ETV Bharat / bharat

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 28, 2022, 9:04 AM IST

Updated : Aug 28, 2022, 9:10 AM IST

1-କାଉଣ୍ଟଡାଉନ ଆରମ୍ଭ, ଆଜି ମାଟିରେ ମିଶିବ ଟ୍ବିନ ଟାୱାର

ଆଜି ମାଟିରେ ମିଶିବ ନୋଏଡାର ଟ୍ବିନ ଟାୱାର । ସମସ୍ତ ପ୍ରସ୍ତୁତି ସହ କାଉଣ୍ଟଡାଉନ ଆରମ୍ଭ କଲା ପ୍ରଶାସନ । କିପରି ରହିବ ପୁରା ଅପରେସନ । କିପରି ତ୍ରୁଟିବିହୀନ ଭାବେ ସାରିବାକୁ ରହିଛି ଯୋଜନା ସେ ନେଇ ଅଧିକ ଜାଣନ୍ତୁ ।

2-ଅଟୋକୁ ଚାପିଦେଲା କୋଇଲା ବୋଝେଇ ଟ୍ରକ, ୫ ମୃତ

ମହୁଲ ପେଶାଇବାକୁ ଯାଉଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

3-ବେଗୁନିଆ ମାଡୁ ନାହାନ୍ତି ବିଧାୟକ, ବିକାଶର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି ଖୋର୍ଦ୍ଧାରେ

ବେଗୁନିଆ ମାଡୁ ନାହାନ୍ତି ବିଧାୟକ । ବନ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିପଦ ସମୟରେ ବିଧାୟକଙ୍କ ଦେଖା ମିଳୁନି ।

4-ବିହାର ବିଧାନସଭାରୁ ଓଡିଶା ଆସିଲା ୧୦୦ ବର୍ଷର ପୁରୁଣା ନଥି

ଓଡ଼ିଶା ବିଧାନସଭାରେ କେବଳ ୧୯୩୭ ମସିହାରୁ ବିଧାୟକମାନଙ୍କ ବିବରଣୀ ରହିଛି । ତତକାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର ନେତୃବୃନ୍ଦଙ୍କ ବକ୍ତବ୍ୟର ବିବରଣୀ ଓଡ଼ିଶାରେ ଉପଲବ୍ଧ ନଥିଲା । ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀରାମ ଦାଶ ୧୯୭୯ ମସିହାରେ ବିଧାନସଭା ଗ୍ରନ୍ଥାଗାରକୁ ଆସି ଏହି ତଥ୍ୟ ଖୋଜି ନପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ବିଧାନସଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

5-Nuakhai Festival, ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରିବାକୁ ଦାବି

ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରାଯାଉ । ଏଥିପାଇଁ ଅନୁନ୍ୟ ଦୁଇ ଦିନର ଛୁଟି ଘୋଷଣା ହେଉ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

6-ଟ୍ରେନରେ ଚଢିବା ବେଳେ ଖସି ପଡିଲେ ଯାତ୍ରୀ, ମୃତ୍ୟୁମୁଖରୁ ଟାଣି ଆଣିଲେ RPF ଯବାନ

ଚଳନ୍ତା ଟ୍ରେନରେ ଚଢିବା ସମୟରେ ଟ୍ରେନରୁ ଖସି ପଡିଲେ ଯାତ୍ରୀ । ଦେବଦୂତ ସାଜି ମୃତ୍ୟୁମୁଖରୁ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଯବାନ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରେଳ ଷ୍ଟେସନରେ ।

7-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଲୋକାର୍ପିତ ହେଲା ଘୋଡାହାଡ ଇକୋ ଟୁରିଷ୍ଟ ସ୍ପଟ

ଗଞ୍ଜାମ ଜିଲ୍ଲାରେ ଘୋଡାହାଡ ଇକୋ ଟୁରିଷ୍ଟ ସ୍ପଟକୁ ଲୋକାର୍ପିତ କଲେ ରାଜ୍ୟ ମୁଖ୍ୟ ବନପ୍ରାଣୀ ବନ ସଂରକ୍ଷକ ଶଶି ପଲ । ଯାହା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି ।

8-Mann Ki Baat, ଅଲ୍‌ ଇଣ୍ଡିଆ ରେଡିଓରେ ମନର କଥା କହିବେ ମୋଦି

ଆଜି ମନ କି ବାତ କାର୍ଯ୍ୟକ୍ରମର 92ତମ ସଂସ୍କରଣ (92th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

9-ଆଜି CWC ବୈଠକ, ନୂଆ ଅଧ୍ୟକ୍ଷ ନିର୍ବାଚନ ତାରିଖ ହୋଇପାରେ ଘୋଷଣା

ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ । ଏଥିରେ ନୂଆ ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାରିଖ ଘୋଷଣା କରାଯାଇପାରେ ।

10-Asia cup 2022, ଆଜି ଭାରତ ପାକିସ୍ତାନ ମହାମୁକାବିଲା

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ଏସିଆ କପର ପ୍ରତୀକ୍ଷିତ ହାଇଭୋଲଟେଜ ଲଢେଇ । ଏସିଆ କପ୍ ଦ୍ବିତୀୟ ଦିନରେ ଆଜି (ରବିବାର) ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବ । ଏନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।

Last Updated : Aug 28, 2022, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.