ETV Bharat / bharat

ଡାଲ୍ ହ୍ରଦରେ ଭୟାବହ ଅଗ୍ନିକାଣ୍ଡ; ୩ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ

author img

By ETV Bharat Odisha Team

Published : Nov 12, 2023, 8:11 AM IST

ଶ୍ରୀନଗରର ଡାଲ୍ ହ୍ରଦରେ ଭୟାବହ ଅଗ୍ନିକାଣ୍ଡ । ୩ ଜଣ ବାଂଲାଦେଶୀ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ । ଅଧିକ ପଢ଼ନ୍ତୁ

ଡାଲ୍ ହ୍ରଦରେ ଭୟାବହ ଅଗ୍ନିକାଣ୍ଡ
ଡାଲ୍ ହ୍ରଦରେ ଭୟାବହ ଅଗ୍ନିକାଣ୍ଡ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଡାଲ୍ ହ୍ରଦରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଅନେକ ହାଉସବୋଟ୍ ଜଳି ପାଉଁଶ ହୋଇଯାଇଥିବା ବେଳେ ୩ ଜଣ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି(ଶନିବାର) ଭୋର୍ ସମୟରେ ହାଉସବୋଟରେ ହଠାତ୍ ନିଆଁ ଲାଗିଯାଇଥିଲା । ପୋଲିସ ପୋଡା ବୋଟ୍ ଭିତରୁ ୩ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକମାନେ ବାଂଲାଦେଶ ନାଗରିକ ହୋଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ମୁତାବକ, ଡାଲ୍ ହ୍ରଦର ୯ନଂ ଘାଟରେ ଥିବା ଗୋଟିଏ ହାଉସବୋଟରେ ନିଆଁ ଲାଗିଥିଲା । ଆଖି ପିଛୁଆକେ ଏହି ନିଆଁ ଅନ୍ୟ ହାଉସବୋଟ୍ ଗୁଡ଼ିକୁ ବ୍ୟାପୀ ଯାଇଥିଲା । ସେହି ସମୟରେ ବୋଟ୍‌ରେ ଅନେକ ପର୍ଯ୍ୟଟକ ଥିଲେ । ଖବର ପାଇ ଶ୍ରୀନଗର ପୋଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅଗ୍ନିକାଣ୍ଡରେ ୫ଟି ହାଉସବୋଟ୍ ଏବଂ ଏହା ପାଖକୁ ଲାଗି ରହିଥିବା କୁଡ଼ିଆ ଘର ଜଳି ପାଉଁଶ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ: କୋଲକାତାରୁ ପାରାଦ୍ବୀପ ଆସୁଥିବା ବସରେ ଅଗ୍ନିକାଣ୍ଡ; ଜଣେ ମୃତ, 30 ଆହତ

ତେବେ ଗୋଟିଏ ପୋଡା ହାଉସବୋଟରୁ ୩ ବାଂଲାଦେଶୀ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ଅନିନ୍ଦୟା କୋଶଲ, ଦାସ ଗୁପ୍ତା ଏବଂ ମହମ୍ମଦ ମୋଇନୁଦ ଭାବେ ଚିହ୍ନଟ କରାଯାଇଛି । ମୃତଦେହ ଗୁଡ଼ିକର ଡିଏନ୍‌ଏ ମେଳ କରାଯାଇ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଅଘଟଣରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଡାଲ ହ୍ରଦ ଅଗ୍ନିକାଣ୍ଡ ଘଟଣାରେ ପର୍ଯ୍ୟଟକଙ୍କ ମୃତ୍ୟୁ ଖୁବ୍ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାରକୁ ମୁଁ ସମବେଦନା ଜଣାଉଛି । ଏଥିରେ ପ୍ରଭାବିତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସବୁ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାନକୁ ନିର୍ଦ୍ଦେଶ ଦିଆଯାଇଛି ।"

ପୋଲିସ କହିଛି, "ନିଆଁ ଲାଗିବା ବେଳେ ସେହି ହାଉସବୋଟ୍ ଗୁଡିକ ଭିତରେ ଅନେକ ପର୍ଯ୍ୟଟକ ଥିଲେ । ଶ୍ରୀନଗର ପୋଲିସ, ଏସଡିଆରଏଫ୍‌, ଟ୍ୟୁରିଷ୍ଟ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବୋଟ୍ ଭିତରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ତେବେ କେମିତି ଏହି ଅଗ୍ନିକାଣ୍ଡ ଘଟିଲା ତାହା ଏଯାଏଁ ଜଣାପଡ଼ିନି । ଏନେଇ ତଦନ୍ତ କରାଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.