ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 25, 2022, 1:03 PM IST

1. ଦାବି ମାନିଲା BMC, ରାଜଧାନୀରୁ ଉଠିବ ଅଳିଆ

ଗତ ତିନି ଦିନ ହେଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ବିଏମସିରେ ପଡି ରହିଥିଲା ଅଳିଆ । ଯାହାକୁ ନେଇ ଭୁବନେଶ୍ବର ବାସୀ କ୍ଷୋଭ ପ୍ରକାଶ କରିଥିଲେ । ଏନେଇ ମେୟର କହିଛନ୍ତି ଏ ବାବଦରେ ସମସ୍ତଙ୍କ ସହିତ ଆଲୋଚନା କରାଯାଇଛି ।

2. ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈ ହାତୀ ମୃତ

କେନ୍ଦୁଝରରେ ବିଦ୍ୟୁତ ବିଜୁଳି ତାର ଲାଗି ଦୁଇ ମାଈ ହାତୀ ମୃତ । ବନ ବିଭାଗର ତଦନ୍ତ ଜାରି ।

3. Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

ଆଜିଠୁ ରାଜ୍ୟରେ କମିବ ବର୍ଷା । ହେଲେ ଆଜି କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

4. ଲଗାଣ ବର୍ଷାରେ ଉଜୁଡିଗଲା ବାଇଗଣ ଚାଷ, ହତାଶ ଚାଷୀ

ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଶହ ଶହ ଏକର ବାଇଗଣ ଫସଲ । ଚାଷୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯାହା କରିଥିଲେ ସବୁ ଧୋଇ ଦେଲା ବର୍ଷା । ଆଗକୁ ପୁଣି ଲଘୁଚାପ ଜନିତ ବର୍ଷା ଆଶଙ୍କା ଥିବାରୁ ଯାହା ଯେତିକି ଫସଲ ଅଛି ସେସବୁ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଭୟ ରହିଛି । ତେଣୁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

5. Bilkis Bano case, କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ୧୧ ଅଭିଯୁକ୍ତଙ୍କୁ ଖଲାସ ମମଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

6. କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣାରେ ୯ ମୃତ, ଶୋକ ପ୍ରକାଶ କଲେ ମୋଦି

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ । ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

7. ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିଲେ ବାବୁ, ମାଡିବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ କିରାଣୀ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କିରାଣୀ ଦିବ୍ୟଜ୍ୟୋତି ।

8. ଏଥର ଭକ୍ତଙ୍କ ଗହଣରେ ଜମିବ ଗଣେଶ ପୂଜା, ଗାଇଡଲାଇନ ମାନିବାକୁ BMCର ଅନୁରୋଧ

ଗଣେଶ ପୂଜାକୁ ନେଇ ସରକାରଙ୍କର କୌଣସି କଟକଣା ନାହିଁ । ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବା ସହ ବିଭିନ୍ନ ଗାଇଡଲାଇନ ମାନିବା ପାଇଁ ଅନୁରୋଧ କଲେ ବିଏମସି କମିଶନର ଓ ମେୟର । ମୂର୍ତ୍ତି ବିସର୍ଜନ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି ।

9. NASA ଜାରି କଲା ଜୁପିଟରର ରଙ୍ଗୀନ ଚିତ୍ର, ଗ୍ରହରେ ଅନୁଭୂତ ହେଉଛି ଝଡ

ଜୁପିଟର(Jupiter) ବା ବୃହସ୍ପତି ଗ୍ରହର ଚିତ୍ର ପ୍ରେରଣ କଲା ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ(NASA James Webb Space Telescope) ।

10. ପରଦାକୁ ଆସିଲା ବିଜୟ ଦେବରକୋଣ୍ଡାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ LIGER

LIGER in Cinema Now, ଆଜି (25 ଅଗଷ୍ଟ)ରେ ବିଜୟ ଦେବରକୋଣ୍ଡାଙ୍କ ହିନ୍ଦୀ ଡେବ୍ୟୁ ଚଳଚ୍ଚିତ୍ର ଲାଇଗର ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ତାଙ୍କ ସହ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.