ETV Bharat / bharat

AP Train Accident: ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ - ବିଶାଖାପାଟନ ରେଳ ଦୁର୍ଘଟଣା

ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଆନ୍ଧ୍ର ପ୍ରଦେଶରେ ଘଟିଛି ଟ୍ରେନ ଦୁର୍ଘଟଣା । ଏବେ ସୁଦ୍ଧା ସିଗ୍ନାଲିଂ ଏରରକୁ କରାଯାଉଛି ସନ୍ଦେହ । ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଏବେ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

AP Train accident: ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 29, 2023, 10:51 PM IST

ଭୁବନେଶ୍ବର: ଆଜି ସଂଧ୍ୟାରେ ଆନ୍ଧ୍ର ପ୍ରଦେଶ ବିଜୟନଗରମ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟିରୁ ହୋଇଥିବା ନେଇ ରେଳବାଇ ପ୍ରାଥମିକ ଭାବେ କହିଛି । ସିଗନାଲିଂ ତ୍ରୁଟି କାରଣରୁ ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମଧ୍ୟରେ ପଛପଟୁ ଧକ୍କା ହୋଇଥିବା ପ୍ରାଥମିକ ସ୍ଥିତିରୁ ଜଣାପଡିଛି । ଏଥିରେ ଏବେ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ସରକାରୀ ଭାବେ ଆହତଙ୍କ ସଂଖ୍ୟା ପ୍ରାୟ 25 ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଫୋନରେ କଥା ହୋଇ ଦୁର୍ଘଟଣା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ଉଦ୍ଦେଶ୍ୟରେ ସମବେଦନ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳମନ୍ତ୍ରୀ ବୈଷ୍ଣବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଉଦ୍ଧାରକାର୍ଯ୍ୟ ସମ୍ପର୍କରେ କଥା ହୋଇଛନ୍ତି । ଏନେଇ ରେଳମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ରେଳ ଅଧିକାରୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ, ଅଗ୍ନିଶମ ଓ ଏନଡିଆରଏଫ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • PMO tweets, "PM Narendra Modi spoke to Railway Minister Ashwini Vaishnaw and took stock of the situation in the wake of the unfortunate train derailment between Alamanda and Kantakapalle section. Authorities are providing all possible assistance to those affected. The Prime… pic.twitter.com/Kd5dRR0KQO

    — ANI (@ANI) October 29, 2023 " class="align-text-top noRightClick twitterSection" data=" ">

ପୂର୍ବତଟ ରେଳବାଇ ଦେଇଥିବା ତଥ୍ୟ ଅନୁସାରେ, ସଂଧ୍ୟା ପ୍ରାୟ 7ଟା ସମୟରେ ପୂର୍ବତଟ ରେଲୱେ ଜୋନର ୱାଲ୍ଟୟାର ଡିଭିଜନର ଅଧୀନ ବିଜୟନଗର-କୋଟ୍ଟାଭାଲାସା ରେଳ ବିଭାଗର ଆଲାମଣ୍ଡା- କଣ୍ଟାକାପଲ୍ଲୀ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ବିଶାଖାପାଟନମ୍-ପଲାସା ପାସେଞ୍ଜର ଟ୍ରେନ୍ (ନମ୍ବର-08532) ଓ ବିଶାଖାପାଟନମ୍-ରାୟାଗଡା ପାସେଞ୍ଜର ସ୍ପେଶାଲ (08504) ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ମନ୍ୟୁଷକୃତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିଶାଖାପାଟନମ୍-ପଲାସା ପାସେଞ୍ଜର ଟ୍ରେନର ଦୁଇଟି କୋଚ୍ ପଛ ପଟରୁ ଓ ବିଶାଖାପାଟନମ-ରାୟାଗଡା ପାସେଞ୍ଜର ଇଞ୍ଜିନ (ଲୋକୋମୋଟିଭ) କ୍ଷତିଗ୍ରସ୍ତ ହେବା ଲାଇନଚ୍ୟୁତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Passenger Train Accident: ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା, 6 ମୃତ

ଘଟଣାସ୍ଥଳରେ ୱାଲ୍ଟୟାର ଡିଭିଜନର DRMଙ୍କ ନେତୃତ୍ବରେ ରେଳବାଇ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ଟିମର ପ୍ରତ୍ୟକ୍ଷ ନେତୃତ୍ବରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ଅନ୍ୟାନ୍ୟ ଉଦ୍ଧାର ଉଦ୍ଧାର ଉପକରଣ ନିୟୋଜିତ କରାଯାଇଛି । ଏହି ଦୁଇ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.