ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 4, 2021, 8:57 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଆଜି ଆଲୋକର ପର୍ବ ଦୀପାବଳି; ଫୁଟିବ ଗ୍ରୀନ ବାଣ, ଝଲସିବ ପୁରପଲ୍ଲୀ

ଆଜି ଆଲୋକର ପର୍ବ ଦୀପାବଳି । ଦୀପ ଓ ରଙ୍ଗୀନ ଆଲୋକମାଳାରେ ଝଲସିବ ପୁରପଲ୍ଲୀ । ପିଠାପଣା ମହକରେ ମହକିବ ଚଉଦିଗ ।

2. T-20 WC; ଆଜି ବାଂଲାଦେଶ ବନାମ ଅଷ୍ଟ୍ରେଲିଆ ମୁକାବିଲା

ଚଳିତ ଟି-ଟେଣ୍ଟି ବିଶ୍ବକପର ସୁପର-୧୨(ଗ୍ରୁପ-1) ରାଉଣ୍ଡରେ ଆଜି(ଗୁରୁବାର)ଅଷ୍ଟ୍ରେଲିଆ ଓ ବାଂଲାଦେଶ ପରସ୍ପରକୁ ଭେଟିବେ ।

3. ଏଥର ଦୀପାବଳି ବିଦ୍ୟାଞ୍ଜଳି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆଜି ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଲୋକର ପର୍ବ ଦୀପାବଳିରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

4. ଆର୍ଯ୍ୟନଙ୍କ ସପକ୍ଷରେ ଖାନ୍ ଦମ୍ପତିଙ୍କୁ ରାହୁଲଙ୍କ ଚିଠି

ଆର୍ଯ୍ୟନଙ୍କ ପ୍ରତି ସମବେଦନା ଜଣାଇ ରାହୁଲ ଅକ୍ଟୋବର ୧୪ରେ ଏକ ଚିଠି ଲେଖିଥିଲେ ଯାହା ଏବେ ସାର୍ବଜନୀନ ହୋଇଛି ।

5. ନୱାବଙ୍କ ଟାର୍ଗେଟରେ ବିଜେପି-ଏନସିବି, ଦୀପାବଳି ପରେ ଗୁମର ଖୋଲିବାର ଦେଲେ ଧମକ

ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନ ଗିରଫ ହେବା ପରଠୁ ଏନସିବି ଓ ବିଜେପି ଉପରେ ବର୍ଷୁଛନ୍ତି ମନ୍ତ୍ରୀ ନୱାବ ମଲ୍ଲିକ ।

6. ୫୦୦ ମିଟର ତଳକୁ ଖସିଲା ବସ, ୨୨ ମୃତ

ପିଓକରେ ୫୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ । ୨୨ ଜଣଙ୍କ ମୃତ୍ୟୁ ସହ ୮ ଆହତ ।

7. T-20 WC; ଭାରତର ପ୍ରଥମ ବିଜୟ, ୬୬ ରନରେ ହାରିଲା ଆଫଗାନିସ୍ତାନ

ସୁପର-୧୨(ଗ୍ରୁପ-2) ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଆଫଗାନିସ୍ତାନକୁ ୬୬ରନରେ ହରାଇ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

8. ବାଲୁକା କଳା ମାଧ୍ୟମରେ ସବୁଜ ଦୀପାବଳି ପାଳନର ବାର୍ତ୍ତା

କାଠରେ ବିଶ୍ବର ଛୋଟ ମା' କାଳୀଙ୍କ ମୂର୍ତ୍ତି ପ୍ରସ୍ତୁତ କରିବା ସହ ବାଲୁକାକଳା ମାଧ୍ୟମରେ ସବୁଜ ଦୀପାବଳି ପାଳନର ବାର୍ତ୍ତା ନେଇ ସଚେତନତା କରାଇଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ।

9. ଦୁଇ ଦିନିଆ ଜମ୍ମୁ ଗସ୍ତରେ ସ୍ଥଳସେନା ମୁଖ୍ୟ, ସୁରକ୍ଷା ଓ ଆତଙ୍କୀ ବିରୋଧୀ ଅପରେସନର କରିବେ ସମୀକ୍ଷା

ଦୁଇ ଦିନିଆ ଜମ୍ମୁ ଗସ୍ତ କରିଛନ୍ତି ସେନା ମୁଖ୍ୟ ମେଜେର ଜେନେରାଲ ଏମଏମ ନରଓ୍ବାଣେ । ସୁରକ୍ଷା ସ୍ଥିତି ସହ ଆତଙ୍କୀ ବିରୋଧୀ ଅପରେସନର କରିବେ ସମୀକ୍ଷା ।

10. ସରଜୁ କୂଳେ ଲେଜର ଲାଇଟ ସାଉଣ୍ଡ ଶୋ’ ରେ ରାମାୟଣ

ଦିବ୍ୟ ଦୀପାବଳିରେ ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ଦୀପତ୍ସୋବ । ଲେଜର ଲାଇଟ ସାଉଣ୍ଡରେ ପ୍ରଦର୍ଶିତ ହେଉଛି ରାମାୟଣ । 12 ଲକ୍ଷ ରୁ ଅଧିକ ଦୀପ ଜଳିଲା ରାମ ନଗରୀରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.