1.ଆସୁଛି ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
୨୪ ଘଣ୍ଟାରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା । ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ।
2.କୋଭିଡ଼ ମୃତକଙ୍କ ପରିବାରକୁ ସହାୟତା, ପୁନଃ ଅଡିଟ ପାଇଁ ଗଠନ ହେବ ଜିଲ୍ଲାସ୍ତରୀୟ କମିଟି
କୋଭିଡ଼ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।
3.ଅକ୍ଟୋବର ପହିଲାରୁ ନୂଆ ନିୟମ; ପେନସନ, ଚେକ ବୁକ, ଡେବିଟ କାର୍ଡ, LPGରେ ପରିବର୍ତ୍ତନ
ଅକ୍ଟୋବରରୁ ଦେଶର ବିଭିନ୍ନ କ୍ଷେତ୍ରରେ ବଦଳିବ ନିୟମ । LPG ଦରରୁ ଆରମ୍ଭ କରି ପେନସନ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ ।
4.ବଳଙ୍ଗା ଥାନାରେ ବିସ୍ଫୋରଣ ପ୍ରସଙ୍ଗ, ବିଜେଡିକୁ ଟାର୍ଗେଟ କଲା ବିଜେପି
ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା । ମୁହଁ ଖୋଲିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ର । କହିଲେ ଥାନାରେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ? ଯଦି ଥିଲା ତାକୁ ନିଷ୍କ୍ରିୟ କାହିଁକି କରାଯାଇନଥିଲା ?
5.ଉରିରେ ଏନକାଉଣ୍ଟର: ଜଣେ ଆତଙ୍କୀ ସଫା, ଜଣେ ଗିରଫ
ଜମ୍ମୁକାଶ୍ମୀର ଉରିରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ଜଣଙ୍କୁ ଗିରଫ କରିଛନ୍ତି ଭାରତୀୟ ସେନା ।
6.ସରପଞ୍ଚଙ୍କୁ ପଦଚ୍ୟୁତ କରିପାରିବେ ଜିଲ୍ଲାପାଳ: ହାଇକୋର୍ଟ
ଏଥର ସରପଞ୍ଚଙ୍କୁ ତାଙ୍କ ପଦରୁ ବହିଷ୍କାର କରିପାରିବେ ଜିଲ୍ଲାପାଳ। ଏନେଇ ଜିଲ୍ଲାପାଳଙ୍କର ଆଇନଗତ କ୍ଷମତା ଅଛି ବୋଲି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ହାଇକୋର୍ଟ।
7.ବୀର ସୁପୁତ୍ର ଭଗତ ସିଂହଙ୍କ 114ତମ ଜୟନ୍ତୀ, ଇଂରେଜଙ୍କୁ କରିଥିଲେ ନାକେଦମ୍
ବୀର ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କ ଆଜି 114ତମ ଜନ୍ମ ଜୟନ୍ତୀ । ଦେଶ ପାଇଁ ଅନେକ ମହାନ କାମ କରି ଆଜି ବି ସେ ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି ।
8.India Corona: 20 ହଜାର ତଳକୁ ଖସିଲା ସଂକ୍ରମଣ
20 ହଜାର ତଳକୁ ଖସିଲା ଭାରତର ଦୈନିକ କୋରୋନା ସଂକ୍ରମଣ ହାର । ଗତ 24 ଘଣ୍ଟାରେ 179 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।
9.IPL 2021: ଆଜି ଦିଲ୍ଲୀ-କୋଲକାତା, ମୁମ୍ବାଇ-ପଞ୍ଜାବ ମୁକାବିଲା
ଆଜି(ମଙ୍ଗଳବାର) ଆଇପିଏଲ୍-୨୦୨୧ ଦ୍ବିତୀୟ ସଂସ୍କରଣରେ ହେବ ଆଉ ଏକ ରୋମାଞ୍ଚକର ମୁକାବିଲା । ଦିଲ୍ଲୀ-କୋଲକାତା ଏବଂ ମୁମ୍ବାଇ-ପଞ୍ଜାବ ମଧ୍ୟରେ ଖେଳାଯିବ ମ୍ୟାଚ ।
10.ପୁଣି ଏକାଠି ହେବେ ଶାହାରୁଖ-ଦୀପିକା, ସ୍ପେନରେ ସୁଟ କରିବେ ରୋମାଣ୍ଟିକ ସିନ
ଆଗାମୀ ଫିଲ୍ମ 'ପଠାନ୍'ର ରୋମାଣ୍ଟିକ ସଙ୍ଗ୍ ସୁଟିଂ କରିବା ପାଇଁ ସ୍ପେନ ଯିବେ ଓମ ଶାନ୍ତି ଓମ ଷ୍ଟାର ଶାହାରୁଖ ଓ ଦୀପିକା ।