ETV Bharat / bharat

କିନ୍ନରଙ୍କୁ ସାତ ଜନ୍ମର ସାଥୀ କଲେ ଯୁବକ - କିନ୍ନର-ଯୁବକ ବିବାହ

କଥାରେ ଅଛି ପ୍ରେମ ମାନେନି ବନ୍ଧବାଡ଼ । ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଉତ୍ତରପ୍ରଦେଶ ପ୍ରତାପଗଡର ଯୁବକ ଶିବ କୁମାର । ସେ ଜଣେ କିନ୍ନରଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Transwoman gets married to youth in Ayodhya
କିନ୍ନରଙ୍କୁ ସାତ ଜନ୍ମର ସାଥୀ କଲେ ଯୁବକ
author img

By

Published : Feb 18, 2021, 3:30 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନନ୍ଦିଗ୍ରାମଠାରେ ସାଧାରଣ ସାମାଜିକ ଚାଲିଚଳନର ଉପରକୁ ଯାଇ ବୁଧବାର ଜଣେ ଯୁବକ କିନ୍ନରଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବ ଭାରତକୁଣ୍ଡର ଏକ ପ୍ରାଚୀନ ମନ୍ଦିରରେ ଆୟୋଜିତ ହୋଇଥିବା ବେଳେ ଗ୍ରାମର ଅଧିକାଂଶ ଲୋକ ବିବାହ ଉତ୍ସବରେ ଯୋଗ ଦେଇଥିଲେ ।

କିନ୍ନରଙ୍କୁ ସାତ ଜନ୍ମର ସାଥୀ କଲେ ଯୁବକ

ଯୁବକ ଶିବ କୁମାର ଅଞ୍ଜଳି ସିଂଙ୍କୁ ବିବାହ କରିଥିବା ବେଳେ ଉଭୟ ପ୍ରତାପଗଡର ବାସିନ୍ଦା ବୋଲି ଜଣାପଡିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ମନ୍ଦିରର ପୁରୋହିତ ହନୁମାନ ଦାସ ଏବଂ ଅରୁଣ ତିୱାରୀ ଏହି ବିବାହ କରାଇଥିଲେ ଏବଂ ଅଞ୍ଜଳିଙ୍କ ପରିବାରରୁ ଭଉଣୀ ଓ ଭାଉଜଙ୍କ ସମେତ ଦଶ ଜଣ ଲୋକ ଉତ୍ସବରେ ଯୋଗ ଦେଇଥିଲେ ।

ଏହି ଦୁଇ ଜଣ ଗତ ଦେଢ ବର୍ଷ ଧରି ସମ୍ପର୍କରେ ରହିଥିବା ବେଳେ ସାମାଜିକ ଚାଲିଚଳନକୁ ଭାଙ୍ଗି ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ । ତେବେ ଉଭୟ ପରବର୍ତ୍ତୀ ସମୟରେ ଏକ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବା ସହିତ ନିଜ ଦାମ୍ଫତ୍ୟ ଜୀବନକୁ ଉତ୍ତମ ଓ ଖୁସିର ସହିତ ଅତିବାହିତ କରିବେ ବୋଲି ସ୍ଥିର କରିଥିଲେ ।

ଅଞ୍ଜଳି ଏହି ବିବାହ ସମ୍ପର୍କରେ କହିଛନ୍ତି ଯେ ପ୍ରଥମରୁ ଉଭୟଙ୍କ ପିତାମାତା ବିବାହ ପାଇଁ ସହମତି ପ୍ରକାଶ କରିନଥିଲେ । କିନ୍ତୁ ସେମାନଙ୍କୁ ବୁଝାଇବା ପରେ ସେ ବିବାହ ପାଇଁ ରାଜି ହୋଇଥିଲେ । ତେବେ ଉଭୟଙ୍କର ମଧ୍ୟ ସମ୍ମାନର ସହିତ ସମାଜରେ ବଞ୍ଚିବାର ଅଧିକାର ଅଛି । ତେବେ ସେମାନେ ପିତାମାତାଙ୍କୁ ମନାଇବା ପରେ ବିବାହ କରିବାକୁ ସ୍ଥିର କରିବା ପରେ ବର୍ତ୍ତମାନ ପରସ୍ପର ସହିତ ଖୁସି ଥିବା କହିଛନ୍ତି ।

ତେବେ ଏଭଳି ଭିନ୍ନ ବିବାହ ଉତ୍ସବରେ ବିଜେପି କ୍ୟାହୁରେବଜାର ମଣ୍ଡଳର ସଭାପତି ନନ୍ଦକିଶୋର ସିଂ, ଶ୍ୟାମଜୀ ଚହୁରେସିଆ, ମୋନୁ ସୋନି, ଭବାନୀ ପାଣ୍ଡେ, ଦୀପକ କୁମାର ରାମ, ରାମକୁମାର ପାଣ୍ଡେ ଏହି ଉତ୍ସବରେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.