ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9 ପିଏମ ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jul 1, 2021, 9:06 PM IST

1.ତିରୁପତି ମନ୍ଦିର ପ୍ରଶାସନର ନିର୍ଦ୍ଦେଶ, ଟିକା ନ ନେଲେ କର୍ମଚାରୀଙ୍କୁ ମିଳିବନି ଦରମା

ଟିକା ନନେଲେ ତିରୁପତି ମନ୍ଦିର କର୍ମଚାରୀଙ୍କୁ ମିଳିବ ନାହିଁ ଦରମା। ନିର୍ଦ୍ଦେଶ ଜାରି କଲା ପରିଚାଳନା ବୋର୍ଡ ।

2.ଓଡିଶାରେ GST ରେକର୍ଡ, ଜୁନରେ 858 କୋଟି ଆଦାୟ

ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ ମାସରେ ରେକର୍ଡ ଭାଙ୍ଗିଲା ରାଜ୍ୟ ଜିଏସଟି ସଂଗ୍ରହ । 2021 ଜୁନ ମାସରେ ୮୫୮.୮୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି ।

3.ରାଜ୍ୟରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା

ଆଜି ରାଜ୍ୟରେ ପହଞ୍ଚିଲା 1 ଲକ୍ଷ କୋଭିସିଲ୍ଡ ଟିକା । ଟିକା ଅଭାବ ଯୋଗୁଁ କିଛି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି ଏକ ଲକ୍ଷ କୋଭିସିଲ୍ଡ ଟିକା ।

4.ଅନାହାରରେ ବିତୁଛି ଦୁଇଟି ଜୀବନ

ପୁଅ ପାଗଳ, ବାପା ପକ୍ଷାଘାତ ରୋଗରେ ପୀଡିତ । ଦୁହିଁଙ୍କୁ ଛାଡି ଦେଲେ ନିଜର ବୋଲି କେହି ନାହିଁ । ଦୁହିଁଙ୍କ ସାହା ଭରସା ଥିବା ମା ପାଗଳ ପୁଅର କଷ୍ଟକୁ ସହି ନ ପାରି ରୋଗରେ ପଡ଼ି 6 ମାସ ତଳୁ ଚାଲି ଯାଇଛି ଆରପାରିକୁ ।

5.ଫୋକସରେ POCSO ମାମଲା: ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଉଦଘାଟିତ

ରାଜ୍ୟରେ ପୋକ୍ସୋ ମାମଲାର ତୁରନ୍ତ ବିଚାର । ଏନେଇ ଗୁରୁବାର ଉଦଘାଟିତ ହୋଇଛି ୧୫ଟି ସ୍ବତନ୍ତ୍ର କୋର୍ଟ । ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏହି କୋର୍ଟ ଗୁଡ଼ିକୁ ଭର୍ଚୁଆଲ୍‌ ମୋଡ଼ରେ ଉଦଘାଟନ କରିଛନ୍ତି ।

6.ଜମିବାଡ଼ି ବିବାଦରୁ ମାଆକୁ ମାଡ଼ ଦେଲା ପୁଅ

ଜମିବାଡ଼ିକୁ କେନ୍ଦ୍ର କରି ମାଆକୁ ଆକ୍ରମଣ କଲା ପୁଅ । ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁସୂଦନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।

7.ବସ ଚଳାଚଳ ନେଇ ଜାରି ହେବ ଗାଇଡଲାଇନ: ପରିବହନ ମନ୍ତ୍ରୀ

ଏହି ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ବ ଦେଉଛନ୍ତି । ବୁଧବାର କ୍ୟାଟେଗୋରୀ ‘A’ରେ ଥିବା ୨୦ଟି ଜିଲ୍ଲା ଗୁଡ଼ିକରେ ବସ ଚଳାଚଳ ନେଇ ଅନୁମତି ଦେଇଛନ୍ତି ସରକାର ।

8.ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ଅନୁମୋଦନ । ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9.ଭାରତର ଆଥଲେଟିକ୍ସ ଅଲମ୍ପିକ ପଦକ ସ୍ବପ୍ନ ପୂରଣ କରିବେ ଦୂତୀ

ଆଥଲେଟିକ୍ସରେ ଦେଶ ତଥା ରାଜ୍ୟର ଅଲମ୍ପିକ ପଦକ ସ୍ବପ୍ନ ପୂରଣ କରିବାକୁ ପ୍ରତ୍ୟେକ ଦିନ 6ରୁ 7 ଘଣ୍ଟା ଟ୍ରାକ୍‌ରେ କଡା ଅଭ୍ୟାସ କରୁଛନ୍ତି ଷ୍ଟାର ଧାବିକା ଦୂତୀ ଚାନ୍ଦ ।

10.ପୁରୁଣା ଦିନ କଥା ମନେ ପକାଇଲେ ହାର୍ଦ୍ଦିକ, ସେୟାର କଲେ ଭିଡିଓ

"ଯଦି ମୁଁ ସଫଳତା ପାଇ ପାରିଲି, ତାହେଲେ ଯେ କେହି ସଫଳ ହୋଇ ପାରିବେ ।" ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.