ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 19, 2022, 1:05 PM IST

ନଜର ପକାନ୍ତୁ NEWS AT 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ଆଜିଠୁ +2 ନାମଲେଖା ପ୍ରକ୍ରିୟା ଆରମ୍ଭ

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ୨୦୨୮ଟି ଉଚ୍ଚ ମାଧ୍ୟମିକ ସ୍କୁଲ ମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।

2-ନୂଆପଡ଼ାରେ ମାଓ ତାଣ୍ଡବ, ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଉଠାଇ ନେଇ ହତ୍ୟା

ମାଓ ଅଧ୍ୟୁଷିତ ଜିଲ୍ଲାରେ ପୁଣି ତାଣ୍ଡବ ରଚିଲେ ମାଓବାଦୀ । ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିବା ଜଣାପଡ଼ିଛି ।

3-ଆର୍ମି କ୍ୟାଣ୍ଟିନର ଟିଭି କହି ଠକୁଥିଲେ ଠକ, କାବୁ କଲା କମିଶନରେଟ ପୋଲିସ

ଆର୍ମି କ୍ୟାଣ୍ଟିନ ଟିଭି କହି ଲୋକଙ୍କୁ ଠକୁଥିବା ନକଲି ଆର୍ମି ଅଫିସର ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର କମିଶନରେଟ ପୋଲିସ ।

4-ଅବପାତ ରୂପ ନେଲା ଲଘୁଚାପ, ଆଜି ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଅବପାତ । ଏହା ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ପରିଣତ ହେବା ସମ୍ଭାବନା । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।

5-ସାବଧାନ ଛଦ୍ମବେଶୀ ଅପରାଧି, ଲୁଚିଲେବି ଧରା ପକାଇବ Face Recognition System

ଛଦ୍ମବେଶରେ ସମ୍ବେଦନଶୀଳ ଅଞ୍ଚଳ ହେଉ ଅବା ପବ୍ଲିକ ପ୍ଲେସରେ ଅପରାଧ ଚଳାଉଥିବା ଅସାମାଜିକ ବ୍ୟକ୍ତି ହେବେ ସାବାଡ୍ । ମୁଖ ଚିହ୍ନିବା ପ୍ରଣାଳୀ(Face Recognition System) ଉଦ୍ଭାବନ କଲେ ଭାରତ ସରକାର ।

6-ଏସିଆର ଉଚ୍ଚତମ ହାତୀ କଙ୍କାଳ ତ୍ରିସୁର ମ୍ୟୁଜିୟମରେ ପ୍ରଦର୍ଶିତ

କେରଳର ତ୍ରିସୁର ସଂଗ୍ରହାଳୟରେ ରହିଛି ଏସିଆ ମହାଦେଶର ଉଚ୍ଚତମ ହାତୀ କଙ୍କାଳ, ଏହାର ଉଚ୍ଚତା ରହିଛି ୧୧.୪ ଫୁଟ ।

7-National Road Safety Mission, ବିଗ୍‌ ବିଙ୍କୁ ଭେଟି ସହାୟତା ଲୋଡିଲେ ଗଡକରୀ

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବଲିଉଡ ଅଭିନେତା ଅମିତାଭ ବଚ୍ଚନ Amitabh Bacchanଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇରେ ଭେଟିଛନ୍ତି । ଭାରତରେ ଜାତୀୟ ସଡକ ସୁରକ୍ଷା ମିଶନକୁ ସମର୍ଥନ କରିବା ପାଇଁ ଗଡକରୀ ବଚ୍ଚନଙ୍କ ସମର୍ଥନ ଲୋଡିଛନ୍ତି ।

8-CBI ସ୍କାନରରେ ସିସୋଦିଆ: BJP ନେତା କହିଲେ 2ଟି ୱିକେଟ ଖସିଛି, ତୃତୀୟ ଚୋର ଶୀଘ୍ର ଧରାପଡିବ

ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ପରେ ଆପ୍‌କୁ ଘେରିଲା ବିଜେପି । ଦୁଇଟି ୱିକେଟ୍ ଖସି ସାରିଛି । ଦିଲ୍ଲୀକୁ ଲୁଟୁଥିବା ଲୋକଙ୍କୁ ଜେଲ୍ ଯିବାକୁ ପଡିବ କହିଲେ ବିଜେପି ନେତା ।

9-ଲଡୁ ଗୋପାଳ ବେଶରେ ଭାରତୀଙ୍କ ପୁଅ ଗୋଲା, ଭିଡ଼ିଓ ଭାଇରାଲ

ଭାରତୀ ସିଂ ତାଙ୍କ ପୁଅ ଲକ୍ଷ୍ୟ ବା ଗୋଲାର ଏକ କ୍ୟୁଟ୍‌ ଭିଡିଓ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

10-ପ୍ରୋ ବକ୍ସିଂରେ ବିଜେନ୍ଦରଙ୍କ ଦମଦାର ବିଜୟ

ରାୟପୁର ଠାରେ ଅନୁଷ୍ଠିତ ପ୍ରଫେସନାଲ ବକ୍ସିଂ ଇଭେଣ୍ଟ ଦି ଜଙ୍ଗଲ ରୁମ୍ବେଲରେ ଘାନାର ଇଲିଆସୁ ସୁଲେକୁ ନକ ଆଉଟ କରି ବିଜେତା ବନିଛନ୍ତି ବିଜେନ୍ଦର ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.