ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 24, 2021, 5:08 PM IST

1.ବାଲେଶ୍ୱର ଆଖପାଖରେ ଲ୍ୟାଣ୍ଡଫଲ କରିବ ୟସ

26 ମେ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବାତ୍ୟା ୟସ । ତେବେ ଏହି ଦିନ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ ରହିଛି ।

2.ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ବାତ୍ୟା ଆଶ୍ରୟସ୍ଥଳୀରେ ପିନ୍ଧନ୍ତୁ ଦୁଇଟି ମାସ୍କ

ବାତ୍ୟା ପୂର୍ବରୁ ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ । କହିଲେ ଡବଲ ବିପଦ ବେଳେ ଜରୁରୀ ଦୁଇଟି ମାସ୍କ ।

3.ବାଲେଶ୍ବରରେ ବାତ୍ୟାର ତାଣ୍ଡବ ଆରମ୍ଭ, ଗଛ ଉପୁଡି 3 ଆହତ

ବାଲେଶ୍ଵରରେ ବାତ୍ୟା ୟସ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ରାସ୍ତା କଡରେ ଥିବା ଗଛ ଉପୁଡି ପଡିବାରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ଆହତ ହୋଇଛନ୍ତି ।
4.ୟସ ଚିନ୍ତା, ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

କେନ୍ଦ୍ର ସରକାର ଏହି ବିପତ୍ତି ସମୟରେ ଓଡିଶା ସହ ଅଛନ୍ତି ଓ ସମସ୍ତ ପ୍ରକାର ସହାୟତା ସହ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଟୁଇଟରରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

5.ହାବିଲଦାରଙ୍କ ହେଟ ଷ୍ଟୋରୀ: ଥାନାରେ ପ୍ରେମ, ବିବାହ ପରେ ହତ୍ୟା ଉଦ୍ୟମ

ହାବିଲଦାରଙ୍କ ହେଟ ଷ୍ଟୋରୀ । ଥାନାକୁ ଆସିଥିବା ଅଭିଯୋଗକାରୀଣିଙ୍କୁ ପ୍ରଥମେ ପ୍ରେମ ପରେ ବିବାହ ଏହା ପରେ ହତ୍ୟା ଉଦ୍ୟମ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଖୋଦ ହାବିଲଦାର ବିରୋଧରେ ।

6.ମେ ଓ ଜୁନର ରୋଡ଼ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର

ଦୁଇ ମାସ ଲାଗି ରୋଡ଼ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର । ମେ ଓ ଜୁନ ମାସ ଲାଗି ରୋଡ଼ ଟ୍ୟାକ୍ସ ଛାଡ଼ କରିଛନ୍ତି ସରକାର । ଏନେଇ ସୋମବାର ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

7.ବାତ୍ୟା ‘ୟସ’କୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶକ୍ତି ବିଭାଗ: ଶକ୍ତିମନ୍ତ୍ରୀ

ବାତ୍ୟା ୟସକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶକ୍ତି ଭିଭାଗ । ଆବଶ୍ୟକୀୟ ମାନବ ସମ୍ବଳ ଓ ଯନ୍ତ୍ରପାତି ରଖାଯାଇଛି ସଜାଗ । ସୂଚନା ଦେଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

8.ବାତ୍ୟା ୟସ ପାଇଁ ଶାହଙ୍କ ସମୀକ୍ଷା, ଭିସିରେ 3 ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଭିସି ଯୋଗେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଶାହା ଆଲୋଚନା କରିଛନ୍ତି ।

9.ପୁଣି ବିବାଦରେ ‘ଇଣ୍ଡିଆନ ଆଇଡଲ’, ଦୁଇ ପ୍ରତିଯୋଗୀଙ୍କୁ ହଟାଇବା ଦାବି

ନିକଟରେ ‘ଇଣ୍ଡିଆନ ଆଇଡଲ’ ଶୋକୁ ବନ୍ଦ କରିବା ଦାବି ହେଉଥିବା ବେଳେ ଏବେ ଦୁଇ ପ୍ରତିଯୋଗୀଙ୍କୁ ହଟାଇବାକୁ କହିଲେ ଦର୍ଶକ ।

10.ରେସଲର ସାଗର ରାଣା ମୃତ୍ୟୁ ମାମଲା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଛତ୍ରସାଲ ଷ୍ଟାଡିୟମରେ ରେସଲେର ସାଗର ରାଣା ମୃତ୍ୟୁ ଘଟଣାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଆହୁରି ଅଧିକ ଯାଞ୍ଚ କରିବ ବୋଲି ରବିବାର ଅଧିକାରୀମାନେ ସୂଚନା ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.