ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 17, 2021, 11:12 AM IST

1. ରାଜ୍ୟରେ ସାତ ହଜାର ଡେଇଁଲା ମୃତ୍ୟୁସଂଖ୍ୟା

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୮ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭ ହଜାର ପାର ହୋଇଛି ।

2. କାବୁଲ କଲା କବୁଲ, ଟଙ୍କା ଭର୍ତ୍ତି କାର-ହେଲିକପ୍ଟର ନେଇ ପଳେଇଲେ ଅସରଫ

ଆଫଗାନିସ୍ତାନ ରାଜଧାନୀ କାବୁଲକୁ କାବୁ କରି ନେଇଛି ତାଲିବାନ ଆତଙ୍କୀ ସଂଘଠନ । ଦେଶ ଛାଡି ପଳାଇଛନ୍ତି ରାଷ୍ଟ୍ରପତି ଅସରଫ ଘନି । ସାଙ୍ଗରେ ୪ଟି କାର, ଗୋଟିଏ ହେଲିକପ୍ଟର ଓ ନଗଦ ଟଙ୍କା ସହିତ ଦେଶ ଛାଡି ପଳାଇଥିବା କହିଛି ଋଷ ଦୂତବାସ ।

3. US ଉଦ୍ଦେଶ୍ୟ ପୂରଣ ହୋଇଛି, ଆଫଗାନ ରାଷ୍ଟ୍ରପତି ଲଢିବା ବଦଳରେ ପଳାଇଲେ: ବାଇଡେନ

ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ନେଇ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଭାରତୀୟ ସମୟ ରାତି ଗୋଟାଏରେ ହ୍ବାଇଟ ହାଉସରୁ ସମ୍ବୋଧିତ କରିଛନ୍ତି ବାଇଡେନ ।

4. ଆଫଗାନିସ୍ତାନରେ ୪.୫ ତିବ୍ରତାର ଭୂକମ୍ପ ଝଟକା

ଆଫଗାନିସ୍ତାନ ଫାୟାଜାବାଦରେ ଭୂକମ୍ପ ଝଟକା ଅନୁଭୁତ ।

5. INDIA CORONA: ଖସୁଛି ସଂକ୍ରମଣ, 24 ଘଣ୍ଟାରେ 25,166 ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25 ହଜାର 166 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା 154 ଦିନ ମଧ୍ୟରେ ସର୍ବନିମ୍ନ । ଏହାସହ 437 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା 4 ଲକ୍ଷ 32 ହଜାର 79 ରେ ପହଞ୍ଚିଛି।

6. ଆଜି ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଆଜି(ମଙ୍ଗଳବାର) ଓଡିଶା ଆସିବେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ହକି ଦଳ ।

7. ଆସୁଛନ୍ତି ହକି ଟିମ, ବାଲୁକା କଳାରେ ସ୍ବାଗତ କଲେ ସୁଦର୍ଶନ

ଆଜି(ମଙ୍ଗଳବାର) ଓଡିଶା ଆସୁଛନ୍ତି ଭାରତ ମହିଳା ଓ ପୁରୁଷ ହକି ଟିମ। ଭୁବନେଶ୍ବର ଏୟାରପୋର୍ଟରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଉଭୟ ଟିମକୁ ସ୍ବାଗତ କରିବା ସହ ଶୁଭେଚ୍ଛା ଦେଇଛନ୍ତି।

8. Tokyo Paralympics, ଆଜି ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ଆଜି(ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ପାରାଅଲମ୍ପିକ୍ସ ଆଥଲେଟଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଟୋକିଓ ପାରାଅଲମ୍ପିକ୍ସ ।

9. Pegasus; ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଗଠନ ହେବ କମିଟି

ପେଗାସସ ଜାସୁସୀ ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଦାଖଲ କରିଛନ୍ତି ସତ୍ୟପାଠ । ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଉଠିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

10. ଆଜି ଟି-୨୦ ବିଶ୍ବକପ ସୂଚୀ ଘୋଷଣା କରିବ ICC

ଆଇସିସି ପୁରୁଷ ଟି୨୦ ବିଶ୍ବକପ ୨୦୨୧ର ସୂଚୀ ମଙ୍ଗଳବାର(ଅଗଷ୍ଟ ୧୭)ରେ ଘୋଷଣା ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.