ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 4, 2022, 9:13 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. New Delhi: ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ଓଡିଶା ବିଧାନସଭା ବାଚସ୍ପତି

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟରେ ହୋଇଛି ଉଭୟ ନେତାଙ୍କ ଭେଟଘାଟ ।

2. Kerala Rains: କୋଚିକୁ ଡାଇଭର୍ଟ ହେଲେ କଲିକଟରେ ଅବତରଣ କରିବାକୁ ଥିବା 5 ଅନ୍ତର୍ଜାତୀୟ ବିମାନ

ପ୍ରବଳ ବର୍ଷା ଯୋଗୁ କେରଳରେ ବିମାନ ସେବା ପ୍ରଭାବିତ । କଲିକଟରୁ କୋଚିକୁ ଡାଇଭର୍ଟ ହେଲା 5 ଅନ୍ତର୍ଜାତୀୟ ବିମାନ ।

3. China-Taiwan conflict: ତାଇଓ୍ବାନ ଜଳସୀମାରେ ମିସାଇଲ ଲଞ୍ଚ କଲା ଚୀନ୍‌

ତାଇଓ୍ବାନ ଜଳସୀମାରେ ପଶି ଯୁଦ୍ଧାଭ୍ୟାସ କରିବା ସହ ଏକାଧିକ ମିସାଇଲ ଲଞ୍ଚ କଲା ଚୀନ । ଡିଫେନ୍ସ ସିଷ୍ଟମକୁ ସକ୍ରିୟ କଲା ତାଇଓ୍ବାନ । ପୁଣି ବିଶ୍ବ ଉପରେ ଆଉ ଏକ ଯୁଦ୍ଧ ଆଶଙ୍କା ।

4. ନରେନ୍ଦ୍ର ମୋଦିଙ୍କୁ ନେଇ ଭୟଭୀତ ନୁହଁ, ପ୍ରତିବାଦ ଜାରି ରଖିବୁ: ରାହୁଲ

ମୋଦି ଓ ଶାହଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ ମୁଁ ମୋଦିଙ୍କୁ ଡରିନି, ଅଗଣତାନ୍ତ୍ରିକ କାର୍ଯ୍ୟକାଳପ ବିରୋଧରେ ପ୍ରତିବାଦ ଜାରି ରଖିବୁ । ସେମାନେ କିଛି ବି କରନ୍ତୁ, ଆମକୁ ଡରାଇ ପାରିବେ ନାହିଁ ।

5. ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କେବେ ?

କୋଭିଡ କଟକଣା ହଟିବା ପରେ ମଧ୍ଯ ଭକ୍ତଙ୍କ ପାଇଁ ବନ୍ଦ ଶ୍ରୀଗୁଣ୍ଡିଚା ମନ୍ଦିର । ଦର୍ଶନରୁ ବଞ୍ଚିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ । ତୁରନ୍ତୁ ପ୍ରବେଶ ଅନୁମତି ପାଇଁ ଦାବି ।

6. bribery in Paradip Port: ପଚରାଉଚରା ପାଇଁ ମହିମା ମିଶ୍ରଙ୍କ ପୁଅକୁ ନେଲା CBI ଟିମ୍‌

ପାରାଦ୍ବୀପ ପୋର୍ଟରେ ଲାଞ୍ଚ କାରବାରରେ ଶିଳ୍ପପତି ମହିମା ମିଶ୍ରଙ୍କ ସମ୍ପୃକ୍ତି ସନ୍ଦେହ କରୁଛି CBI । ଏହାକୁ ନେଇ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ନେଇଗଲା CBI ଟିମ୍‌ ।

7. ଅଗଷ୍ଟ ୮ ଯାଏଁ ବଢିଲା ସଞ୍ଜୟ ରାଉତଙ୍କ ED ହେପାଜତ ଅବଧି

ଅଗଷ୍ଟ ୮ ଯାଏ ବଢିଲା ଶିବସେନା ନେତା ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି । ପ୍ରଥମ ପର୍ଯ୍ୟାୟର ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି କୋର୍ଟରେ ହାଜର କରିଥିଲା ED । ଆଉ ୪ ଦିନ ରିମାଣ୍ଡରେ ପଠାଇଲେ କୋର୍ଟ ।

8. କାଶୀପୁରର କଳା କାହାଣୀ: କାଗଜ କଲମରେ ମେଗା ଜଳଯୋଗାଣ ପ୍ରକଳ୍ପ, ହଇଜାରେ ଗଡୁଛି ମୁଣ୍ଡ

ଖତ ଖାଉଛି କୋଟି କୋଟି ଟଙ୍କାର ପାଣି ପାଇପ । ଦୂଷିତ ପାଣି ପିଇ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ତଥାପି ଚେତୁ ନାହାନ୍ତି ସରକାର । ଫଳରେ କାଗଜ କଲମରେ ଚାଲିଛି ରାୟଗଡ଼ା କାଶୀପୁରର ମେଗା ଜଳଯୋଗାଣ ପ୍ରକଳ୍ପ ।

9. ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ

ଅଲମ୍ପିକ୍ସରେ କେବଳ ଗୋଟିଏ ଥର କ୍ରିକେଟ ଖେଳକୁ ସ୍ଥାନ ମିଳିଥିଲା । ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ ।

10. CWG 2022: ୨୦୦ ମିଟର ସେମିରେ ଢିଙ୍ଗ୍‌ ଏକ୍ସପ୍ରେସ୍‌ ହିମା ଦାସ, ବଢିଲା ପଦକ ଆଶା

ସ୍ପ୍ରିଟିଂ ଇଭେଣ୍ଟର ରାଉଣ୍ଡ ୱାନ୍‌ ହିଟ୍‌-୨ ରେସ୍‌ରେ ପ୍ରଥମ ସ୍ଥାନରେ ରହି ସେମିକୁ ଉନ୍ନିତ ହୋଇଛନ୍ତି ହିମା ଦାସ । ଏହି ଇଭେଣ୍ଟ୍‌ରେ ସେମିଫାଇନାଲ୍‌କୁ ଉନ୍ନିତ ହୋଇଛନ୍ତି ହିମା ଦାସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.