ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 9, 2021, 1:06 PM IST

୧. Odisha Assembly; ଧୋଇଗଲା ଗୃହକାର୍ଯ୍ୟ, ୪ଟା ଯାଏଁ ଗୃହ ମୁଲତବୀ

ଶେଷ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ। ଏପରି ସ୍ଥଳେ ଆଜି (ଗୁରୁବାର) ରାଜ୍ୟବାସୀ ଆଶା କରିଥିଲେ ଶେଷ ଦିନରେ ସୁରଖୁରରେ ଚାଲିବ ଗୃହ । ସରକାର ବିରୋଧୀ ସମ୍ବେଦନଶୀଳ ହୋଇ କରିବେ କାମ । କିନ୍ତୁ ଆଜି ମଧ୍ୟ ଧୋଇଗଲା ପ୍ରଶ୍ନକାଳ ।

୨. ରାଜସ୍ଥାନ NHରେ ଅବତରଣ କଲା IAF ବିମାନ, ଉଦଘାଟନ କଲେ ରାଜନାଥ-ଗଡକରୀ

ଜାତୀୟ ରାଜପଥରେ ବାୟୁସେନା ଏୟାରଷ୍ଟ୍ରିପକୁ ଜରୁରୀକାଳୀନ ଅବତରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ରାଜସ୍ଥାନର ବାରମେରଠାରେ ୨ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ନିତିନ ଗଡ଼କରୀ ଲ୍ୟାଣ୍ଡିଂ ଷ୍ଟ୍ରିପ ଉଦଘାଟନ କରିଛନ୍ତି ।

୩. ସରକାର ଗଠନ ପରେ ସୀମା ଲଙ୍ଘୁଛି ତାଲିବାନ, ସାମ୍ବାଦିକଙ୍କୁ ଦେଲା ଅକଥନୀୟ ନିର୍ଯାତନା

ତାଲିବାନ ବିରୁଦ୍ଧରେ ଆନ୍ଦୋଳକୁ ଓହ୍ଲାଇଥିବା ଆଫଗାନ ମହିଳାଙ୍କ ଆନ୍ଦୋଳନ ସମୟର ଚିତ୍ର କଏଦ କରୁଥିବା ସାମ୍ବାଦିକଙ୍କୁ ପିଟିପିଟି ରକ୍ତାକ୍ତ କଲା ତାଲିବାନ ।

୪. ବ୍ରହ୍ମପୁତ୍ରରେ 2 ବୋଟ ମୁହାଁମୁହିଁ ଧକ୍କା ଘଟଣା; ଏବେସୁଦ୍ଧା 70 ଉଦ୍ଧାର, ନିଖୋଜ ସଂଖ୍ୟା ଅସ୍ପଷ୍ଟ

ବ୍ରହ୍ମପୁତ୍ର ନଦୀରେ ବଡ ଧରଣର ବୋଟ ଦୁର୍ଘଟଣା । ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହାସହ ୩ ଜଣ ଆହତ ହୋଇଛନ୍ତି ।

୫. BRICS summit 2021; ଭର୍ଚୁଆଲ ମୋଡରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଯୋଗେ ବ୍ରିକ୍ସ (ବ୍ରାଜିଲ, ଋଷ, ଚୀନ, ଭାରତ, ଦକ୍ଷିଣ ଆଫ୍ରିକା) ରାଷ୍ଟ୍ର ସମୂହର ଶିଖର ସମ୍ମିଳନରେ ଅଧ୍ୟକ୍ଷତା କରିବେ ।

୬. ବିଧାନସଭା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା: ସ୍ତ୍ରୀଙ୍କୁ ଡକାଇ ରାତାରାତି ସାରିଦେଲେ ବ୍ୟବଚ୍ଛେଦ ଓ ସତ୍କାର

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଦାବି କରି ବିଧାନସଭା ଆଗରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ରାତାରାତି ବ୍ୟବଚ୍ଛେଦ କରି ସତ୍କାର ନିଷ୍ପତ୍ତିକୁ ନିନ୍ଦା କଲେ ମୃତକଙ୍କ ଗ୍ରାମବାସୀ । ସତ୍କାର ସମୟରେ ସ୍ତ୍ରୀ ଓ ଝିଅ ଥିବାବେଳେ ଆର୍ଥିକ ସହାୟତା ଓ ଚାକିରି ଯୋଗାଇଦେବାକୁ ମିଳିଛି ପ୍ରତିଶୃତି ।

୭. STATE CORONA; ଦିନକରେ 771 ପଜିଟିଭ ଚିହ୍ନଟ, 117 ଶିଶୁ ଆକ୍ରାନ୍ତ

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ। ହେଲେ ଚିନ୍ତା ବଢାଉଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 771 କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥଇମଧ୍ୟରେ କେବଳ 117 ଶିଶୁ ଆକ୍ରାନ୍ତ ।

୮. ACF ସୌମ୍ୟଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ

ପାରଳାଖେମୁଣ୍ଡି ACF ତଥା ଖଇରା ମାଟିର ପୁଅ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ନ୍ୟାୟ ପ୍ରଦାନ ଦାବି ପାଇଁ ଖଇରାବାସୀ ଅଣ୍ଟା ଭିଡିଛନ୍ତି । ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ଦୋଷୀକୁ ଦଣ୍ଡ ଦାବିରେ ୬ଘଣ୍ଟିଆ ଖଇରା ବନ୍ଦ ପାଳନ କରାଯାଇଛି ।

୯. ଆଜି ପବିତ୍ର ଗୌରୀ ପୂଜା, ବ୍ରତ କଲେ ମିଳେ ସୁନ୍ଦର ବର ଓ ସୁଖୀ ଜୀବନ

ଆଜି ହେଉଛି ପବିତ୍ର ଗୌରୀ ପୂଜା । ଗଣେଶ ଚତୁର୍ଥୀ ପୂର୍ବଦିନ ଏହି ପର୍ବ ପାଳନ କରାଯାଏ । ବିବାହିତ ମହିଳାମାନେ ସେମାନଙ୍କର ସୁଖୀ ଦାମ୍ପତ୍ୟ ଜୀବନ କାମନା କରି ଏହି ଉପବାସ ପାଳନ କରୁଥିବା ବେଳେ ଅବିବାହିତା ଝିଅମାନେ ସୁନ୍ଦର ବର ପାଇଁ ଏହି ବ୍ରତ ପାଳନ କରିଥାନ୍ତି ।

୧୦. ଅସ୍ତ୍ରଶସ୍ତ୍ର ଧରି କ୍ରସର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅଧିନରେ ଖରଭୂଇଁ ଅଞ୍ଚଳରେ ଥିବା ପାଞ୍ଚଟି ଷ୍ଟୋନ କ୍ରସର ସ୍ଥାପନ ଯୋଗୁଁ ପରିବେଶ ପ୍ରଦୂଷଣ ହେବା ସହ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି । ଏହାକୁ ବିରୋଧ କରି କନ୍ଧ ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.