ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 3, 2022, 1:05 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବାଜିଲା ବିଗୁଲ, ନଭେମ୍ବର 3ରେ ଧାମନଗର ଉପନିର୍ବାଚନ

ନଭେମ୍ବର 3ରେ ଧାମନଗର ଉପନିର୍ବାଚନ ହେବ । ଅକ୍ଟୋବର 7ରେ ପ୍ରକାଶ ପାଇବ ବିଜ୍ଞପ୍ତି ।

2. ବିମାନରେ ବୋମା ଆତଙ୍କ: ଦିଲ୍ଲୀରେ ମିଳିଲାନି ଅବତରଣ ଅନୁମତି, ଆଲର୍ଟରେ ବାୟୁସେନା

ଇରାନରୁ ଚୀନ ଅଭିମୁଖେ ଉଡାଣ ଭରିଥିବା ବିମାନରେ ବୋମା ଆତଙ୍କ । ଦିଲ୍ଲୀରେ ଅବତରଣ ପାଇଁ ଅନୁମତି ନମିଳିବା ପରେ ଚୀନ ଅଭିମୁଖେ ବିମାନ ।

୩. ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ

୪. ଉତ୍ତରପ୍ରଦେଶରେ ଜଳିଗଲା ଦୁର୍ଗାପୂଜା ମଣ୍ଡପ: 5 ମୃତ, 60ରୁ ଊର୍ଦ୍ଧ୍ବ ଆହତ

ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାରେ ସର୍ଟ ସର୍କିଟରୁ ଜଳିଗଲା ଦୁର୍ଗା ମଣ୍ଡପ । ୨ ଶିଶୁଙ୍କ ସମେତ 5 ଶ୍ରଦ୍ଧାଳୁ ମୃତ ।

୫. ପୁରୁଣା ଅଟ୍ଟାଳିକା ଭଙ୍ଗାବେଳେ ଅଘଟଣ: ଜଣେ ଶ୍ରମିକ ମୃତ, ଫସିଛନ୍ତି ଏକାଧିକ

ଗୁରୁଗ୍ରାମରେ ଭଙ୍ଗା ହେବାବେଳେ ଅଟ୍ଟାଳିକା ଭୁଶୁଡି ଜଣେ ମୃତ । ଜଣେ ଉଦ୍ଧାର ଏବେ ମଧ୍ୟ ଫସି ରହିଛନ୍ତି ୨ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଅପରେସନ ।

୬. ମଙ୍ଗଳଯାନ ଯାତ୍ରା ଶେଷ, ଦୀର୍ଘ 8 ବର୍ଷ ଧରି ଦେଉଥିଲା ମଙ୍ଗଳ ଗ୍ରହର ଟିକ୍‌ନିକ୍‌ ଖବର

ଶେଷ ହେଲା ଦେଶର ପ୍ରଥମ ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିଶନ(Mars Orbiter Mission, MOM) ଅଭିଯାନ । ଦୀର୍ଘ 8 ବର୍ଷ ଧରି ମଙ୍ଗଳ ଗ୍ରହର ଟିକନିକ୍‌ ଅପଡେଟ୍ ପଠାଉଥିଲା ।

୭. ଯୁବକଙ୍କୁ ଜୀଅନ୍ତା ଜାଳି ଦେଲେ, ନ୍ୟାୟ ମାଗୁଛି ପରିବାର

କେନ୍ଦୁଝର ଜିଲ୍ଲା ହୁଣ୍ଡୁଳା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ।

୮. ଆଜି ରାଜ୍ୟସଭା ଫ୍ଲୋର ଲିଡରଙ୍କୁ ନୈଶ୍ୟଭୋଜି ଦେବେ ଉପରାଷ୍ଟ୍ରପତି

ଆଜି ରାଜ୍ୟସଭା ଫ୍ଲୋର ଲିଡରଙ୍କୁ ନୈଶ୍ୟଭୋଜି ଦେବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର । କିଛି କେନ୍ଦ୍ରମନ୍ତ୍ରୀ ହେବେ ସାମିଲ ।

୯. ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା, ଆଲୋକମାଳାରେ ଝଲସୁଛି ଭବାନୀପାଟଣା ସହର

ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର । ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ତୋରଣ ଓ ଆଖି ଝଲସା ଆଲୋକମାଳାରେ ନବବଧୂ ପରି ସଜେଇ ହୋଇଛି ସହର ।

୧୦. ଆଜି ବାୟୁସେନାରେ ସାମିଲ ହେବ ଲଢୁଆ LCH

ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ଆଜି ବାୟୁସେନାରେ ସାମିଲ ହେବ ଲଢୁଆ ଏଲସିଏଚ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.