ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ରାତି ୯ର ତାଜା ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 3, 2022, 9:01 PM IST

1.ଅକ୍ଷୟ ତୃତୀୟାରେ ଚାଷୀଙ୍କୁ କାଳିଆ ସହାୟତା, ୪୦ ଲକ୍ଷ ଖାତାକୁ ଗଲା ୮୦୦ କୋଟି

ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

2.The Kashmir Filesକୁ କାଳ୍ପନିକ ଓ ଷଡଯନ୍ତ୍ର କହିଲା ଉଇକିପିଡ଼ିଆ, ଶୀଘ୍ର ଏଡିଟ୍ କରିବାକୁ କହିଲେ ନିର୍ଦ୍ଦେଶକ

ଫିଲ୍ମ କାଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସ୍ତବରେ ଉଇକିପିଡ଼ିଆ ତାଙ୍କ ଚଳଚ୍ଚିତ୍ରକୁ କାଳ୍ପନିକ, ମିଥ୍ୟା ଏବଂ ଷଡଯନ୍ତ୍ର ସହିତ ଜଡିତ ଏକ ଫିଲ୍ମ ଭାବରେ ବର୍ଣ୍ଣନା କରିଛି ।

3.Chandan Yatra: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଚାପ ଖେଳିଲେ ମହାପ୍ରଭୁ

ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚାପଡଙ୍ଗା ଖେଳିଲେ ମହାପ୍ରଭୁ । ଆରମ୍ଭ ହେଲା ଚନ୍ଦନ ଯାତ୍ରା ।

4.ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଝଟକୁଛି ଓଡିଶା ପଟ୍ଟଚିତ୍ର

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡିଶା ପଟ୍ଟଚିତ୍ର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ଗସ୍ତ ବେଳେ ଦେଇଥିଲେ ଉପହାର । ଓଡିଶାର ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

5.ପାକିସ୍ତାନକୁ ପଠାଉଥିଲେ ସୁରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା, ଯୁବକଙ୍କୁ ବାନ୍ଧିଲା ପଞ୍ଜାବ ପୋଲିସ

ପାକିସ୍ତାନକୁ ସୁରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କଲା ପଞ୍ଜାବ ପଠାନକୋଟ ପୋଲିସ ପୋଲିସ । ସୋସିଆଲ ମିଡିଆରେ ତଥ୍ୟ ଦେଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ପୋଲିସ ।

6.Jodhpur Violence: କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ରାଜସ୍ଥାନର ଯୋଧପୁର ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା କମିଟି ଗଠନ । ଏହି ଟିମ୍‌ରେ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ, ମନ୍ତ୍ରୀ ସୁଭାଷ ଗର୍ଗ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ(ଏସିଏସ) ଅଭୟ କୁମାର, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ନିର୍ଦ୍ଦେଶକ(ADG LAW & Order) ହାୱସିଂହ ଘୁମାରିଆଙ୍କୁ ନେଇ ଟିମ ଗଠନ କରାଯାଇଛି ।

7.Akshaya Tritiya: ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ, ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ

ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଜ୍ଞାମାଳ । ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ ।

8.ବଜାରକୁ ଆସିଲା ଅତ୍ୟାଧୁନିକ Microgel, ୬୦ ଟଙ୍କାରେ ବିଶୋଧିତ ହେବ ଦୂଷିତ ପାଣି

ଏବେ ମାତ୍ର ୬୦ ଟଙ୍କାରେ ଅପରିଷ୍କାର ପାଣିକୁ କରିହେବ ବିଶୁଦ୍ଧ । ଖାସ କଥା ହେଉଛି ଏଥିଲାଗି କୌଣସି ପ୍ଲାଣ୍ଟର ଆବଶ୍ୟକ ପଡିବ ନାହିଁ । ପାଣିରେ ଜେଲ ମିଶିବା ପରେ ଏହା ବିଶୋଧିତ ହୋଇପାରିବ ।

9.Adivasi Mela 2022: ଜମିଲା ମେଳା, ବଢିଲା ବ୍ୟବସାୟ

ସରିଲା ହସ୍ତଶିଳ୍ପର ସମାରୋହ 'ଆଦିବାସୀ ମେଳା 2022' । ଏଥର ମନ ମୋହିଲା ଧାନ ତିଆରି ବିଭିନ୍ନ ସାମଗ୍ରୀ ସାଙ୍ଗକୁ କାନଫୁଲ, ଯଉଚୁଡି ଦୋକାନରେ ମହିଳାଙ୍କ ଭିଡ ।

10.IPL-2022: ପ୍ଲେ ଅଫ୍ ମ୍ୟାଚ ଭେନ୍ୟୁ ଘୋଷଣା, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମୁକାବିଲା

TATA IPL-2022 ପ୍ଲେ ଅଫ୍ ମ୍ୟାଚ କାର୍ଯ୍ୟସୂଚୀ ଘୋଷଣା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.