ETV Bharat / bharat

ମାନସିକ ବିକୃତ ଝିଅକୁ ବଞ୍ଚାଉଥିଲା ବାପା, ଚାଲିଗଲା ଉଭୟଙ୍କ ଜୀବନ - ବିଜୟନଗରମରେ ବାପା ଝିଅ ମୃତ

ଝିଅକୁ ବଞ୍ଚାଇବାକୁ ଶତଚେଷ୍ଟାରେ ବିଫଳ ହେଲା ବାପା । ଚାଲିଗଲା ଉଭୟଙ୍କ ଜୀବନ(Father and daughter killed by train accident ) । ଅଧିକ ପଢ଼ନ୍ତୁ

Tragedy in Vizianagaram Father and daughter killed by train accident
ମାନସିକ ବିକୃତ ଝିଅକୁ ବଞ୍ଚାଉଥିଲା ବାପା, ଚାଲିଗଲା ଉଭୟଙ୍କ ଜୀବନ
author img

By

Published : Oct 25, 2022, 10:19 PM IST

ବିଜୟନଗରମ: ଝିଅକୁ ବଞ୍ଚାଇବାକୁ ଶତଚେଷ୍ଟାରେ ବିଫଳ ହେଲା ବାପା । ଚାଲିଗଲା ଉଭୟଙ୍କ ଜୀବନ (Father and daughter killed by train accident)। ଆନ୍ଧ୍ରପ୍ରଦେଶ ଗଜପତିନଗରମ ଅଞ୍ଚଳରେ ଜଣେ ନାବାଳିକା ଅଚାନକ ରେଳ ଧାରଣାରେ ଦୌଡ଼ିବାକୁ ଲାଗିଲା ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବାପାର ମଧ୍ୟ ଜୀବନ ଚାଲିଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ବେଲ୍ଲନା ଥାବୁଦୁ ଓ ତାଙ୍କ ଝିଅ ଶ୍ରାବଣୀ ବୋଲି ଜଣା ପଡ଼ିଛି ।

ଲିଙ୍ଗାବାଲସା ଅଞ୍ଚଳର ବେଲ୍ଲନା ଥାବୁଦୁଙ୍କ ପତ୍ନୀ ଭବାନୀ ଗଜପତିନଗରମ ଅଞ୍ଚଳ ମଧୁପଡାରେ ଥିବା ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଫେରିବା ବେଳେ ଏକ ରେଳ ଫାଟକରେ ସେମାନଙ୍କୁ ଅଟକିବାକୁ ପଡ଼ିଥିଲା । ଟ୍ରେନ ଆସୁଥିବା ବେଳେ ଅଚାନକ ବାଇକ୍‌ରୁ ତାଙ୍କ ଝିଅ ଶ୍ରାବଣୀ ଓହ୍ଲାଇ ରେଳ ଧାରଣାରେ ଦୌଡ଼ିବାକୁ ଲାଗିଲା । ଏହାକୁ ନେଇ ମହିଳା ଜଣକ ନିଜ ସ୍ବାମୀଙ୍କୁ ଜଣାଇଥିଲେ । ଏହାପରେ ବେଲ୍ଲନା ଥାବୁଦୁ ମଧ୍ୟ ଝିଅକୁ ବଞ୍ଚାଇବାକୁ ପଛେ ପଛେ ଦୌଡ଼ିଥିଲେ । ତେବେ ଏହି ସମୟରେ ଏକ ଟ୍ରେନ୍‌ ଉଭୟଙ୍କ ଉପରେ ଚଢ଼ି ଯାଇଥିଲା ।

ମୃତକଙ୍କ ପତ୍ନୀ ଭବାନୀ କହିଛନ୍ତି ଯେ, ତାଙ୍କ ଝିଅ ଜଣେ ମାନସିକ ରୋଗୀ ଥିଲା । ଶ୍ରାବଣୀ ପିଲାଟି ଦିନରୁ ହିଁ ମାନସିକ ରୋଗରେ ପୀଡି଼ତ ଥିଲା(Paranoia) । ତାଙ୍କର ଆଉ ଜଣେ ଝିଅ ମଧ୍ୟ ଅଛି । ସେ ବର୍ତ୍ତମାନ ଚତୁର୍ଥ ଶ୍ରେଣୀ ଛାତ୍ରୀ । ବେଲ୍ଲନା ଥାବୁଦୁ ପରିବାରରେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ବିଗତ କିଛି ବର୍ଷ ହେଲା ସେ କାଉଲୁରାଇଥୁରେ କାର୍ଯ୍ୟ କରି ଆସୁଥିଲେ । ଜଣେ ଉତ୍ତମ ବ୍ୟକ୍ତି ଭାବରେ ପରିଚିତ ଥିଲେ ବେଲ୍ଲନା ଥାବୁଦୁ । ତାଙ୍କର କାହା ସହ କୌଣସି ଶତୃତା ନଥିଲା । ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.