ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 24, 2021, 1:03 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ବୈଠକରେ ହେବେ ସାମିଲ

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମାଓ ପ୍ରଭାବିତ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

2. ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ।

3. ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର, ଦେଶର ୧୦୦ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ମିଳିବ ସୁଯୋଗ

କେନ୍ଦ୍ର ପର୍ଯ୍ୟଟନ ତାଲିକାରେ ଓଡ଼ିଶାର ତୃତୀୟ ସ୍ଥାନ। ଜାତୀୟ ଶିକ୍ଷା ନୀତି-2020 ଅନ୍ତର୍ଗତ 'ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ' ଅଧିନରେ ଦେଶର ୧୦୦ ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ ।

4. STATE CORONA DEATH; ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୧୬୩କୁ ବୃଦ୍ଧି ହୋଇଛି ।

5. ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, ୨୪ ଘଣ୍ଟାରେ ଗଲା ୧୦ ଜୀବନ

ମହାମାରୀ ସମୟରେ ଦାଉ ସାଧୁଛି ବର୍ଷା । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଗତ ୨୪ ଘଣ୍ଚା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି ।

6. ପରସ୍ପରକୁ ଗୁଳି ମାଡ କଲେ ଯବାନ, ୨ ମୃତ ଜଣେ ଗୁରୁତର

ତ୍ରିପୁରା ଗୋମାତି ଜିଲ୍ଲାର ସିଲାଚେରୀରେରେ ଗୁଳିକାଣ୍ତ । 2 ଯବାନ ମୃତ, ଜଣେ ଆହତ ।

7. STF ହାତରେ ଚୋରା ବନ୍ଧୁକ ବେପାରୀ, ଢେଙ୍କାନାଳରୁ ୧୦ ବନ୍ଧୁକ ଜବତ କଲା ଟିମ୍

ବନ୍ଧୁକ ଡିଲ ବେଳେ ଧରାପଡିଲେ ମାଫିଆ । ଦୁଇ ଗିରଫ ସହ ୯ଟି ଦେଶୀ ବନ୍ଧୁକ ଜବତ କଲା STF ।

8. ରେକର୍ଡ ଭାଙ୍ଗିଲା ସେୟାର ବଜାର; ୬୦ ହଜାର ପାର୍ ସେନସେକ୍ସ, ନିଫ୍ଟର ଲମ୍ବା ଲମ୍ଫ

ଭାରତୀୟ ସେୟାର ବଜାର ଇତିହାସରେ ପ୍ରଥମ ଥର ୬୦ ହଜାର ଛୁଇଁଲା BSE ସୂଚକାଙ୍କ ସେନସେକ୍ସ । ସେପଟେ ୧୮ ହଜାର ପଏଣ୍ଟର ନିକଟତର ରହିଛି ନିଫ୍ଟ ।

9. ବିଶ୍ୱ ଟାଇକୋଣ୍ଡ ପ୍ରତିଯୋଗିତାରେ ନଜର ଆସିବେ ଓଡିଶାର 2 ଖେଳାଳି

ବିଶ୍ୱ ଟାଇକୋଣ୍ଡରେ ପ୍ରତିନିଧିତ୍ୱ କରିବେ ସୁବର୍ଣ୍ଣପୁର ଜିଲ୍ଲାର 2 ଖେଳାଳି । ଆଲବେନିଆରେ ଆୟୋଜିତ ପ୍ରତିଯୋଗିତାରେ ଯୋଗଦେବେ ।

10. ଆଜି ମୋଦି-ବାଇଡେନ ଆମନା ସାମନା, କ୍ବାଡରେ କଥା ହେବେ 4 ଦେଶ

ଆମେରିକାରେ ଅନୁଷ୍ଠିତ କ୍ବାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଆମେରିକା ସହ ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟ କ୍ବାଡରେ ଭାଗ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.