ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Dec 29, 2021, 11:05 AM IST

1-Odisha Omicron Tension: ରାଜ୍ୟରେ ପୁଣି ଜଣେ ଓମିକ୍ରନ ଆକ୍ରାନ୍ତ

ଓଡିଶାରେ କାୟା ମେଲାଉଛି ଓମିକ୍ରନ । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ।

2-Odisha Corona Report: ଦିନକରେ ଚିହ୍ନଟ ହେଲେ ୨୨୧ ଆକ୍ରାନ୍ତ, ୨ ମୃତ

ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କୋରୋନା ସଂକ୍ରମଣ (Corona cases) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୧ କୋରୋନା ପଜିଟିଭ ( New corona cases) ଚିହ୍ନଟ ହୋଇଛନ୍ତି ।

3-Omicron Update: ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ, ଆହୁରି ୭୩ ଓମିକ୍ରନ ମାମଲା ଚିହ୍ନଟ

ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ଆଉ ୭୩ ନୂଆ ମାମଲା ସାମ୍ନାକୁ ଆସିଛି (73 New Cases of Omicron Found in delhi) ।

4-ଆଜି 14 ସାଇବର ଥାନା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି(ବୁଧବାର) ରାଜ୍ୟରେ 14ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

5-ଆଜି ଗାନ୍ଧୀନଗରକୁ ୪୯.୩୬ କୋଟିର ଭେଟି ଦେବେ ଗୃହମନ୍ତ୍ରୀ

ଆଜି(ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ନିର୍ବାଚନୀମଣ୍ଡଳୀ ଗାନ୍ଧୀନଗରକୁ ୪୯.୩୬ କୋଟିର ପ୍ରକଳ୍ପ ଭେଟି ଦେବେ (Amit Shah to virtually lay foundation stone of developmental projects)। ଭିସି ଯୋଗେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ଗୃହମନ୍ତ୍ରୀ ।

6-Children Vaccination: ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ

ଜାନୁଆରୀ ୩ ରୁ ଆରମ୍ଭ ହେବାକୁ ଯାଉଛି 15-18 ବର୍ଷ ବୟସ୍କଙ୍କ ଟୀକାକରଣ । ପିଲାଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ।

7-ଆଉ ଆସିବନି ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ, ପରିବହନ ବିଭାଗରେ ବଡ ଛଟେଇ

ପରିବହନ କାର୍ଯ୍ୟାଳୟ (Regional Transport Office)ରେ ୧୫ ବର୍ଷ ଖଟିବା ପରେ ଚାକିରୀ ହରାଇବାକୁ ଯାଉଛନ୍ତି ୩୫୦ କର୍ମଚାରୀ। କାରଣ ସରକାର ବନ୍ଦ କରିବାକୁ ଯାଉଛନ୍ତି ସ୍ମାର୍ଟକାର୍ଡ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ କାର୍ଡ। ଯାହାକୁ ନେଇ ଏବେ ପରିବହନ ବିଭାଗରେ ଅଧାରୁ ଅଧିକ କର୍ମଚାରୀଙ୍କ ମଧ୍ୟରେ ପଡିଛି ଭାଳେଣି।

8-OBC Politics: ଗର୍ଜୁଛନ୍ତି ବିରୋଧୀ, ପଛୁଆ ବର୍ଗଙ୍କ ପାଇଁ ଲଢେଇ କରିବ କହୁଛି ବିଜେଡି

ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ଜୋର୍ ଧରିଛି ରାଜନୀତି । ରାଜ୍ୟ ସରକାର ଓବିସିଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କଲା ବିରୋଧୀ ।

9-ଶ୍ରେଣୀଗୃହରେ ଶିକ୍ଷକଙ୍କୁ ମୋବାଇଲା ମନା

ଏଣିକି ଶ୍ରେଣୀଗୃହରେ ମୋବାଇଲ ବ୍ୟବହାର କରିପାରିବେନି ଶିକ୍ଷକ । କଟକଣା ଲଗାଇଲେ ଜିଲ୍ଲା ଶିକ୍ଷା ଅଧିକାରୀ ।

10-All India lawyers cricket tournament; ବାଜି ମାରିଲା ଦିଲ୍ଲୀ ବାର ଆସୋସିଏସନ

ଶେଷ ହୋଇଛି ୨୪ ତମ ସର୍ବ ଭାରତୀୟ ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ (All India lawyers cricket tournament) । କଟକର ଡ୍ରିମ୍ସ କ୍ରିକେଟ ଗ୍ରଉଣ୍ଡରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ ଓ ମାଡ୍ରାସ ହାଇକୋର୍ଟ ବାର ଆସୋସିଏସନ ମଧ୍ୟରେ ଫାଇନାଲ ଫାଇଟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.