ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 24, 2021, 9:08 PM IST

୧. Fresh Draft Reservation list For Zilla Parishads: ଫୋକସ୍‌ରେ ମହିଳା, ୧୫ ଜିଲ୍ଲାରେ ସିଟ୍‌ ସଂରକ୍ଷିତ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନ ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲାର ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ଘୋଷଣା ହୋଇଛି ।

୨. Odisha Cabinet Meet: ୧୩ ପ୍ରସ୍ତାବ ଉପରେ ମୋହର, ନିୟମିତ ହେବେ ଶିକ୍ଷା ସହାୟକ

ଶେଷ ହେଲା କ୍ୟାବିନେଟ ବୈଠକ । ବୈଠକରେ ୧୩ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ ।

୩. Christmas Celebration: ନିୟମ ମାନିବାକୁ ଭୁବନେଶ୍ବର DCPଙ୍କ ଅନୁରୋଧ

ବଡ଼ଦିନ ଥିବାରୁ ଚର୍ଚ୍ଚରେ ସମସ୍ତେ ସରକାରଙ୍କ ମାର୍ଗଦର୍ଶିକା ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

୪. ବରଫ ଚାଦରରେ ଘୋଡେଇ ହୋଇଛି କନ୍ଧମାଳ: ବଢୁଛି ଶୀତ, ଥରୁଛି କନ୍ଧମାଳ

ଜାଡରେ ଥରୁଛି କନ୍ଧମାଳ । ଘାସ ଗାଲିଚାରେ ପଡିଛି ଟୋପା ଟୋପା କାକରବିନ୍ଦୁ । ଯାହା ବେଶ ମନଲୋଭା । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳରେ ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ ।

୫. Merry Christmas: ପୁରୀ ବେଳାଭୂମିରେ ବିଶ୍ବର ସର୍ବ ବୃହତ୍ତ Santa Claus ! ଲାଗିଲା ୫୦୦୦ ଗୋଲାପ

ଖ୍ରୀଷ୍ଟମାସ ବା ବଡ଼ଦିନ ଅବସରରେ ସାରା ବିଶ୍ୱବାସୀଙ୍କୁ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

୬. haridwar dharma sansad hate speech: ଅଡୁଆରେ ୱାସିମ ରିଜଭି, ରୁଜୁ ହେଲା ମାମଲା

ହରିଦ୍ବାର ଧର୍ମ ସଂସଦରେ(Haridwar Dharma Sansad hate speech case ) ବିବାଦୀୟ ବୟାନକୁ ନେଇ ୱାସିମ ରିଜଭି ବିରୋଧରେ ( case registered against Wasim Rizvi ) ମାମଲା ରୁଜୁ କରାଯାଇଛି ।

୭. ସାଙ୍ଗ ହୋଇ ଏକାଠି ଚାଲିଗଲେ ପରିବାର, ମୃତ୍ୟୁ ପୂର୍ବରୁ ଫେସବୁକରେ ସେୟାର କଲେ ପୋଷ୍ଟ

ଫାଶୀ ଦେଇ ଏକାଠି ଆତ୍ମହତ୍ୟା କଲେ ତିନି ଜଣ। ଗୋଟିଏ ପରିବାରର ବାପା-ମା'-ପୁଅ ଫାଶୀ ଦେଇ କରିଛନ୍ତି ଆତ୍ମହତ୍ୟା । ହରିୟାଣାର ଏକ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।

୮. Omicron Scare: ଦେଶରେ 358 ଓମିକ୍ରମ କେସ୍ ଚିହ୍ନଟ, 114 ସୁସ୍ଥ

କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରେସମିଟ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାରା ଦେଶରେ ଏଯାବତ ୩୫୮ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୯. Harbhajan Singh Retirement: ଟର୍ବୋନେଟର ହରଭଜନଙ୍କୁ ଧନ୍ୟବାଦ ଜଣାଇଲା କ୍ରିକେଟ ଜଗତ

ଭାରତୀୟ କ୍ରିକେଟକୁ ଷ୍ଟାର ସ୍ପିନର ହରଭଜନ ସିଂହଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ପାଇଁ କ୍ରିକେଟ ଖେଳାଳି ଧନ୍ୟବାଦ ଜଣାଇଛନ୍ତି । ହରଭଜନ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ।

୧୦. ଦୁଇ ଦଶକର କ୍ୟାରିୟରକୁ ହରଭଜନଙ୍କ ଅଲବିଦା, ଜାଣନ୍ତୁ ତାଙ୍କର କ୍ରିକେଟ ଦୁନିଆ

ଅଫ୍‌ ସ୍ପିନର ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ସନ୍ୟାସ ନେଇଛନ୍ତି । ଟ୍ବିଟ୍‌ ଯୋଗେଁ ନିଜର ସନ୍ୟାସ ନେଇ ଘୋଷଣା କରିଛନ୍ତି ଭଜି । ଏଥିସହିତ ୨୩ ବର୍ଷର କ୍ରିକେଟ କ୍ୟାରିୟର ଶେଷ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.