ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jul 8, 2022, 9:05 PM IST

1.Amarnath cloudburst: ଅମରନାଥ ବନ୍ୟାରେ ୧୦ ମୃତ, ୪୦ ନିଖୋଜ

ଅମରନାଥରେ ବାଦଲ ଫଟା ବର୍ଷା ପରେ ଅଚାନକ ବନ୍ୟା ଆସିଛି । ଏଥିରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ ନିଖୋଜ ଅଛନ୍ତି ।

2.ଓଡିଶା ସୀମାରେ ପୋଲିସ-ନକ୍ସଲ ଗୁଳି ବିନିମୟ

ଓଡିଶା ସୀମାନ୍ତ ଛତିଶଗଡ ଗରିଆବନ୍ଦରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ମୃତାହତ ନେଇ କୌଣସି ସୂଚନା ନାହିଁ ।

3.Homage To Shinzo Abe: ବାଲୁକାକଳାରେ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି

ଜାପାନ ପୂର୍ବତନ ପ୍ରଧନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ବାଲୁକା ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସୁଦର୍ଶନ ପଟ୍ଟନାୟକ ।

4.ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫୋଟୋ ଭାଇରାଲ

ଶ୍ରୀମନ୍ଦିର ଭିତର ଦୃଶ୍ୟ ପରେ ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ । ସୁରକ୍ଷା ଉପରେ ନାନା ପ୍ରଶ୍ନ ।

5.ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ୨ ଘଣ୍ଟା ବଢିଲା

ବାହୁଡା ପୂର୍ବରୁ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ ପାଇଁ ପ୍ରବଳ ଭିଡ । ଦର୍ଶନ ଅବଧି ୨ଘଣ୍ଟା ବଢାଇଲା ପ୍ରଶାସନ ।

6.ରକ୍ତ ଦେଇ କୁକୁରର ଜୀବନ ବଞ୍ଚାଇଲା କୁକୁର

କୁକୁରକୁ ରକ୍ତ ଦେଇ ଜୀବନ ବଞ୍ଚାଇଲା ଅନ୍ୟ ଏକ କୁକୁର । ଜାଣନ୍ତୁ କେଉଁଠି ଘଟିଛି ଏହି ବିରଳ ଘଟଣା

7.Kali Row: ମହୁଆଙ୍କ ଜବାବ, ବଙ୍ଗାଳିଙ୍କୁ କାଳୀ ପୂଜା ନ ଶିଖାଉ BJP

ବଙ୍ଗାଳିଙ୍କୁ କାଳୀ ପୂଜା ନ ଶିଖାଉ ବିଜେପି । କାଳୀ ପୋଷ୍ଟର ବିବାଦକୁ ନେଇ ବିଜେପିକୁ ଏପରି ଜବାବ ଦେଲେ ଟିଏମସି ସାଂସଦ ମହୁଆ ମଇତ୍ର ।

8.ଖଣ୍ଡା ନେଇ ସ୍କୁଲରେ ପହଞ୍ଚିଲେ ଛାତ୍ରଙ୍କ ବାପା, ଜାଣନ୍ତୁ କାହିଁକି

ପାଟନା: ମାରଣାସ୍ତ୍ର ଧରି ସ୍କୁଲରେ ପହଞ୍ଚିଲେ ଜଣେ ଛାତ୍ରଙ୍କ ବାପା । ସ୍କୁଲରେ ମିଳୁଥିବା ୟନିଫର୍ମ ଏବଂ ବହି ବାବଦକୁ ଅର୍ଥରାଶିକୁ ନେଇ ଅସନ୍ତୁଷ୍ଟ ଥିବା ଏହି ବ୍ୟକ୍ତି ଜଣକ ଖଣ୍ଡା ନେଇ ସ୍କୁଲରେ ପହଞ୍ଚି ପାଟିତୁଣ୍ଡ କରିଛନ୍ତି । ପାଟିତୁଣ୍ଡ କରିବା ସହ ଖଣ୍ଡା ଧରି ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକଙ୍କୁ ବାରମ୍ବାର ଆକ୍ରମଣ ପାଇଁ ଚେଷ୍ଟା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

9.ବିବାହର ଦିନକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପତ୍ନୀଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ

ବିବାହର ଦିନକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପତ୍ନୀଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ ।

10.କୋଟିଆରେ ସ୍ଥିତି ପରଖିଲେ ଦକ୍ଷିଣାଞ୍ଚଳ ଆରଡିସି

ଦକ୍ଷିଣାଞ୍ଚଳ ଆରଡିସି କୋରାପୁଟ ଜିଲ୍ଲା ଗସ୍ତ କରି କୋଟିଆରେ ବିକାଶର ସ୍ଥିତି ପରଖିଛନ୍ତି । ଗତକାଲି ଆନ୍ଧ୍ର ସରକାରଙ୍କ କିଛି ଅଧିକାରୀ କୋଟିଆ ଆସିଥିବା ବେଳେ ଆଜି(ଶୁକ୍ରବାର) କୋରାପୁଟ ଗସ୍ତ କରିଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.