ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 19, 2022, 9:03 PM IST

1. Exclusive Interview: ଗଣତନ୍ତ୍ରର ବ୍ୟବସାୟୀକରଣ ହୋଇଛି, ଦେଶକୁ ବାଣ୍ଟିବାକୁ ଉଦ୍ୟମ ହେଉଛି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବଡ ବୟାନ । ଗଣତନ୍ତ୍ରର ବ୍ୟବସାୟୀକରଣ ହୋଇଛି । ଜାତିଧର୍ମ ନାଁରେ ଦେଶକୁ ଭାଗଭାଗ କରିବାକୁ ଉଦ୍ୟମ କରାଯାଉଛି ।

2. Quad Summit: ଟୋକିଓ ଯିବେ ମୋଦି, ଜାପାନ ପିଏମ୍ ଓ ବାଇଡେନଙ୍କ ସହ ଆଲୋଚନା

ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନ ପ୍ରଧାନମନ୍ତ୍ରୀ ଓ ବାଇଡେନଙ୍କ ସହ ଆଲୋଚନା ନେଇ ରହିଛି କାର୍ଯ୍ୟକ୍ରମ ।

3. ନୂଆ ରୂପ ପାଇବ କଟକ ଚଣ୍ଡୀ ମନ୍ଦିର: ଖର୍ଚ୍ଚ ହେବ ୭୦ କୋଟି, ଲାଗିବ ବର୍ଷେ

କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏଥିଲାଗି ୭୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ବର୍ଷେ ଲାଗିବ ବୋଲି ଜଣାପଡ଼ିଛି ।

4. Aurangzeb's Tomb Closed: ଔରଙ୍ଗଜେବଙ୍କ ସମାଧିସ୍ଥଳ 5 ଦିନ ପାଇଁ ବନ୍ଦ

ପର୍ଯ୍ୟଟକଙ୍କ ପାଇଁ 5 ଦିନ ବନ୍ଦ ରହିଲା ମହାରାଷ୍ଟ୍ରର ଖୁଲତାବାଦରେ ଥିବା ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧି ସ୍ଥଳ । AIMIM ନେତା ଅକବରଉଦ୍ଦିନ ଓଓ୍ବେସୀଙ୍କ ଗସ୍ତ ପରେ ଉଷ୍ମ ହେଉଛି ରାଜନୀତି ।

5. ବିଚ୍ଛିନ୍ନାଞ୍ଚଳକୁ ଉପେକ୍ଷା ! ଧିମେଇଛି ପୋଟେରୁ ବ୍ରିଜ ନିର୍ମାଣ କାର୍ଯ୍ୟ, ଧାର୍ଯ୍ୟ ସମୟରେ ସରିବା ନେଇ ପ୍ରଶ୍ନ

ଧିମେଇଛି ମାଲକାନଗିରି ପୋଟେରୁ ବ୍ରିଜ ନିର୍ମାଣ କାର୍ଯ୍ୟ । ଦିନ ଗଡି ଚାଲିଛି ହେଲେ କାମ ସରୁନାହିଁ । କାହିଁକି ପଛେଇଛି ନିର୍ମାଣ କାର୍ଯ୍ୟ । ଧାର୍ଯ୍ୟ ସମୟରେ ପୋଟେରୁ ବ୍ରିଜ ନିର୍ମାଣ ହେବ ତ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି ଲୋକଙ୍କ ମନରେ ।

6. Watch Video: ହାତୀ ପିଠିରେ ବସି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପ୍ରତିବାଦ

ଦରଦାମ ବୃଦ୍ଧି ନେଇ ପଞ୍ଜାବ ପଟିଆଲାରେ ବର୍ଷିଲା କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଜାବ ପ୍ରଦେଶ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଏକାଠି ହୋଇ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଛନ୍ତି ।

7. Krishna Janmabhoomi case: ମସଜିଦ ହଟାଇବା ଆବେଦନର ଶୁଣାଣି ପାଇଁ କୋର୍ଟ ରାଜି

କୃଷ୍ଣ ଜନ୍ମଭୂମିରୁ ମସଜିଦ ଉଚ୍ଛେଦ ମାମଲାର ଶୁଣାଣି କରିବା ପାଇଁ କୋର୍ଟଙ୍କ ସହମତି । ଆଇନଜୀବୀ ହରି ଶଙ୍କର ଜୈନ କରିଥିଲେ ଆବେଦନ ।

8. FIH Hockey Pro League: ବେଲଜିୟମ-ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ, ଓଡିଆ ଖେଳାଳି ଅମିତ ହକି ଟିମ୍ କ୍ୟାପ୍ଟେନ

ଭାରତୀୟ ହକି ଟିମର ଅଧିନାୟକ ଭାର ତୁଲାଇବେ ଓଡିଆ ଖେଳାଳି । ଓଡିଶା ହକି ଖେଳାଳି ଅମିତ ରୋହିଦାସଙ୍କୁ ମିଳିଲା ଦାୟିତ୍ବ । ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ଅଧିନାୟକ ରହିବେ ରୋହିଦାସ ।

9. ଖଚାଖଚ ଦର୍ଶକରେ ହେବ ବାରବାଟୀ T-20 ମ୍ୟାଚ, ଅନୁମତି ଦେଲା BCCI !

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ପୂର୍ଣ୍ଣ ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ ।

10. ବିଚ୍‌ ରାସ୍ତାରେ କରଣ କୁନ୍ଦ୍ରାଙ୍କୁ ଭୁଲ୍‌ ମାଗିଲେ ତେଜସ୍ୱୀ, ଭିଡିଓ ଭାଇରାଲ

ବର୍ତ୍ତମାନ ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କର ଏକ ଭିଡିଓ (Tejasswi Karan Video) ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତେଜସ୍ୱୀ ପ୍ରକାଶ ବାରମ୍ବାର କରଣ କୁନ୍ଦ୍ରାଙ୍କୁ ଭୁଲ ମାଗୁଥିବାର ଦେଖାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.