ETV Bharat / bharat

ରାୟପୁରରେ ସମ୍ପୂର୍ଣ୍ଣ ଲକଡାଉନ - ରାୟପୁର

ଓଡିଶାର ପଡୋଶୀ ଛତିଶଗଡର ରାଜଧାନୀ ରାୟପୁରରେ ଲାଗୁ ହୋଇଛି ଲକଡାଉନ । ଅଧିକ ପଢନ୍ତୁ...

ରାୟପୁରରେ ସମ୍ପୂର୍ଣ୍ଣ ଲକଡାଉନ
ରାୟପୁରରେ ସମ୍ପୂର୍ଣ୍ଣ ଲକଡାଉନ
author img

By

Published : Apr 7, 2021, 8:13 PM IST

ରାୟପୁର: ସାରା ଦେଶରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ବଢୁଛି ସଂକ୍ରମଣ ସଂଖ୍ୟା । ସେପଟେ ମହାମାରୀର ମାୟାଜାଲରେ ମହାରାଷ୍ଟ୍ର ଛନ୍ଦି ହୋଇଥିବା ବେଳେ ଏପଟେ ଓଡିଶାର ପଡୋଶୀ ଛତିଶଗଡର ରାଜଧାନୀ ରାୟପୁରରେ ଲାଗୁ ହୋଇଛି ଲକଡାଉନ ।

ଛତିଶଗଡର ରାଜଧାନୀ ରାୟପୁରରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଛି । 9ରୁ 19 ଏପ୍ରିଲ ପର୍ଯ୍ୟନ୍ତ ଲାଗୁ ରହିବ ଏହି ଲକଡାଉନ । ତେବେ ଦେଶରେ ରାଜ୍ୟଗୁଡିକର ରାଜଧାନୀ ମଧ୍ୟରେ ରାୟପୁର ପ୍ରଥମ, ଯାହା ଦ୍ବିତୀୟ ଥର ପାଇଁ ଲକଡାଉନରେ ରହିବାକୁ ଯାଉଛି ।

ଲକଡାଉନ ସମୟ ମଧ୍ୟରେ ସହରର ସମସ୍ତ ଦୋକାନ ବନ୍ଦ ରହିବ । ପେଟ୍ରୋଲ ପମ୍ପ, ସରକାରୀ ଗାଡି, ଆମ୍ବୁଲାନ୍ସ ସେବା ଜାରି ରହିବ । ସେହିପରି ଉଦ୍ୟୋଗ କ୍ଷେତ୍ରରେ ଶ୍ରମିକମାନେ ନିଜ କାମ ଜାରି ରଖିପାରିବେ ।

ରାଜଧାନୀ ରାୟପୁରର ସ୍ଥିତି ଏବେ ଜଟିଳ ରହିଛି । ମଙ୍ଗଳବାର କେବଳ ରାୟପୁରେ ହିଁ 2821 ନୂଆ ମାମଲା ସାମ୍ନାକୁ ଆସିଛି । ରାୟପୁରରେ କୋରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । 24 ଘଣ୍ଟା ମଧ୍ୟରେ 26 ଜଣ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.