1-ଓଡିଶାରେ 14ଦିନ ପାଇଁ ତାଲାବନ୍ଦ
ଆଜି (ରବିବାର) ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି । 14ଦିନ ପାଇଁ ପୁରା ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି ।
2-ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ଡିଜିପି, କୋଭିଡ ସ୍ଥିତିର କରିବେ ସମୀକ୍ଷା
ଆଜି(ରବିବାର) ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ।
3-ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସକୁ ବହୁମତ ! ଶତକ ମାରିଲା ବିଜେପି
ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର । ମତ ଦନ ହୋଇଥିବା 292 ସିଟରେ ବିଜେପି, ଟିଏମସି ଆଗ ପଛ ରେସ ଲଗାଇଛନ୍ତି ।
4-ପୁଡୁଚେରୀରେ ଫୁଟିବ ପଦ୍ମ !
5-କେରଳ ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତି: କଂଗ୍ରେସ-ସିପିଆଇ 5 ସିଟରେ ଆଗୁଆ
କେରଳରେ ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ, ସିପିଆଇ 5 ସିଟରେ ଆଗୁଆ ରହିଛି ।
6-ରାଜ୍ୟରୁ ପୁଣି 14 ଜଣଙ୍କ ମୁଣ୍ଡ ନେଲା କୋରୋନା
ରାଜ୍ୟରେ ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଆଜି 14 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ ।
7-ଡରାଉଛି କୋରୋନା, 24 ଘଣ୍ଟାରେ 3 ଲକ୍ଷ 92 ହଜାର 488 ପଜିଟିଭ ରିପୋର୍ଟ
ଗତ କିଛି ଦିନ ହେବ ଭାରତରେ ହାହାକାର ସୃଷ୍ଟି କରିଛି ମହାମାରୀ। ବର୍ଦ୍ଧିତ କୋରୋନା ସଂକ୍ରମଣରେ ଭୟାତୁର ଦେଶବାସୀ ।
8- ନନ୍ଦିଗ୍ରାମ ଉପରେ ନଜର, ହଟସିଟରେ ହେଭିୱେଟଙ୍କ କଡା ଟକ୍କର
ସର୍ବମୋଟ 822 ଆସନରେ ମତଗଣନା ଚାଲିଥିବାବେଳେ ଗୋଟିଏ ସିଟ୍ ଉପରେ ରହିଛି ସମସ୍ତଙ୍କ ନଜର ।
9-ଭାରତକୁ 28ଟନ ମେଡିକାଲ ଉପକରଣ ପଠାଇଲା ଫ୍ରାନ୍ସ
ଆଜି (ରବିବାର) ଭାରତକୁ 28ଟନ ମେଡିକାଲ ଉପକରଣ ପଠାଇଛି ଫ୍ରାନ୍ସ ।
10-ପାଗଳ ବେଶରେ ଶିକ୍ଷକଙ୍କ କୋଭିଡ ସଚେତନତା, ସାଧୁବାଦ ଦେଲେ ଗଣ ଶିକ୍ଷାମନ୍ତ୍ରୀ
ପାଗଳ ବେଶରେ ଅଭିନୟ କରି ଜଣେ ଶିକ୍ଷକ ବାଣ୍ଟୁଛନ୍ତି କୋଭିଡ ସଚେତନତା ବାର୍ତ୍ତା । ଟୁଇଟ୍ କରି ସାଧୁବାଦ ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ