ହାଇଦ୍ରାବାଦ: ହାର୍ଡକୋର ମାଓବାଦୀ ଆର.କେର ମୃ୍ତ୍ୟୁ । ବହୁଦିନ ଧରି ରୋଗରେ ଆକ୍ରାନ୍ତ ହୋଇ ଆର.କେର ମୃ୍ତ୍ୟୁ ଘଟିଛି । ଛତିଶଗଡ ଦକ୍ଷିଣ ବସ୍ତର ଜଙ୍ଗଲରେ ଆର.କେ ର ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ମାଓ ସଂଗଠନ ପକ୍ଷରୁ ସୂଚନା ମିଳିଛି ।
ଆକ୍କିରାଜୁ ହରଗୋପାଲ ଓରଫ ରାମକ୍ରିଷ୍ଣା ଓରଫ ଆର.କେ 1970ରେ ମାଓ ସଂଗଠନରେ ଯୋଗ ଦେଇଥିଲା । ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ସଦସ୍ୟ ଥିବା ସହ ଆନ୍ଧ୍ର-ଓଡିଶା ସୀମା ଜୋନାଲ୍ କମିଟିର ସମ୍ପାଦକ ଥିଲା । ତେବେ ରାମାଗୁଡା ଏନକାଉଣ୍ଟର ପରେ ସମ୍ପାଦକ ପଦରୁ ଓହରିଥିଲା । ଓଡିଶାରେ ମଧ୍ୟ ଆର.କେ ନାଁରେ 200 ରୁ ଅଧିକ ମାମଲା ରହିଛି ।
ସେହିପରି ଆର.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବାବେଳେ ତା' ନାଁରେ 97 ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ