ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 29, 2022, 11:01 AM IST

1. ଆଜି ପ୍ରଥମ IIBXର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ଗୁଜୁରାଟ ଅନ୍ତର୍ଜାତୀୟ ଫାଇନାନ୍ସ ଟେକ-ସିଟି (GIFT City)ରେ ଦେଶର ପ୍ରଥମ ଅନ୍ତରାଷ୍ଟ୍ରୀୟ ବୁଲିୟନ ଏକ୍ସଚେଞ୍ଜର (International Bullion Exchange) ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

2. Odisha Corona: ଦିନକରେ 1020 ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 1020 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

3. India Corona: ଦିନକରେ 20,409 ନୂଆ ସଂକ୍ରମିତ

ଦେଶରେ ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 20,409 ନୂଆ ସଂକ୍ରମିତ ଚିହ୍ନଟ ।

4. ରନୱେରେ ଅଟକିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୋରହାଟ ବିମାନ ବନ୍ଦରରୁ କୋଲକାତା ଉଡାଣ ଆରମ୍ଭ ସମୟରେ ରନଓ୍ବେରେ ଅଟକିଲା ଇଣ୍ଡିଗୋ ବିମାନ ।

5. RTEରେ ନାମଲେଖା ପ୍ରସଙ୍ଗ, ଖିଲାପକାରୀ ସ୍କୁଲ ବିରୁଦ୍ଧରେ ରିପୋର୍ଟ ତଲବ

ଆରଟିଇରେ (Right to Free and Compulsory Education)ନାମଲେଖା ଖିଲାପକାରୀ ସ୍କୁଲ ବିରୁଦ୍ଧରେ ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିବାକୁ ନିର୍ଦ୍ଦେଶ ହୋଇଛି । ଆରଟିଇରେ ନାମଲେଖାକୁ ମନା କରୁଥିବା ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।

6. ଳସେଚନ ପ୍ରକଳ୍ପ କାମ ବେଳେ ଅଘଟଣ, ବିଦ୍ୟୁତ୍‌ ତାର ଛିଣ୍ଡି ୫ ଶ୍ରମିକ ମୃତ

ନାଗରକର୍ନୁଲ ଜିଲ୍ଲାରେ ଜଳସେଚନ ପ୍ରକଳ୍ପ କାମ ବେଳେ ଅଘଟଣ । ବିଦ୍ୟୁତ ତାର ଛିଣ୍ଡି ୫ ଶ୍ରମିକ ମୃତ ।

7. Rashtrapatni Row: ଅଧୀର ରଂଜନ ଚୌଧୁରୀଙ୍କ ବିରୁଦ୍ଧରେ FIR ରୁଜୁ

କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ଘଟଣା । ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀଙ୍କ ଲିଖିତ ଅଭିଯୋଗ ପରେ ଏଫଆଇଆର ରୁଜୁ ।

8. ପୁଣି ସ୍ପାଇସଜେଟରେ ତ୍ରୁଟି: ସ୍ଥଗିତ ରହିଲା ମୁମ୍ବାଇ-କାଣ୍ଡଲା ଉଡାଣ

୪୦ ଦିନରେ ସ୍ପାଇସଜେଟ ବିମାନରେ ନବମ ତ୍ରୁଟି । ସ୍ଥଗିତ ରହିଲା ମୁମ୍ବାଇ-କାଣ୍ଡଲା ବିମାନ ଉଡାଣ ।

9. ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା, ଏତିକି କୋଟିରେ ହେଲା ଡିଲ୍‌

ଛାଡ଼ପତ୍ର ପରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା ପ୍ରଭୁ । କୁହାଯାଉଛି ଯେ ଅଭିନେତ୍ରୀ ଏହି ଘରକୁ 200 କୋଟିରେ କିଣିଛନ୍ତି ।

10. Ind vs WI t20: ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆଜିଠୁ (ଶୁକ୍ରବାର) ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ତ୍ରିନିଦାଦ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.