧୩ଜଣ ପ୍ରାଣ ହରାଇଥିବା ବେଳେ ଗତକାଲି ଅନ୍ୟ ଜଣେ ତଥା ଏକମାତ୍ର ଚିକିତ୍ସାଧୀନଙ୍କ ମୃତ୍ୟୁ ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.