ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @ 7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 24, 2021, 7:33 PM IST

1.ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ବାତ୍ୟା ଆଶ୍ରୟସ୍ଥଳୀରେ ପିନ୍ଧନ୍ତୁ ଦୁଇଟି ମାସ୍କ

ବାତ୍ୟା ପୂର୍ବରୁ ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ । କହିଲେ ଡବଲ ବିପଦ ବେଳେ ଜରୁରୀ ଦୁଇଟି ମାସ୍କ ।

2.ବାଲେଶ୍ବର ଓ ଭଦ୍ରକ ପାଇଁ 9 ଅତିରିକ୍ତ ଡାକ୍ତର ନିଯୁକ୍ତ

ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ପାଇଁ 9ଟି ଡାକ୍ତର ଟିମ ନିଯୁକ୍ତି କରାଯାଇଛି ।
3.ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବ ୟସ, 4 ମିଟର ପର୍ଯ୍ୟନ୍ତ ଉଠିବ ଜୁଆର: SRC

ସାମୁଦ୍ରିକ ଝଡରେ ପରିଣତ ହୋଇଛି ୟସ । 26 ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ।ବାଲେଶ୍ବରରେ ସ୍ଥଳଭାଗ ଛୁଇଁବା ଆଶଙ୍କା ଅଧିକ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

4.ରଘୁନାଥ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ଚିଠି ଲେଖି ଶୋକ ଜଣାଇଲେ ସୋନିଆ ଗାନ୍ଧୀ

ରଘୁନାଥଙ୍କ ସ୍ତ୍ରୀଙ୍କୁ ଶୋକବାର୍ତ୍ତା ପଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ଦୁଃଖଦ ପରିସ୍ଥିତି ପାଇଁ ଗଭୀର ଆବେଗ ପ୍ରକାଶ କରିବା ସହ ପରିବାରର ଦୁଃଖ ଓ ଯନ୍ତ୍ରଣାକୁ ହୃଦୟରେ ଅନୁଭବ କରିଛନ୍ତି ବୋଲି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ସୋନିଆ ।

5.ବାଲେଶ୍ବରରେ ବାତ୍ୟାର ତାଣ୍ଡବ ଆରମ୍ଭ, ଗଛ ଉପୁଡି 3 ଆହତ

ବାଲେଶ୍ଵରରେ ବାତ୍ୟା ୟସ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ରାସ୍ତା କଡରେ ଥିବା ଗଛ ଉପୁଡି ପଡିବାରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ଆହତ ହୋଇଛନ୍ତି ।

6.ୟସ ଚିନ୍ତା, ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

କେନ୍ଦ୍ର ସରକାର ଏହି ବିପତ୍ତି ସମୟରେ ଓଡିଶା ସହ ଅଛନ୍ତି ଓ ସମସ୍ତ ପ୍ରକାର ସହାୟତା ସହ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଟୁଇଟରରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

7.ଭୟ ବଢାଉଛି ବହୁରୂପୀ କବକ, ବ୍ଲାକ-ହ୍ବାଇଟ ପରେ ଚିହ୍ନଟ ହେଲା ୟେଲୋ ଫଙ୍ଗସ

କୋରୋନା ରୋଗୀଙ୍କ ଠାରେ ବ୍ଲାକ, ହ୍ବାଇଟ ଫଙ୍ଗସ ପରେ ଏବେ ଦେଖିବାକୁ ମିଳିଲାଣି ୟେଲୋ ଫଙ୍ଗସ । ତେବେ କିଭଳି ବ୍ୟାପେ ଏହା, ଲକ୍ଷଣ କଣ ରହିଛି ଓ ଏହାର ପ୍ରତିକାର, ଜାଣନ୍ତୁ..

8.ଅନୁଗୋଳରେ ବେକାବୁ ସଂକ୍ରମଣ, ସରକାରୀ ପରିସଂଖ୍ୟାନ ଏବଂ ପ୍ରକୃତ ସତ୍ୟ କିଛି ଅଲଗା

ଅନୁଗୋଳ ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । କେବଳ ସରକାରୀ ଭାବେ ୭୦ ଜଣଙ୍କ ଜୀବନ ନେଲାଣି ଏହି କିଲର ଭାଇରସ। କିନ୍ତୁ ମଶାଣୀର ଚିତା କହୁଛି ପ୍ରକୃତ ମୃତ୍ୟୁ ସଂଖ୍ୟା।

9.ୟସ ପାଇଁ ହେବ ଅକ୍ସିଜେନ ଅଭାବ ! ହସ୍ପିଟାଲକୁ ବିତ୍ୟୁତ ଯୋଗାଣରେ ବାଧା ସାଜିବ କି ବାତ୍ୟା ?

ଓଡିଶାର ବାଲେଶ୍ବରରେ ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଗୋଟିଏ ପଟେ ମହାମାରୀ କୋରୋନାର ଭୟାବହତା ଅନ୍ୟପଟେ ବାତ୍ୟାର କରାଳ ରୂପ ସରକାରଙ୍କ ପାଇଁ ଡବଲ ଚ୍ୟାଲେଞ୍ଜ ପାଲଟିଛି ।

10.ପୂର୍ବତଟ ରେଳପଥ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ବ ଅକ୍ସିଜେନ ଏକ୍ସପ୍ରେସ ଟ୍ରେନର ପରିଚାଳନା

ଦକ୍ଷିଣ ପୂର୍ବ ଏବଂ ପୂର୍ବ ରେଳପଥରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ 33ଟି ଅମ୍ଳଜାନ ଭର୍ତ୍ତି ଏକ୍ସପ୍ରେସ୍ ସ୍ପେସିଆଲ୍ ଗ୍ରୀନ୍ କରିଡର ଦେଇ ଗନ୍ତବ୍ୟ ସ୍ଥଳ ପାଇଁ ଯାତାୟାତ କରିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.