ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : May 7, 2021, 11:00 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM

1.ଦେଶରେ 24 ଘଣ୍ଟାରେ 4.14 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 3915 ମୃତ

ଦେଶରେ ଦିନକୁ ଦିନ ଘାତକ ହେବାରେ ଲାଗିଛି ମହାମାରୀ । 24 ଘଣ୍ଟା ମଧ୍ୟରେ ଦେଶରେ 4ଲକ୍ଷ 14 ହଜାର 188 ନୂଆ କୋରୋନା ପଜିଟିଭ ଚିହ୍ନଟ ଓ 3 ହଜାର 915 ଜଣଙ୍କର ମୃତ୍ୟୁ ।

2.କୋରୋନା ଔଷଧକୁ ନେଇ SOP ଜାରି କଲା ସ୍ବାସ୍ଥ୍ୟବିଭାଗ

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ତୋସିଲିଜୁମାବ ଓ ଅନ୍ୟ ଔଷଧର ବ୍ୟବହାରକୁ ନେଇ ସ୍ବାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରିଛି ।

3.ରାଜ୍ୟରୁ ଦିନକରେ କୋରୋନା ନେଲା 19 ଜୀବନ

ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ରାଜ୍ୟରେ ମହାମାରୀ ନେଇଛି 19 ଜଣଙ୍କ ମୁଣ୍ଡ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

4.ଅକ୍ସିଜେନ ଯୋଗାଣ: କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟ ଗଲା କେନ୍ଦ୍ର

ଅକ୍ସିଜେନ ଯୋଗାଣକୁ ନେଇ କେନ୍ଦ୍ର କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଜଣାପଡିଛି ।

5.କୋହଳ ହେବ ଭାରତରୁ ଫେରୁଥିବା ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ଯାତ୍ରା ନିଷେଧାଦେଶ

ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଶୁକ୍ରବାର କହିଛନ୍ତି, ଭାରତକୁ ଅଷ୍ଟ୍ରେଲିଆ ଫେରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ବୃଦ୍ଧି କରାଯିବ ନାହିଁ । ଖୁବ ଶୀଘ୍ର ପ୍ରତ୍ୟାବର୍ତ୍ତନ ବିମାନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

6.ବୈଠକରେ ପ୍ରଧାନମନ୍ତ୍ରୀ ଖାଲି ନିଜ ମନ କଥା କହିଲେ: ହେମନ୍ତ ସୋରେନ

କୋଭିଡ ସ୍ଥିତି ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଫଳପ୍ରଦ ହୋଇନଥିବା କହିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

7.ରାହୁଲ ଭୁଲିଗଲେ ନିଜ ବୟାନ, ଲକଡାଉନ ପାଇଁ ମୋଦିଙ୍କୁ କଲେ ଦାୟୀ

ଦେଶରେ ସମ୍ପୂର୍ଣ୍ଣ ଲକଡାଉନକୁ ମୁଁ ବିରୋଧ କରୁଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

8.ଭାରତ-ଚୀନ ସମ୍ପର୍କରେ ବିରାଟ ସମ୍ଭାବନା ରହିଛି: ଜୟଶଙ୍କର

ଚୀନ ସହିତ ଭାରତର ସମ୍ପର୍କ ଏକ ବିରାଟ ସମ୍ଭାବନା ଓ ଉଲ୍ଲେଖନୀୟ ଆହ୍ବାନ ରହିଛି ବୋଲି ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ।

9.ଭୋକିଲାଙ୍କ ଭୋକ ମେଣ୍ଟାଇଲେ ଜ୍ୟାକଲିନ, କହିଲେ ସାହାଯ୍ୟ କରି ମିଳୁଛି ଶାନ୍ତି

କୋରୋନାର ଦ୍ବିତୀୟ ଲହର ଦେଶବାସୀଙ୍କୁ ଭୟଭୀତ କରାଇ ଦେଇଛି । ଆଉ ଏମିତି ପରିସ୍ଥିତିରେ କିଛି ସଙ୍ଗଠନ ସହ ମିଶି ସେଲିବ୍ରିଟି ଦେଶବାସୀଙ୍କ ସେବା କରିବାକୁ ସାମ୍ନାକୁ ଆସିଛନ୍ତି ।

10.ଟୀକାକରଣ ପାଇଁ ସଚେତନତା ବାର୍ତ୍ତା ବାଣ୍ଟିଲେ ‘RRR’ ଟିମ

ଭାଇରାଲ ହେଲା ‘RRR’ ଟିମର ନୂଆ ଭିଡିଓ । ଦେଶବାସୀଙ୍କୁ କୋରୋନା ନିୟମ ପାଳନ କରିବା ସହ ଟୀକାକରଣ କରିବାକୁ କହିଲେ ସେଲିବ୍ରିଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.