ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 25, 2022, 2:58 PM IST

1. ପଞ୍ଚଭୂତରେ ବିଲୀନ ପାଟରାଣୀ ବୀଣାପାଣି, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ବିଶିଷ୍ଟ ସାହିତ୍ୟିକା, ଔପନ୍ୟାସିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ସତିଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

2. ମେୟର ଓ ପୌରାଧ୍ୟକ୍ଷଙ୍କୁ ନବୀନଙ୍କ ଗୁରୁମନ୍ତ୍ର, କହିଲେ ସହରକୁ ଶ୍ରେଷ୍ଠ କରିବାକୁ ନିଅ ନେତୃତ୍ୱ

ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନିଅ । ନିଷ୍ଠାର ସହ କାମ କର । ଲୋକଙ୍କ ସାଥିରେ ରୁହ । ସେମାନଙ୍କ ସମସ୍ୟା ସମାଧାନ ପାଇଁ କାମ କର । ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଗୁରୁମନ୍ତ୍ର ।

3. ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ । ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ୧୧୪ ଖଣ୍ଡ ରଥକାଠ ଆସିଛି ।

4. ଠାକୁରଙ୍କୁ ବି ଛାଡିଲେନି ଲୁଟେରା, ମନ୍ଦିରରେ ବୁଲାଇଲେ କଳାକନା

ଖୋର୍ଦ୍ଧା ରାଉତପଡା ଗ୍ରାମର ଆରାଧ୍ୟ ଦେବୀ ମା'ଙ୍କ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ମା'ଙ୍କ ଅଳଙ୍କାର,ଘଣ୍ଟି , ଘଣ୍ଟା ସହ ବିଭିନ୍ନ ଆସବାବପତ୍ର ଚୋରି କରିନେଲେ ଦୁର୍ବୃତ୍ତ ।

5. CS Reviews Power Situation: ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ

ରାଜ୍ୟରେ ବିଦ୍ୟୁତ ସଙ୍କଟ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ଘରକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ରାଜ୍ୟରେ ଜାରି ରହିଥିବା ତାତିକୁ ଦୃଷ୍ଟିରେ ରଖି ବିଦ୍ୟୁତ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

6. କଚ୍ଛରେ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୯ ପାକିସ୍ତାନୀ ଗିରଫ

ଗୁଜୁରାଟ କଚ୍ଛ ନିକଟ ସମୁଦ୍ର ନିକଟବର୍ତ୍ତୀ ସୀମାରୁ ପ୍ରାୟ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି ।

7. ଜମ୍ମୁରେ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆପତ୍ତି ଉଠାଇଲା ପାକ୍‌

ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ଅବସରରେ ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ । ଧାରା 370 ଉଚ୍ଛେଦ ପରେ ଏହା ମୋଦିଙ୍କ ପ୍ରଥମ ଜମ୍ମୁ ଗସ୍ତ ।

6. ମଧ୍ୟପ୍ରଦେଶରେ ପହଞ୍ଚିଲା ହନୁମାନ ଚାଳିଶା ବନାମ ଅଜାନ ବିବାଦ

ଅଜାନ ବନାମ ହନୁମାନ ଚାଳିଶା ବିବାଦ ଲାଗି ରହିଛି । ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ବିବାଦ ଏବେ ଚାରିଆଡେ ଦେଖାଦେଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ମନ୍ଦିରରେ ଲାଉଡସ୍ପିକର ଲଗାଇ ହନୁମାନ ଚାଳିଶା ପାଠ ହେଉଛି ।

7. Good Video: ପୁଣେ କମିଶନରଙ୍କ ନିଆରା ବାର୍ତ୍ତା, ଦରଘାରେ କଲେ ଆଳତୀ

ଭାଇଚାରାର ସମ୍ପର୍କ ନେଇ ସମାଜରେ ରହିବା ପାଇଁ ନିଆରା ଢଙ୍ଗରେ ବାର୍ତ୍ତା ଦେଇଛନ୍ତି ପୁଣେ ପୋଲିସ କମିଶନର ବିକ୍ରମ କୁମାର । \

8. ଔରଙ୍ଗଜେବ ଦେଶର ଖଳନାୟକ: ହରିୟାଣା ମୁଖ୍ୟମନ୍ତ୍ରୀ

ମୋଗଲ ସମ୍ରାଟ ଔରଙ୍ଗଜେବଙ୍କୁ 'ଖଳନାୟକ'ର ଆଖ୍ୟା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ତାଙ୍କ ବଦଳରେ ଦେଶର 'ନାୟକ'ମାନଙ୍କୁ ମନେ ରଖିବା ଉଚିତ ବୋଲି କହିଲେ ।

9. ହିଜାବ ପରେ କର୍ଣ୍ଣାଟକ ସ୍କୁଲରେ ବାଇବେଲକୁ ନେଇ ବିବାଦ

ପୁଣି ଥରେ ବିବାଦ ଘେରରେ କର୍ଣ୍ଣାଟକ । କର୍ଣ୍ଣାଟକରେ ହିଜାବ ବିବାଦ ପରେ ସ୍କୁଲରେ ବାଇବେଲକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି ।

10. Birthday Special: କେବଳ ଗୀତ ନୁହେଁ, ଅରିଜିତଙ୍କ ଲୁକ୍ସ ବି ଯୁବପିଢିଙ୍କୁ କରିଦିଏ ପାଗଳ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟକ ଅରିଜିତ ସିଂହ। ସେ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.