ETV Bharat / bharat

ସମୁଦ୍ରରେ ହଟୁଛି ଟ୍ରାଫିକ ସମସ୍ୟା ; ଭାସିବା ଆରମ୍ଭ କଲା ବିଶାଳକାୟ ପଣ୍ୟବାହୀ ଜାହାଜ - ଭାସିବାକୁ ଆରମ୍ଭ କଲା ଏଭର ଗିଭେନ ଜାହାଜ

ସୁଏଜ କେନାଲରେ ଦୂର ହେଉଛି ଟ୍ରାଫିକ ସମସ୍ୟା । ପ୍ରାୟ ସପ୍ତାହ ପରେ ଭାସିବାକୁ ଆରମ୍ଭ କରିଛି ଫସି ରହିଥିବା ବିଶାଳକାୟ ଜାହଜ । ଅଧିକ ପଢନ୍ତୁ...

ସ୍ବେଜ କେନାଲରେ ହଟୁଛି ଟ୍ରାଫିକ ସମସ୍ୟା
ସ୍ବେଜ କେନାଲରେ ହଟୁଛି ଟ୍ରାଫିକ ସମସ୍ୟା
author img

By

Published : Mar 30, 2021, 9:22 AM IST

ନୂଆଦିଲ୍ଲୀ: ଦୂର ହେଉଛି ଜଳପଥରେ ବିଶ୍ବର ବ୍ୟସ୍ତ ବହୁଳ ବାଣିଜ୍ୟ ମାର୍ଗ ସ୍ବେଜ କେନାଲର ଅଚଳା ଅବସ୍ଥା । ପ୍ରାୟ ସପ୍ତାହ ପରେ ଭାସିବାକୁ ଆରମ୍ଭ କରିଛି ଫସି ରହିଥିବା ବିଶାଳକାୟ ଏଭରଗିଭେନ ଜାହାଜ । ଯାହା ଫଳରେ ଖୁବଶୀଘ୍ର କେନାଲରେ ଯାତାୟତ ସ୍ବାଭାବିକ ହେବାକୁ ଯାଉଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ସାମୁଦ୍ରିକ ସେବା ଯୋଗାଉଥିବା କମ୍ପାନୀ ଇଂଚକେପ ସିପିଂ ।

ଏମଭି ଏଭର ଗିଭେନ ଜାହାର 400 ମିଟର ଲମ୍ବା ଓ 59 ମିଟର ପ୍ରଶସ୍ତ । ଜାହାଜ ଟି ନେଦରଲ୍ୟାଣ୍ଡରୁ ରୋଟେରଡମକୁ ଯାଉଥିଲା। ହଠାତ 50 କିଲୋମିଟର ପବନ ବୋହିବାରୁ ପବନ ଯୋଗୁଁ ଜାହାଜଟି ବୁଲି ଯାଇଥିଲା । ଯାହା ଫଳରେ ରାସ୍ତା ଜାମ ହୋଇଥିଲା । ମାର୍ଚ୍ଚ 23 ତାରିଖରେ କେନାଲରେ ଜାହାଜ ଫସି ରହିଥିଲା । ଯାହା ଫଳରେ ପ୍ରାୟ 367 ଟି ଜାହାଜ କେନାଲରେ ଅଟକି ରହିଥିଲା । ଜାହାଜରେ ଅଶୋଧିତ ତୈଳରୁ ଗୋରୁଙ୍କ ଖାଦ୍ୟ ସାମଗ୍ରୀ ଯାଉଥିଲା ।

ତେବେ ଏହି ରାସ୍ତା ଖୋଲିଥିବାର ସୂଚନା ଦିଆଯାଇଛି । ଜଣେ ଅଧିକାରୀ ଟ୍ବିଟ କରି କହିଛନ୍ତି, 29 ମାର୍ଚ୍ଚ 2021 ରେ 4ଟା 30 ମିନିଟରେ ପୁଣି ଭାସିବା ଆରମ୍ଭ କରିଛି । ଏବେ ଜାହାଜକୁ ସୁରକ୍ଷିତ ଓ ସନ୍ତୁଳିତ କରାଯାଉଛି । ଆଗାମୀ ପଦକ୍ଷେପ ଉପରେ ତୁରନ୍ତ ସୂଚନା ଦିଆଯିବ ବୋଲି କୁହାଯାଇଛି ।

ଟଗବୋଟ୍ସ ସାହାଯ୍ୟରେ ଫସି ରହିଥିବା ଜାହାଜକୁ ଚଳାଚଳ କରିବାକୁ ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଇଥିଲା । ଟଗବୋଟ୍ସ ସାହାଯ୍ୟରେ ଜାହାଜଗୁ଼ଡିକ ଟାଣିବାରେ ସହାୟତା କରିଥାଏ । ଏଥିପାଇଁ 10 ଟି ଟଗବୋଟ୍ସ ଲାଗିଥିଲା । ଯାହା ଦ୍ବାରା ସୋମବାର ସୁଦ୍ଧା ଜାହାଜକୁ 80 ପ୍ରତିଶତ ସିଧା କରାଯାଇଥିଲା । ତେବେ ଜାହାଜରେ 2.20 ଲକ୍ଷ ଟନରୁ ଅଧିକ ସାମାନ ଲଦା ଯାଇଥିବାରୁ ଜାହାଜକୁ ସିଧା କରିବାରେ ଚ୍ୟାଲେଞ୍ଜ ସାଜିଥିଲା ।

ପନାମାର ଏମଭି ଏଭର ଗିଭେନ ଜାହାଜ 2018 ମସିହାରେ ତିଆରି କରାଯାଇଥିଲା । ଏହା ବିଶ୍ବର ସବୁଠାରୁ ବଡ କାର୍ଗୋ ଜାହାଜ ହୋଇଥିବାବେଳେ ଏହା ଏକାବେଳକେ 20 ହଜାରରୁ ଅଧିକ କଣ୍ଟେନର ନେଇପାରେ । ସେହି ସ୍ବେଜ କେନାଲରେ ଦିନକୁ 50 ଟି ଜାହାଜ ଅତିକ୍ରମ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.