ETV Bharat / bharat

COVID Fourth Wave Fear: ଶୀର୍ଷ ଗବେଷକଙ୍କ ମତ, ସଂକ୍ରମଣ ବୃଦ୍ଧି 4ର୍ଥ ଲହରର ଆଶଙ୍କା ନୁହେଁ - ଚତୁର୍ଥ ଲହର ଆଶଙ୍କା

କୋଭିଡ ସଂକ୍ରମଣ ବୃଦ୍ଧି ମଧ୍ୟରେ ଆଶ୍ବସ୍ତିକର ସୂଚନା ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ବର୍ତ୍ତମାନର ସଂକ୍ରମଣ 4ର୍ଥ ଲହର ଆଣିବା ପରି ଆଶଙ୍କା ନାହିଁ । ଅଧିକ ପଢନ୍ତୁ

COVID fourth wave frear: ଶୀର୍ଷ ଗବେଷକଙ୍କ ମତ, ସଂକ୍ରମଣ ବୃଦ୍ଧି 4ର୍ଥ ଲହରର ଆଶଙ୍କା ନୁହେଁ

author img

By

Published : Apr 20, 2022, 7:47 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପୁଣି କଡ ଲେଉଟାଣି କୋଭିଡ ସଂକ୍ରମଣ । ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି 4ର୍ଥ ଲହର ଆଶଙ୍କାକୁ ବଢାଇବାରେ ଲାଗିଛି । ଆଜି ଦିଲ୍ଲୀରେ ଫେସ ମାସ୍କ ପରିଧାନକୁ ପୁଣି ବାଧ୍ୟତାମୂଳକ କରାଯାଇଛି । ଅନ୍ୟ କିଛି ସ୍ଥାନରେ ମଧ୍ୟ କୋହଳ କରାଯାଇଥିବା କୋଭିଡ କଟକଣା ପୁନଃ ଲାଗୁ କରିବା ପରି ସ୍ଥିତି ଦେଖାଯିବା ସହ ବିଚାର ବିମର୍ଶ ଆରମ୍ଭ ହେଲାଣି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ସୂଚନା ଦେଇଛନ୍ତି ଶୀର୍ଷ କୋଭିଡ ଗବେଷକ । ବର୍ତ୍ତମାନ ସଂକ୍ରମଣ ବୃଦ୍ଧିକୁ ଦେଖି 4ର୍ଥ ଲହର ନେଇ ଚିନ୍ତାପ୍ରକଟ କରିବାର କୌଣସି ଆବଶ୍ଯକତା ନଥିବା କହିଛନ୍ତି, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା.ଆର. ଗଙ୍ଗାଖେଦକର ।

ଡାକ୍ତର ଖେଦକର କହିଛନ୍ତି , ବର୍ତ୍ତମାନ ସ୍ଥିତି ସାମାନ୍ୟ ଚିନ୍ତା ନିଶ୍ଚିତ ବଢାଇଛି, କିନ୍ତୁ 4ର୍ଥ ଲହର ଆସିବା ପରି କୌଣସି ଗମ୍ଭୀର ଆଶଙ୍କା ପରିଲକ୍ଷିତ ହେଉନାହିଁ । କିନ୍ତୁ ବର୍ତ୍ତମାନ ସମଗ୍ର ବିଶ୍ବରେ BA.2 ଭ୍ୟାରିଆଣ୍ଟର ଉପସ୍ଥିତି ରହିଛି, ଯାହା ପ୍ରତ୍ୟେକ ଦିନ ମଣିଷକୁ ସଂକ୍ରମିତ କରିବାରେ ଲାଗିଛି । ବର୍ତ୍ତମାନ କଟକଣା କୋହଳ ହୋଇଛି । ସ୍କୁଲ,କଲେଜ ଓ ସର୍ବସାଧାରଣ ସ୍ଥାନ ଖୋଲିବା ପରେ ସାମାଜିକ ଏକତ୍ରୀକରଣ ମଧ୍ୟ ବଢିଛି । ଯାହା ସାମାନ୍ୟ ଚିନ୍ତା ବଢାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ମାସ୍କ ପରିଧାନ ନେଇ ମଧ୍ୟ କଟକଣା କୋହଳ ହୋଇଛି । ଲୋକଙ୍କ ଭିତରେ ଗୋଟେ ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେବାରେ ଲାଗିଛି ଯେ, ବର୍ତ୍ତମାନ ସମୟରେ ସଂକ୍ରମଣ ହ୍ରାସ ପାଇଛି, ତେଣୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏପରି ଢିଲାପଣ ମଧ୍ୟ ସଂକ୍ରମଣ ବଢାଇବା ନେଇ ବଡ ଆହ୍ବାନ ସୃଷ୍ଟି କରୁଛି । କିନ୍ତୁ ସବୁ ପରେ ମଧ୍ୟ ସତର୍କ ରହିବା ଦ୍ବାରା ବର୍ତ୍ତମାନ ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିହେବ । ବର୍ତ୍ତମାନର ସ୍ଥିତି 4ର୍ଥ ଲହର ଆସିବା ପରି ଚିନ୍ତାଜନକ ସ୍ଥିତି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.