ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 29, 2021, 7:12 PM IST

1. ପ୍ରକାଶ ପାଇଲା OJEE ରେଜଲ୍ଟ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା( OJEE) ରେଜଲ୍ଟ ପ୍ରକାଶ । ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଥିବା ଜଣାପଡିଛି ।

2. ବଳଙ୍ଗା ଥାନା ବିସ୍ଫୋରଣ ମାମଲା; ASI ତଅପୋଇ ନାୟକ ନିଲମ୍ବିତ

ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ମାମଲା । ବଳଙ୍ଗା ଥାନା ଏଏସଆଇ ତଅପୋଇ ନାୟକଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି।

3. ଉପନିର୍ବାଚନ ପୁର୍ବରୁ ଅଶାନ୍ତ ପିପିଲି; ମାଧିପୂରରେ ବୋମା ମାଡ଼, ସ୍ଥିତି ସମୀକ୍ଷା କଲେ SP

ନିର୍ବାଚନ ଯେତିକି ପାଖେଇ ଆସୁଛି ପିପିଲି ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ଏନେଇ ମାଧିପୂର ଅଞ୍ଚଳରେ ଗଟିଛି ମୋମାବାଡ । ଆଉ ଏନେଇ ତଦନ୍ତ ଚାଲିଛି ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଲେ ପୁରୀ ଏସପି ।

4. ଆରବ ସାଗରରେ 'ଗୁଲାବ'ର ପୁନର୍ଜନ୍ମ, 'ଶାହିନ' ରୂପରେ ଦେଖାଇବ ଶକ୍ତି

ଗୁଲାବର ଗର୍ଜନ ଏବେବି ଥମିନଥିବା ବେଳେ ଆଉ ଏକ ବାତ୍ୟା 'ଶାହିନ' ଦେଖାଇପାରେ ନିଜ ଶକ୍ତି । ଗୁଲାବର ଅବଶିଷ୍ଟାଂଶ ଶାହିନ ଅକ୍ଟୋବର ପହିଲା ସୁଦ୍ଧା ଆରବ ସାଗରରେ ବାତ୍ୟାର ରୂପ ଧାରଣ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

5. DGP’s Disc: କୋରାପୁଟ ପୋଲିସର 10 ଅଧିକାରୀଙ୍କୁ ପୁରସ୍କାର

କୋରାପୁଟ ପୋଲିସର 10 ଜଣ ଅଧିକାରୀଙ୍କୁ ଡିଜିପି DISC ପୁରାସ୍କାର । ମାଓ ବିରୋଧୀ ଅପରେସନରେ ପାଇଥିଲେ ସଫଳତା ।

6. ଗଣ୍ଡାହାତୀର ସୁନ୍ଦରତା ବଢାଇଛି ବାତ୍ୟା ଗୁଲାବ, ଉପଭୋଗରୁ ବଞ୍ଚିତ ପର୍ଯ୍ୟଟକ

ବାତ୍ୟା ଗୁଲାବ ପ୍ରଭାବରେ ସୁନ୍ଦରଗଡ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଗଣ୍ଡାହାତୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଘୋ ଘୋ ଗର୍ଜନ କରି ବୋହିଯାଉଛି ଗଣ୍ଡାହାତୀର ଜଳରାଶି । ମାତ୍ର ଏପରି ଏକ ସୁନ୍ଦର ପରିବେଶର ମଜା ନେଇପାରୁନାହାନ୍ତି ପର୍ଯ୍ୟଟକ ।
7. ଅସହାୟ ପ୍ରମିଳା: କାନ୍ଧରେ ଦୁଇ ଭାଇଙ୍କ ବୋଝ, ମାଗୁଛନ୍ତି ସରକାରୀ ସାହାଯ୍ୟ

ବାପାମାଆ ଦୁହେଁ ଛାଡି ଆରପାରିକୁ ଚାଲିଗଲେ । ହେଲେ ବଢିଲା ଝିଅ ମୁଣ୍ଡରେ ଲଦି ଦେଇଗଲେ ପରିବାରର ବୋଝ । ଦୁଇ ସାନ ଭାଇଙ୍କୁ ନେଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡାର ପ୍ରମିଳା ।

8. ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲା, ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲାର ଅଧିକ ତଥ୍ୟ ହାସଲ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ।

9. ଇଞ୍ଜାମାମଙ୍କ ସ୍ପଷ୍ଟୀକରଣ, ହୋଇନଥିଲେ ହାର୍ଟ ଆଟାକର ଶିକାର

ହାର୍ଟ୍‌ ଆଟାକ୍‌ର ଶିକାର ହୋଇନାହାନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ-ଉଲ-ହକ୍‌ । ଏହାକୁ ନେଇ ସେ ଖୋଦ୍‌ ନିଜ ୟୁ-ଟ୍ୟୁବ୍‌ ଚ୍ୟାନେଲରେ ସ୍ପଷ୍ଟୀକରଣ ଦେଇଛନ୍ତି ।

10. PSG ପାଇଁ ପ୍ରଥମ ଗୋଲ୍‌ ସ୍କୋର୍‌ କଲେ ମେସୀ

ପ୍ୟାରିସ ସେଣ୍ଟ ଜର୍ମାନ କ୍ଲବ୍‌ ପାଇଁ ପ୍ରଥମ ଗୋଲ୍‌ ସ୍କୋର କଲେ ଫୁଟବଲ୍‌ ଷ୍ଟାର୍‌ ଲିୟୋନେଲ୍‌ ମେସୀ । ମେସୀଙ୍କ ଗୋଟିଏ ଗୋଲ ବଳରେ ଚମ୍ପିଆନ୍ସ ଲିଗ୍‌ର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ମାଞ୍ଚେଷ୍ଟର ସିଟିକୁ ୨-୦ରେ ମାତ ଦେଇଛି ପିଏସଜି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.