ETV Bharat / bharat

ଯବାନ ପରିଚୟରେ ଅଟୋ ଚାଳକଙ୍କ ଠକେଇ, ଆକାଉଣ୍ଟରେ 1 କୋଟି ଅର୍ଥ କାରବାର - ଠକେଇ କାରବାର

ଯବାନର ପରିଚୟ ଦେଇ ଅଟୋ ଚଳାଉଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ 1 କୋଟି ଟଙ୍କା ଅର୍ଥ କାରବାର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଯବାନ ପରିଚୟରେ ଅଟୋ ଚାଳକଙ୍କ ଠକେଇ, ଆକାଉଣ୍ଟରେ 1 କୋଟି ଅର୍ଥ କାରବାର

author img

By

Published : Jun 22, 2021, 6:53 PM IST

ଡେରାଡୁନ: ଯବାନ ପରିଚୟ ଦେଇ ଅଟୋ ଚାଳକ ରଣଜିତଙ୍କ ଠକେଇ କାରବାର । OLXରେ ସେ ଯବାନ ପରିଚୟ ଦେଇ କିଣାବିକା ପରେ ପୋଲିସ ହାତରେ ଧରାପଡିଥିଲେ । ଉକ୍ତ ଅଟୋ ଚାଳକ ଜଣକ ନିଜ ବ୍ୟାଙ୍କ ଆକାଉଣ୍ଟରେ 10 ମାସ ମଧ୍ୟରେ 1 କୋଟି ଟଙ୍କା ଅର୍ଥ ନେଣଦେଣ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ମିଳିଛି ।

ରଣଜିତ ନିଜକୁ ଜଣେ ଯବାନ ପରିଚୟ ଦେଇ OLXରେ ସ୍କୁଟି ବିକ୍ରି କରି ଠକେଇ କାରବାର କରୁଥିଲେ । ଏହି ଘଟଣାରୁ ପୋଲିସ ତାଙ୍କୁ ଗିରଫ କରିବା ପରେ ତଦନ୍ତ ଚଳାଇଥିଲା । ତଦନ୍ତ ସମୟରେ ଜଣାପଡିଛି ଯେ ଅଭିଯୁକ୍ତର ଜୟପୁର ଅଞ୍ଚଳରେ ଥିବା ଏକ ବ୍ୟାଙ୍କରୁ 10 ମାସ ମଧ୍ୟରେ 1 କୋଟି ଟଙ୍କାର ଅର୍ଥ କାରବାର ହୋଇଛି । ଉକ୍ତ ବ୍ୟକ୍ତିଙ୍କ ନିକଟରେ 3ଟି ଅଟୋ ଥିବା କୋତବାଲି ପୋଲିସ କହିଛି । ଅଭିଯୁକ୍ତ ଅଟୋ ଚଲାଇବା ସହିତ ଠକେଇ କାରବାର ମଧ୍ୟ କରିଥାଏ ।

ଏହି ଠକେଇ କାରବାରର ଚେର କେଉଁଠି ପୋଲିସ ଖୋଜିବାରେ ଲାଗିଛି । ଠକେଇ କାର୍ଯ୍ୟରେ ରଣଜିତଙ୍କ ଅନ୍ୟ ସାଥୀଙ୍କୁ ମଧ୍ୟ ପୋଲିସ ଖୋଜୁଛି । ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ସାଥୀର ନାମ କହିଥିବା ବେଳେ ପୋଲିସ ପଚରାଉଚୁରା ଜାରି ରଖିଛି । କିନ୍ତୁ ଅଭିଯୁକ୍ତ ଅନଲାଇନରେ 1 କୋଟି ଟଙ୍କାର ଠକେଇ କାରବାର କରିଛି ବୋଲି ପୋଲିସକୁ ତଦନ୍ତରୁ ଜଣାପଡିଛି । 2021 ମସିହାରେ ଅଭିଯୁକ୍ତର ବ୍ୟାଙ୍କ ଖାତାରୁ 30 ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି ।

ସେପଟେ ଗତ 2020 ସେପ୍ଟେମ୍ବରରୁ ଚଳିତ ବର୍ଷ ମେ ମାସ ମଧ୍ୟରେ 1 କୋଟି ଟଙ୍କାର କାରବାର ହୋଇଛି । ଏହି ଘଟଣାରେ ପୋଲିସ ସୋମବାର ରଣଜିତଙ୍କୁ ଗିରଫ କରିଛି । ତେବେ ରଣଜିତର ଅନ୍ୟ ସାଥୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କୋତବାଲି ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.