ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୫ ପିଏମ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 22, 2022, 5:02 PM IST

1.ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2.Presidential poll: 24ରେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ, ପ୍ରଥମ ପ୍ରସ୍ତାବକ ପ୍ରଧାନମନ୍ତ୍ରୀ !

24 ତାରିଖରେ ନାମାଙ୍କନ ଭରିବେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଗତକାଲି ବିଳମ୍ବିତ ସଂଧ୍ୟାରେ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଶାସକ ମେଣ୍ଟ । ପ୍ରସ୍ତାବକ ନିଜେ ପ୍ରଧାନମନ୍ତ୍ରୀ ମୋଦି ।

3.Presidential Polls: ଧର୍ମ ସଙ୍କଟରେ ଜୟନ୍ତ ସିହ୍ନା, କାହାକୁ ଦେବେ ଭୋଟ ପିତା ନା ପାର୍ଟି

ଧର୍ମ ସଙ୍କଟରେ ପଡିଛନ୍ତି ବିଜେପି ସାଂସଦ ଜୟନ୍ତ ସିହ୍ନା । ଗୋଟିଏ ପଟେ ପାର୍ଟି ଓ ଅନ୍ୟପଟେ ପିତା । ଜୟନ୍ତ ସିହ୍ନା କାହାକୁ ଭୋଟ ଦେବେ, କାହାର ହେଲେ ପାର୍ଟିର ନା ପରିବାରର ସେ ନେଇ ଦ୍ବନ୍ଦରେ ପଡିଯାଇଛନ୍ତି ।

4.ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମସ୍ତ ମାମଲା ଖାରଜ କଲେ ହାଇକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ହାଇକୋର୍ଟଙ୍କର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇସାରିଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

5.ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ରମାଦେବୀ କଲେଜ ଛାତ୍ରୀ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମାଟିର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଏନଡିଏ । ଏହି ଘୋଷଣା ପରେ ତାଙ୍କ ଜନ୍ମ ମାଟିଠୁ ଆରମ୍ଭ କରି ଶିକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଖୁସିର ମାହୋଲ ।

6.ରଥଖଳା ହାଲଚାଲ: ତିନିରଥର 12ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର 12 ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ ହୋଇଛି । ରଥଯାତ୍ରା ନେଇ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ମାଣାଧୀନ ତିନିରଥର 12 ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ ହୋଇଛି ।

7.ଆଗକୁ ରଥ ଯାତ୍ରା, ଡୋର ଟୁ ଡୋର ସର୍ଭେଲାନ୍ସ ପାଇଁ ନିର୍ଦ୍ଦେଶ

ଦେଶରେ ବଢୁଛି ସଂକ୍ରମଣ। ଏହାସହ ରାଜ୍ୟରେ ମଧ୍ୟ ସାମାନ୍ୟ ସଂକ୍ରମଣ ବଢୁଛି। ତେବେ ଆଗକୁ ରଥ ଯାତ୍ରା ଥିବାରୁ ପୁରୀ ପ୍ରଶାସନକୁ ଏଥିପ୍ରତି ଆଗୁଆ ପଦକ୍ଷେପ ନେବାସହ ସଚେତନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

8.ବିବାହର 15 ଦିନ ପରେ ସ୍ବାମୀଙ୍କ ଟଙ୍କା ନେଇ ସ୍ତ୍ରୀ ଫେରାର

ଟଙ୍କା ଲୋଭ ଉଜାଡି ଦେଲା ସୁନା ସଂସାର। ବିବାହର 15 ଦିନ ପରେ ସ୍ବାମୀଙ୍କଠାରୁ 6.5 କୋଟି ଲୁଟି ନେଇ ଫେରାର ହୋଇଗଲେ ସ୍ତ୍ରୀ।

9.ଖିଲାଡି କୁମାରଙ୍କ Raksha Bandhanର ଟ୍ରେଲର ରିଲିଜ୍‌

ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନର ଟ୍ରେଲର ମଙ୍ଗଳବାର ଦିନ ରିଲିଜ ହୋଇଛି । ଏହାପୂର୍ବରୁ ଅଭିନେତା ଫିଲ୍ମ ସହ ଜଡିତ ପୋଷ୍ଟର ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ ।

10.ବିରାଟ କୋହଲି କୋରୋନା ସଂକ୍ରମିତ

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି କୋରୋନା ସଂକ୍ରମିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.