ଭୋପାଳ: ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା । ମଧ୍ୟପ୍ରଦେଶର ରେଓ୍ବାର ଚୌରହଟା ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା ହେଇଥିବା ସୂଚନା ରହିଛି(Trainee plane crashed in Rewa) । ଗତକାଲି(ଗୁରୁବାର) ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶିକ୍ଷଣ ନେଉଥିବା ପାଇଲଟ ଗୁରୁତର ହୋଇଛନ୍ତି । ଏନେଇ ରେଓ୍ବା ଏସପି ନଭନିତ ଭାସିନ ସୂଚନା ଦେଇଛନ୍ତି ।
-
Madhya Pradesh | A pilot died while another was injured after a plane crashed into a temple in Rewa district during the training: Rewa SP Navneet Bhasin pic.twitter.com/KumJTAlALs
— ANI (@ANI) January 6, 2023 " class="align-text-top noRightClick twitterSection" data="
">Madhya Pradesh | A pilot died while another was injured after a plane crashed into a temple in Rewa district during the training: Rewa SP Navneet Bhasin pic.twitter.com/KumJTAlALs
— ANI (@ANI) January 6, 2023Madhya Pradesh | A pilot died while another was injured after a plane crashed into a temple in Rewa district during the training: Rewa SP Navneet Bhasin pic.twitter.com/KumJTAlALs
— ANI (@ANI) January 6, 2023
ଖବରଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ପ୍ରଶିକ୍ଷକ ଏବଂ ଟ୍ରେନିଂ ନେଉଥିବା ପାଇଲଟ ଗୁରୁତର ହୋଇଥିଲେ । ଖବରପାଇ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସିତ ଅବସ୍ଥାରେ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶିକ୍ଷଣ ନେଉଥିବା ପାଇଲଟ ଚିକିତ୍ସିତ ହେଉଛନ୍ତି ।
ତେବେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିମାନଟି ମନ୍ଦିର ଚୁଳରେ ଧକ୍କା ହୋଇଥିବା କୁହାଯାଉଛି । ଚୌରହଟା ପୋଲିସ ଥାନା ଅଞ୍ଚଳର ଉମ୍ରି ଗ୍ରାମରେ ଥିବା ମନ୍ଦିରର ଚୁଳ ସହ ଧକ୍କା ହୋଇ ତଳେ ପଡିଯାଇଥିଲା । ବିମାନଟି ପଲଟନ ଟ୍ରେନିଂ କମ୍ପାନୀର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ