ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - big news of the day

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jan 17, 2021, 3:00 PM IST

1-ସୋମବାର ପୁଣି ଟୀକାକରଣ; ପ୍ରଥମ ଦିନରେ 3 ଜଣଙ୍କ ଠାରେ ଦେଖାଦେଲା ପାର୍ଶ୍ବ ପ୍ରତିକ୍ରିୟା

ଶନିବାର ଦେଶବ୍ୟାପୀ କୋରୋନା ବିରୋଧରେ ମହାଲଢେଇ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ଟୀକାକରଣ ଅଭିଯାନରେ ଟିକା ନେଇ ରାଜ୍ୟର 3 ଜଣଙ୍କ ଠାରେ ଦେଖାଦେଇଛି ପାର୍ଶ୍ବ ପ୍ରତିକ୍ରିୟା ।

2-ଭୁବନେଶ୍ବରରେ ଶୁଭ୍ରା କୁଣ୍ଡୁ, ଟ୍ରାନଜିଟ ରିମାଣ୍ଡରେ ଆଣିଲା ସିବିଆଇ

ରୋଜଭ୍ୟାଲି ଚିଟଫଣ୍ଡ ମାମଲା । ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁକୁ ଆଜି ହେବ କୋର୍ଟ ଚାଲାଣ। ଏନେଇ କୋଲକତାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ବରରେ ପହଞ୍ଚିଲା ସିଵିଆଇ।

3-ଅପରାଧିକ କାର୍ଯ୍ୟ ଅଭିଯୋଗରେ ପୁରୀ ଏଏସଆଇ ଗିରଫ, ଏସଆଇ ସସପେଣ୍ଡ

ଅପରାଧିକ କାର୍ଯ୍ୟ ଅଭିଯୋଗରେ ପୁରୀ ଏସପି କନୱର ବିଶାଲ ସିଂଙ୍କ କାର୍ଯ୍ୟାନୁଷ୍ଠାନ । ପୁରୀ ଏଏସଆଇ କୁ ସସପେଣ୍ଡ ପରେ ଗିରଫ କରାଯାଇଥିବାବେଳେ ଏସଆଇକୁ ସସପେଣ୍ଡ କରାଯାଇଛି ।

4-ନନ୍ଦନକାନନରେ ମାର୍‌ମୋସେଟ୍ ମାଙ୍କଡ଼ର ଦୁଇ ଶାବକ ଜନ୍ମ

ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ବଢିଲା ବିରଳ ପ୍ରଜାତି ମାର୍‌ମୋସେଟ୍ ମାଙ୍କଡ଼ ସଂଖ୍ୟା । ଦୁଇ ନୂଆ ଶାବକ ଜନ୍ମ ପରେ ନନ୍ଦନକାନନରେ ମାର୍‌ମୋସେଟ୍ ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି ।

5-ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର, ଜଣେ ଅଟକ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ଅଧିନସ୍ଥ କାଠରଗଡା ଜଙ୍ଗଲରୁ ବେଆଇନ ଭାବେ ଚାଲାଣ ହେଉଥିବା ବିରଳ ପ୍ରଜାତିର ବଜ୍ରକାପ୍ତାକୁ ଉଦ୍ଧାର କରିିଛି ବନବିଭାଗ ।

6-ଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇଛନ୍ତି ସରକାର: କଂଗ୍ରେସ

ଜଳସେଚନ ନେଇ ରାଜ୍ୟ ସରକାର ଯାହା କହିଛନ୍ତି, ତାହା ମିଛ ଓ ବାହାସ୍ଫୋଟ ବୋଲି ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ।

7-ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଜନ୍ମ ଜୟନ୍ତୀ ଅବସରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

8-ରଜୌରୀରେ ଗରିବ ପରିବାରକୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇଲା ବିଏସଏଫ

ଜମ୍ମୁ-କାଶ୍ମୀର ରଜୌରି ଜିଲ୍ଲା ଧାଙ୍ଗିରି ବ୍ଳକରେ ସରକାରୀ ସୁବିଧାରୁ ବଞ୍ଚିତ ପରିବାରଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି ବିଏସଏଫ ଯବାନ ।

9-ହୃଦଘାତରେ ପୁଡୁଚେରୀ ବିଜେପି ବିଧାୟକଙ୍କ ପରଲୋକ

ପୁଡୁଚେରୀ ବିଜେପି ବିଧାୟକ କେଜି ଶଙ୍କରଙ୍କ ହୃଦଘାତରେ ରବିବାର ପରଲୋକ ଘଟିଛି ।

10-ବ୍ରିସବେନ ଟେଷ୍ଟ: 336ରେ ଭାରତ ଅଲଆଉଟ୍‌, 33 ରନ୍‌ରେ ଅଷ୍ଟ୍ରେଲିଆ ଆଗୁଆ

ଭାରତ- ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟର ପ୍ରଥମ ପାଳିରେ ଭାରତ 336 ରେ ଅଲଆଉଟ୍‌ ହୋଇଛି । ବିପକ୍ଷ ଦଳ ପ୍ରଥମେ ଟସ୍‌ ଜିତି 369ରନ୍‌ କରିଥିଲା । ତେବେ 3ୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟେଲିଆ 21ରନ୍ ସଂଗ୍ରହ କରି ‌ 54ରନ୍‌ରେ ଆଗୁଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.