ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 17, 2022, 5:01 PM IST

1. ରଥଖଳା ହାଲଚାଲ: ୩ ରଥକୁ ଉଠିଲା ଚଉଦ ନାହାକା, ଲାଗିବ ଢମକ

ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ ଥିବା ବେଳେ ୩ ରଥରେ ଉଠିଛି ଚଉଦ ନାହାକା । ଏହାଛଡା ପ୍ରଥମ ଓ ଦ୍ଵିତୀୟ ଭୂଇଁ ସଂଯୋଗ କରାଯାଇଛି ।

2. ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟ ଉପରେ ନଜର ରଖ: ମୁଖ୍ୟମନ୍ତ୍ରୀ

ଆଜି ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ନୀତିରେ ସବୁ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

3. ଡ୍ରେସ କିଣିବାକୁ ଟଙ୍କା ଦେଲାନି ମାଆ, ଟାଙ୍ଗିଆରେ ହାଣି ହତ୍ୟା କଲା 10 ବର୍ଷର ପୁଅ

କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ଡ୍ରେସ କିଣିବା ପାଇଁ ପଇସା ନ ଦେବାରୁ ଟାଙ୍ଗିଆରେ ହାଣି ମାଆକୁ ହତ୍ୟା କଲା ୧୦ ବର୍ଷର ପୁଅ । ଅଭିଯୁକ୍ତ ନାବାଳକ ଥାନାରେ ଅଟକ ।

4. ରାଜ୍ୟରେ 250ଟି ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ରାଜ୍ୟରେ 314ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଧା 250ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା

5. Agnipath Scheme Protest: ବିକ୍ଷୋଭକାରୀଙ୍କୁ କଟକ DCPଙ୍କ ଗୁରୁଜ୍ଞାନ

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭର ବହ୍ନି ଦେଖିବାକୁ ମିଳିଛି । ଓଡ଼ିଶା ମଧ୍ୟ ଏଥରୁ ବର୍ତ୍ତି ପାରିନାହିଁ । କଟକରେ ବିକ୍ଷୋଭକାରୀଙ୍କୁ ବିଶୃଙ୍ଖଳା ନକରିବାକୁ ପରାମର୍ଶ ଦେଇଛନ୍ତି ଡସିପି ପିନାକ ମିଶ୍ର ।

6. Money Laundering Case: ସତ୍ୟେନ୍ଦ୍ରଙ୍କ ବିଭିନ୍ନ ଠିକଣା ଉପରେ EDର ଚଢାଉ

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମନି ଲଣ୍ଡରିଂ ମାମଲା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ଏକାଧିକ ସ୍ଥାନରେ କରିଛି ଚଢାଉ ।

7. Agnipath Scheme: ଆସନ୍ତା ୨୪ରୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ

ଖୁବ୍‌ଶୀଘ୍ର ଆରମ୍ଭ ହେବ ସେନାରେ ଭର୍ତ୍ତି ପ୍ରକ୍ରିୟା । ଆସନ୍ତା ୨୪ ତାରିଖରୁ ବାୟୁସେନାରେ ଭର୍ତ୍ତି ଆରମ୍ଭ ହେବ ବୋଲି ଘୋଷଣା କଲେ ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ ।

8. ସେୟାର ମାର୍କେଟ ମାନ୍ଦା, ୧୫ ଲକ୍ଷ କୋଟି କ୍ଷତି ସହିଲେ ନିବେଶକ

ସେୟାର ବଜାରରେ ମାନ୍ଦା ଅବସ୍ଥା ଯୋଗୁଁ ଭାରି କ୍ଷତି ସହିଛନ୍ତି ନିବେଶକ । ଶୁକ୍ରବାର ସେନ୍‌ସେକ୍ସ ଓ ନିଫ୍ଟି ସୂଚକାଙ୍କ ତଳମୁହାଁ ରହିଥିଲା ।

9. Agnipath scheme protest: ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ, ପୋଲିସ ଗୁଳିରେ ଜଣେ ମୃତ

ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ ଚୁକ୍ତିଭିତ୍ତିକ ଅଗ୍ନିପଥ ଯୋଜନା ନେଇ ତେଜୁଛି ବିବାଦ । ଦିନକୁ ଦିନ ହିଂସାତ୍ମକ ରୂପ ନେଉଛି ଆନ୍ଦୋଳନ ।

10. National Herald Case: ED ଜେରାରେ ମୋତିଲାଲ ଭୋରାଙ୍କ ନାଁ ନେଲେ ରାହୁଲ

ଇଡି ଜାଲରେ ଫସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତକାଲି (ଗୁରୁବାର) ତାଙ୍କୁ ଜେରା ସମୟରେ ୟଙ୍ଗ ଇଣ୍ଡିଆନ-ଏଜେଏଲ ଡିଲ୍‌ କଥା ଦିବଂଗତ କଂଗ୍ରେସ ନେତା ମୋତିଲାଲ ଭୋରା ବୁଝିଥିଲେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.