1-Municipal Election: ଅପରାହ୍ନ ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ
ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସୂଚନା ଦେଲେ ନିର୍ବାଚନ କମିଶନ ।
2-Poll Violence In Bharak: ଭୋଟିଂ ବେଳେ ବୁଥରେ ଛୁରାମାଡ଼, ଜଣେ ଗୁରୁତର
ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଘଟିଛି ନିର୍ବାଚନୀ ହିଂସାକାଣ୍ଡ । ଆଜି(ଗୁରୁବାର) ରାଜ୍ୟରେ ପୌର ନିର୍ବାଚନ ଲାଗି ମତଦାନ ଜାରି ରହିଥିବା ବେଳେ ଘଟିଛି ଏହି ହିଂସା ।
3-ULB POLL: ପୋଲିସ ପାଇଁ ଟେନସନ ରାଜଧାନୀ ଉପକଣ୍ଠ ଓ୍ବାର୍ଡ, ବୁଥ୍ ବୁଲୁଛନ୍ତି CP-DCP
ଚାଲିଛି ପୋର ନିର୍ବାଚନ ଲାଗି ମତଦାନ । ପୋଲିସ ପାଇଁ ଟେନସନ ରାଜଧାନୀ ଉପକଣ୍ଠ ଓ୍ବାର୍ଡ । ତମାଣ୍ଡୋ , ଗୋଠପାଟଣା, କଳାରାହାଙ୍ଗ, ସୁନ୍ଦରପଦା , ଝାରପଡା ଓ ପୁରୁଣା ଭୁବନେଶ୍ବର। ଏନେଇ କମିସନରେଟ ପୋଲିସ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଓ ମୋବାଇଲ ୟୁନିଟ ଜରିଆରେ ନଜର ରଖାଯାଇଛି ।
4-ULB Polls: ଭୋଟ ଦେଲେ ଯାଜପୁର ବିଧାୟକ ଓ ଅଭିନେତା ଆକାଶ
ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
5-ULB Polls: ଭୋଟ ଦେଲେ ଅଭିନେତା ସବ୍ୟସାଚୀ ମିଶ୍ର
ଭୋଟ ଦେଲେ ଅଭିନେତା ସବ୍ୟସାଚୀ ମିଶ୍ର । ପରିବାର ସହ ଆସି ସେ ଆଇଗିଣିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୱାର୍ଡ ନମ୍ବର ୪୯ ଓ ବୁଥ ନ ୫୦୯ ରେ ଭୋଟ ଦେଇଛନ୍ତି । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ମଧ୍ୟ ସେ ଆହ୍ବାନ କରିଛନ୍ତି ।
6-ଭୋଟ ଦେଲେ ୮୮ ବର୍ଷୀୟା ବୃଦ୍ଧା, ଜୀବନର ଶେଷ ମତଦାନ କହି କାନ୍ଦିଲେ
ଆଜି ଚାଲିଛି ମହାନଗର ନିଗମ ପାଇଁ ମତଦାନ । ମତଦାନ ପାଇଁ କେନ୍ଦ୍ରରେ ପହଞ୍ଚିଛନ୍ତି ୮୮ ବର୍ଷୀୟ ବୃଦ୍ଧା ଅନ୍ନପୂର୍ଣ୍ମା ଦାସ । ପରିଣତ ବୟସରେ ଭୋଟ ଦେଇ ଥିବାବେଳେ ଏହା ମୋ ଜୀବନର ଶେଷ ଭୋଟ ବୋଲି କହି କାନ୍ଦି ପକାଇଛନ୍ତି ବୃଦ୍ଧା ଜଣକ ।
7-ULB Polls: ମତ ସାବ୍ୟସ୍ତ କଲେ ବିଧାୟକ ସୁଶାନ୍ତ ଓ ଅନନ୍ତ
ଆଜି(ଗୁରୁବାର) ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେଡିର ଦୁଇ ବିଧାୟକ । ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ମତଦାନ କରିଛନ୍ତି ।
8-ଆଜି ଭାରତ ଆସୁଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ
ଆଉ କିଛି ସମୟ ପରେ ଦିଲ୍ଲୀରେ ପହଞ୍ଚିବେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇ । ଦୁଇ ଦେଶର ଦ୍ବିପାକ୍ଷିକ ପ୍ରସଙ୍ଗରେ ହେବ ଆଲୋଚନା ।
9-IPL 2022: ଚାମ୍ପିୟନ ଚେନ୍ନାଇର ଅଧିନାୟକ ଭାବେ ଧୋନିଙ୍କ ଦମଦାର ରେକର୍ଡ
ଧୋନିଙ୍କ ସଫଳ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ଆଇପିଏଲ ଟ୍ରଫି ଜିତିପାରିଛି । ବର୍ଷ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ଏଥିସହିତ ୨୦୧୦ ଓ ୨୦୧୪ରେ ଚାମ୍ପିୟନ୍ସ ଲିଗ T20 ଟାଇଟଲ ମଧ୍ୟ ଧୋନିଙ୍କ ନେତୃତ୍ବରେ CSK ନାମରେ ରହିଛି ।
10-IPL 2022: CSK ଅଧିନାୟକ ପଦ ଛାଡିଲେ Dhoni, ଏହି ଖେଳାଳି ହେଲେ ଉତ୍ତରାଧିରୀ
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂହ ଧୋନି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଧୋନି ।