ETV Bharat / bharat

ଏଲଏସି ନିକଟବର୍ତ୍ତୀ ଏୟାରବେସ ପରିଦର୍ଶନ କଲେ ସିଡିଏସ ବିପିନ ରାୱତ

author img

By

Published : Jan 2, 2021, 10:52 PM IST

ସିଡିଏସ ଜେନେରାଲ୍ ବିପିନ ରାୱତ ଶନିବାର ଅରୁଣାଚଳ ପ୍ରଦେଶର ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ଏୟାରବେସ ପରିଦର୍ଶନ କରିଛନ୍ତି ଏବଂ ପୂର୍ବ ସେକ୍ଟରରେ ଭାରତର ସାମଗ୍ରିକ ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଅଧିକ ପଢନ୍ତୁ...

Top Indian defence official visits eastern border
ଏଲଏସି ନିକଟବର୍ତ୍ତୀ ଏୟାରବେସ ପରିଦର୍ଶନ କଲେ ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ ଫରୱାର୍ଡ ଏୟାରବେସ ପରିଦର୍ଶନ କରିଛନ୍ତି । ଶନିବାର ଅରୁଣାଚଳ ପ୍ରଦେଶର ଏଲଏସି ନିକଟ ଅଗ୍ରଗାମୀ ଅଞ୍ଚଳରେ ଅବସ୍ଥିତ ଅନେକ ବିମାନଘାଟି ଗୁଡିକ ପରିଦର୍ଶନ କରିଛନ୍ତି । ପୂର୍ବାଞ୍ଚଳରେ ଭାରତର ନିଜ ସୁରକ୍ଷା ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

ସେମାନେ କହିଛନ୍ତି ଯେ ଜେନେରାଲ ରାୱତ ସେନା, ଆଇଟିବିପି ଏବଂ ଅରୁଣାଚଳ ପ୍ରଦେଶର ଦିବ୍ୟାଙ୍ଗ ଉପତ୍ୟକା ଏବଂ ଲୋହିତ ସେକ୍ଟର ସମେତ ବେସରେ ନିୟୋଜିତ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ (SFF) ସୈନିକଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଗସ୍ତ ସମୟରେ ସିଡିଏସ ବିପିନ ରାୱତ ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଉପତ୍ୟକାରେ ଓ ଲୋହିତ ସେକ୍ଟରେ ଅବସ୍ଥାପିତ ଆର୍ମି, ଆଇଟିବିପି ଓ ଏସଏଫଏଫ ଯବାନଙ୍କ ମିଶିଥିଲେ । ସେମାନଙ୍କ ସହ ମନୋବଳ ବଢାଇଥିଲେ । ପ୍ରଭାବଶାଳୀ ତଦାରଖ ତଥା କାର୍ଯ୍ୟକ୍ଷମ ତତ୍ପରତାକୁ ବଢାଇବା ପାଇଁ ନିଆଯାଇଥିବା ନୂତନ ପଦକ୍ଷେପ ପାଇଁ ସେନା ମୁଖ୍ୟ ସୈନିକମାନଙ୍କୁ ପ୍ରଶଂସା କରିଥିଲେ ବୋଲି ସେମାନେ କହିଛନ୍ତି। ସେ କହିଛନ୍ତି ଯେ ଏଭଳି ପ୍ରତିକୂଳ ତଥା ଚ୍ୟାଲେଞ୍ଜିଂ ପରିସ୍ଥିତିରେ କେବଳ ଭାରତୀୟ ସୈନିକମାନେ ସମ୍ମୁଖୀନ ହୋଇପାରିବେ ଏବଂ ସୀମା ରକ୍ଷା କରିବା ପାଇଁ ପ୍ରସିଦ୍ଧ ରହିଛନ୍ତି ।

ପୂର୍ବ ଲଦାଖ ସହ ଚୀନ ସୀମାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା LAC ସହିତ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ସମେତ ସମସ୍ତ ପ୍ରମୁଖ ଅଞ୍ଚଳରେ ନିଜର ଯୁଦ୍ଧ ପୂର୍ବ ପ୍ରସ୍ତୁତିକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.